ପୁଣି ଆରମ୍ଭ ହେବ ଲାଇଟ୍‌, କ୍ୟାମେରା, ଆକ୍ସନ: ପ୍ରଥମ ଶୁଟିଂ ତାଲିକାରେ ଏହିସବୁ ଫିଲ୍ମ

ମୁମ୍ବାଇ: ଲକ୍‌ଡାଉନ୍‌ର ଦୁଇ ମାସ ପରେ ଆରମ୍ଭ ହେବାକୁ ଯାଉଛି ଲାଇଟ୍‌, କ୍ୟାମେରା ଆକ୍ସନ୍‌। ଅର୍ଥାତ୍‌ କରୋନା ମହାମାରୀ ଯୋଗୁ ଅଟକି ରହିଥିବା ଭାରତୀୟ ଫିଲ୍ମର ପୁଣି ଶୁଟିଂ ଆରମ୍ଭ ହେବା ପାଇଁ ଯାଉଛି। ଏଥିପାଇଁ ସରକାର ମଧ୍ୟ ଅନୁମତି ଦେଇସାରିଛନ୍ତି। ଅନୁମୋଦନ କ୍ରମେ ଟିଭି, ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକମାନେ ସେମାନଙ୍କ ସାଥୀମାନଙ୍କ ସହିତ ଅଧିକ କାମ ପାଇଁ ଆଲୋଚନା କରିଛନ୍ତି। ଯଦିଓ ଶୁଟିଂ ଶେଟ୍‌ରେ ପହଞ୍ଚିବା ପାଇଁ ଦୁଇ ସପ୍ତାହ ଲାଗିପାରେ। ଯେଉଁ ଫିଲ୍ମର ଶେଟ୍‌ ପ୍ରସ୍ତୁତ ହୋଇସାରିଛି ସେହି ଫିଲ୍ମ ଆସନ୍ତା ମାସର ପ୍ରଥମ ସପ୍ତାହରୁ ଶୁଟିଂ ଆରମ୍ଭ ହେବ।


ଯେଉଁ ଫିଲ୍ମଗୁଡ଼ିକ ପ୍ରଥମେ ଶୁଟିଂ ହେବ ବୋଲି ଆଶା କରାଯାଉଛି, ସେହି ତାଲିକାରେ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ନିର୍ଦ୍ଦେଶିତ ‘ଗାଙ୍ଗୁବାଇ କାଠିଆଓ୍ବାଡି’ ହୋଇପାରେ। ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ ଇଣ୍ଡିଆ ସିନେ କର୍ମଚାରୀଙ୍କ ସାଧାରଣ ସମ୍ପାଦକ ଅଶୋକ ଦୁବେ କହିଛନ୍ତି, ସଞ୍ଜୟ ଲୀଲା ଭନ୍‌ସାଲୀ ଫିଲ୍ମ ସିଟିରେ ତାଙ୍କ ଫିଲ୍ମର ଶୁଟିଂ କରୁଥିଲେ। ଫିଲ୍ମ ସିଟିରେ ତାଙ୍କର ଶେଟ୍‌ ଏପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଛି, ତେଣୁ ସଞ୍ଜୟ ପ୍ରଥମ ଫିଲ୍ମ ନିର୍ମାତା ହୋଇପାରନ୍ତି।


ତିନୋଟି ଫିଲ୍ମ ‘ଭୁଜ୍‌ – ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’, ‘ଝୁଣ୍ଡ୍‌’ ଏବଂ ‘ମୁମ୍ବାଇ ସାଗା’ ହିନ୍ଦୀ ଫିଲ୍ମ ନିର୍ମାତା ଭୂଷଣ କୁମାରଙ୍କ ଫିଲ୍ମ ଲକ୍‌ଡାଉନ୍‌ ଯୋଗୁ ଅଟକି ରହିଛି। ଭୂଷଣ କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ଠିକ କରିବା ମାତ୍ରେ ତାଙ୍କ ଫିଲ୍ମର ଶୁଟିଂ ଆରମ୍ଭ କରିବେ। ସେ କହିଛନ୍ତି, ‘ଆମେ ସରକାରଙ୍କୁ ଧନ୍ୟବାଦ ଦେଉଛୁ ଯେ, ସେମାନେ ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଆମ ପାଇଁ ଯେଉଁମାନେ କାମ କରୁଛନ୍ତି ସେମାନଙ୍କ ସୁରକ୍ଷା ସର୍ବାଧିକ। ଯେତେବେଳେ ଆମେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୁରକ୍ଷା ସୁବିଧା ସୁନିଶ୍ଚିତ କରିବୁ ସେତେବେଳେ ଶୁଟିଂ ଆରମ୍ଭ ହେବ।
ସେହିପରି ୟଶରାଜ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ଅକ୍ଷୟ କୁମାରଙ୍କ ଫିଲ୍ମ‘ଫୃଥ୍ବୀରାଜ’ ବି ଶୁଟିଂ ହେବାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri