ଲୌହ ଗ୍ରହାଣୁ ପିଣ୍ଡର ମିଳିଲା ସନ୍ଧାନ: ବିକ୍ରି କଲେ ପୃଥିବୀର ପ୍ରତି ଲୋକଙ୍କୁ ମିଳିବ ୯ ହଜାର କୋଟିରୁ ଅଧିକ ଟଙ୍କା
ଓ୍ବାଶିଂଟନ,୭।୩: ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଏକ ବୃହତ୍ ଲୌହ ଗ୍ରହାଣୁ ପିଣ୍ଡର ସନ୍ଧାନ କରାଯାଇଛି। ସମ୍ପୂର୍ଣ୍ଣ ଭାବେ ଲୁହାରେ ଭରପୁର ଥିବା ୧୬-ସାଇକି ନାମକ ଏହି ଗ୍ରହାଣୁ ପିଣ୍ଡ ମଙ୍ଗଳ ଏବଂ ବୃହସ୍ପତି ମଧ୍ୟରେ ଘୁରିବୁଲୁଛି। ଏଥିରେ ଥିବା…
୨୩୦୦ ଫୁଟ ଉଚ୍ଚରୁ ମାଲିକଙ୍କ ସହ ଡେଇଁଲା କୁକୁର, ଫଟୋ ଭାଇରାଲ
ସୁଇଜରଲାଣ୍ଡ୍: ଲାଟରବ୍ରୁନେନ୍ ଭ୍ୟାଲିସ୍ଥିତ ୨୩୦୦ ଫୁଟ ଉଚ୍ଚରୁ ତଳକୁ ମାଲିକଙ୍କ ସହିତ ଏକ କୁକୁର ଜମ୍ପ୍ କରିଛି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୬ ବର୍ଷର କଲି କାଜୁଜା ୩୮ ବର୍ଷୀୟ ମାଲିକ ବ୍ରୁନୋ ଭ୍ୟାଲେଣ୍ଟଙ୍କ…
ଇଡି କାର୍ଯ୍ୟାଳୟରେ ୟେସ୍ ବ୍ୟାଙ୍କର ଫାଉଣ୍ଡର
ମୁମ୍ବାଇ,୭।୩: ୟସ୍ ବ୍ୟାଙ୍କ ଏବେ ସଙ୍କଟରେ। ୨୦୦୪ରେ ଆରମ୍ଭ କରାଯାଇଥିବା ଏହି ବ୍ୟାଙ୍କ ଏବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ବେଳେ ଏବେ ଏହାର ଗ୍ରାହକଙ୍କ ଚିନ୍ତା ବଢି ଯାଇଛି। ଇତିମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବ୍ୟାଙ୍କର ସଂସ୍ଥାପକ ଓ ଏହାର ପୂର୍ବତନ…
ଚାଇନା ଫେରନ୍ତା ବ୍ୟକ୍ତି ଅସୁସ୍ଥ: ଖଇରାରେ କରୋନା ଆତଙ୍କ
ଖଇରା,୭।୩(ଡି.ଏନ୍.ଏ.): ବାଲେଶ୍ବର ଜିଲା ଖଇରା ଥାନା ସାରକୋଣା ପଞ୍ଚାୟତ ସୋଜାଗଡ଼ ଗ୍ରାମରେ କରୋନା ଆତଙ୍କ ଦେଖାଦେଇଛି। ଚାଇନା ଫେରନ୍ତା ଯୁବକ ଜଗନ୍ନାଥ ଜେନାଙ୍କୁ କରୋନା ସଂକ୍ରମିତ ଥିବା ସନ୍ଦେହ କରାଯାଉଛି। ଖଇରା ମେଡିକାଲର ଏକ ଟିମ୍ ଶୁକ୍ରବାର ଜଗନ୍ନାଥଙ୍କ ଘରକୁ ଯାଇ…
୪ ବର୍ଷରେ ୮୫ ପଣକିଆ କଣ୍ଠସ୍ଥ
ଦୁର୍ଗ,୭।୩: ବୟସ ମାତ୍ର ୪ ବର୍ଷ ୩ ମାସ। ତେବେ ତାଙ୍କର ପ୍ରତିଭା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ଛତିଶଗଡ଼ର ଦୁର୍ଗ ଅଞ୍ଚଳର ସିଦ୍ଧାନ୍ତ ଭୁତଡ଼ା। ସେ ସ୍ଥାନୀୟ ଗଞ୍ଜପାରା ଅଞ୍ଚଳର ଶକ୍ତି ଛକରେ ବାସ…
ନିର୍ମାଣାଧୀନ ଡ୍ରେନ୍ରୁ ଯୁବକଙ୍କ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ
ପରଜଙ୍ଗ,୭ା୩(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ରୋଡ଼ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଏକ ନିର୍ମାଣାଧୀନ ଡ୍ରେନ୍ରୁ ଶନିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ରୋଡ଼ ଗ୍ରାମର କାଳିଆ ନାଏକ। ସକାଳେ ଡ୍ରେନ୍ରେ ମୃତଦେହ ପଡ଼ିଥିବା…
୨୩ ବର୍ଷ ପରେ ପେଶାଓ୍ବର ମସଜିଦ୍ରେ ଇଦ୍ ନମାଜ ପଢ଼ିବେ ମହିଳା
ଇସଲାମାବାଦ୍,୭।୩: ପାକିସ୍ତାନର ପେଶାଓ୍ବରଠାରେ ଥିବା ମସଜିଦ୍ରେ ମହିଳାଙ୍କ ପ୍ରବେଶ ନେଇ ଜାରି ହୋଇଥିବା କଟକଣା ହଟାଇ ନିଆଯାଇଛି। ଏହାଦ୍ୱାରା ୨୩ ବର୍ଷ ପରେ ମହିଳାମାନେ ଏଠାରେ ଇଦ ନମାଜ ପଢ଼ିବାର ସୁଯୋଗ ପାଇପାରିବେ। ପୂର୍ବରୁ ଏଠାରେ ମହିଳାମାନେ ନମାଜ ପାଠକରୁଥିଲେ। ଆତଙ୍କବାଦୀ…
ବିହାରରେ ପୋଷ୍ଟର ଓ୍ବାର
ପାଟନା,୭।୩: ବିହାର ବିଧାନସଭା ନିର୍ବାଚନ ପାଇଁ ସମୟ ବାକିଥିବା ବେଳେ ଏବେଠାରୁ ରାଜନୀତି ହେଲାଣି ସରଗରମ। ବିଭିନ୍ନ ରାଜନୈତିକ ଦଳ ପରସ୍ପର ମଧ୍ୟରେ କଥା କଟାକଟି ଆରମ୍ଭ କରି ଦେଇଥିବା ବେଳେ ଏବେ ଏଠି ପୋଷ୍ଟର ଓ୍ବାର ମଧ୍ୟ ଆରମ୍ଭ ହୋଇଗଲାଣି।…
୧୦୦ ଦିନରେ ଉଦ୍ଧବଙ୍କ ଶାସନ
ମୁମ୍ବାଇ,୭।୩: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଶାସନକୁ ୧୦୦ ଦିନ ପୂରିଛି। ଏହି ଅବସରରେ ଉଦ୍ଧବ ଅଯୋଧ୍ୟା ଯାତ୍ରା କରି ସପରିବାର ଲାମଲଲା ଏବଂ ହନୁମାନଗଡ଼ି ଦର୍ଶନ କରିବେ। ଏହାକୁ ମିଶାଇ ତୃତୀୟ ଥର ପାଇଁ ଉଦ୍ଧବ ଅଯୋଧ୍ୟା ଯାତ୍ରା କରୁଛନ୍ତି।…
ବହୁ ମେଶିନ ଅଚଳ: ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ
କଟକ ଅଫିସ,୭ା୩: ଏସ୍ସିବି ମେଡିକାଲରେ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଥିବା ଅନେକ ମେଶିନ ଅଚଳ ହୋଇପଡ଼ିଛି। ଦିନବେଳା ପରୀକ୍ଷାଗାରଗୁଡିକରେ ତାଲା ପଡିରହୁଛି। କିଛି ପରୀକ୍ଷାଗାର ଖୋଲାଥିଲେ ସୁଦ୍ଧା ଘଣ୍ଟାଘଣ୍ଟା ଧରି ଏଠାରେ କୌଣସି କର୍ମଚାରୀ ରହୁନାହାନ୍ତି। ଫଳରେ ରୋଗୀମାନେ ଅସୁବିଧାର…
ସାଢ଼େ ଗୋଟାଏ ଯାଏ ବଜ୍ରପାତ, ବର୍ଷା: ୫ ଜିଲାକୁ ସତର୍କ ସୂଚନା
ଭୁବନେଶ୍ୱର, ୭।୩(ବ୍ୟୁରୋ): ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ। ୫ ଜିଲାରେ ଝଡତୋଫାନ, ବର୍ଷା ସହ ବଜ୍ରପାତ ହେବ। ଜିଲାଗୁଡିକ ହେଲା ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ମାଲକାନାଗିରି ଏବଂ ବାଲେଶ୍ୱର। ଦିନ ସାଢ଼େ ୧ଟା ପର୍ଯ୍ୟନ୍ତ ଉକ୍ତ ଜିଲାଗୁଡିକୁ…
ଦନ୍ତା ହାତୀ ଦେଖି ଲୋକେ ଭୟଭୀତ
ବାଙ୍କୀ,୭ା୩(ସ୍ବ.ପ୍ର.): କଟକ ଜିଲା ଡମପଡ଼ା ବ୍ଲକ ଅନ୍ତର୍ଗତ ଚକୁଳେଶ୍ୱର କାଉଚି ଆଶ୍ରମ ନିକଟ ମହାନଦୀ ପଠାରେ ଶୁକ୍ରବାର ଏକ ଜଙ୍ଗଲି ହାତୀ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି। ରାସ୍ତାରେ ଶହଶହ ଲୋକ ଉପସ୍ଥିତ ରହି ହାତୀର ଗତିବିଧିକୁ ଲକ୍ଷ୍ୟ…
Archives


