Home

ସୋମବାରଠାରୁ ଏସ୍‌ଭି ନିରତାରେ ୩୩ ଭାଗ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ: ପାନଛେପ ନ ପକାଇବା, ସାମାଜିକ ଦୂରତ୍ୱ ପ୍ରତି ଗୁରୁତ୍ୱ

କଣ୍ଟାପଡ଼ା,୩ା୫(ଡି.ଏନ୍‌.ଏ.) : କେନ୍ଦ୍ର ସରକାର ମହାମାରୀ କରୋନା ନିୟନ୍ତ୍ରଣ କରିବାକୁ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ସାରାଦେଶରେ ପୁନର୍ବାର ଲକ୍‌ଡାଉନ ଘୋଷଣା କରିଛନ୍ତି। ତେବେ ଦେଶର ବିଭିନ୍ନ ଜିଲାକୁ ରେଡ୍‌, ଅରେଞ୍ଜ ଓ ଗ୍ରୀନ ଜୋନରେ ଚିହ୍ନଟ କରି କେତେକ ନିର୍ଦ୍ଦେଶାବଳୀ…

ଧନୁର୍ଜୟପୁର, ବାଙ୍ଗର ପଞ୍ଚାୟତରେ ପ୍ରବାସୀଙ୍କ ଲାଗି ୨ ଆଇସୋଲେଶନ କେନ୍ଦ୍ର ପ୍ରସ୍ତୁତ

ହାଟଡିହୀ,୩ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଙ୍ଗଲ ପାହାଡ଼ ଘେରାରେ ଧନୁର୍ଜୟପୁର ପଞ୍ଚାୟତ ଅଧୀନରେ ୧୨ଟି ଏବଂ ବାଙ୍ଗର ଅଧୀନରେ ୧୨ଟି ୱାର୍ଡ ରହିଛି। ଏହି ପଞ୍ଚାୟତରେ ଶତକଡା ୭୦ଭାଗ ଲୋକ ଆଦିବାସୀ ଶ୍ରେଣୀର ଅଟନ୍ତି। କରୋନା ମୁକାବିଲା ଲାଗି ଉଭୟ…

କେନ୍ଦୁଝରରୁ ଯାତାୟାତ କଟକଣା ଉଠିଲା

କେନ୍ଦୁଝର,୩ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପୋଲିସ କରୋନା ପାଇଁ ଗାଡ଼ି ପାସ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ଏଣୁ ଅନ୍‌ଲାଇନ୍‌ ପାସ ଆବେଦନ ସ୍ଥଗିତ କରାଯାଇଛି। ଓଡ଼ିଶାର ଯେ କୌଣସି ସ୍ଥାନକୁ ଯିବା ପାଇଁ ପାସ୍‌ର ଆବଶ୍ୟକତା ନ ଥିବା ବେଳେ ରାଜ୍ୟ ବାହାରକୁ…

କ୍ଷେତରେ ଲହଡ଼ି ମାରୁଛି ବର୍ଷାଜଳ: ଚିନ୍ତାରେ ଚାଷୀ

ଆରଡ଼ି,୩ା୫(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ପ୍ରଭାବ ଯୋଗୁ ଧାନ କାଟିବାରେ ସମସ୍ୟା ଉପୁଜିଛି। ଏଥିସହ ଏକ ସପ୍ତାହ ହେଲା ଲଗାତର ଝଡ଼ବର୍ଷା ହୋଇଥିବାରୁ ଚାଷଜମିରେ ବର୍ଷାଜଳ ଲହଡ଼ି ମାରୁଛି। ଭଦ୍ରକ ଜିଲା ଧାମନଗର ବ୍ଲକ ସାଆଁଳପୁର ଗ୍ରାମର ଦିବ୍ୟ ରଞ୍ଜନ ମହାନ୍ତି ଚଳିତ ବର୍ଷ…

ଭାରତୀୟ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ: ଭୁବନେଶ୍ୱର କିମ୍ସ କୋଭିଡ୍‌ ହସ୍ପିଟାଲରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ପୁଷ୍ପ ବର୍ଷା

ଭୁବନେଶ୍ୱର,୩।୫(ବ୍ୟୁରୋ): କରୋନା ସହ ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସ୍ବାସ୍ଥ୍ୟକର୍ମୀ, ପୋଲିସ ଏବଂ ସ୍ବେଚ୍ଛାସେବୀମାନେ। ବିଶେଷକରି ସ୍ବାସ୍ଥ୍ୟକର୍ମୀମାନେ ପ୍ରତ୍ୟକ୍ଷ ଭାବେ ଏହି ଲଢ଼େଇକୁ ସାମ୍ନା କରୁଛନ୍ତି। ଏହାକୁ ନେଇ ସେମାନଙ୍କୁ ‘କରୋନା ଯୋଦ୍ଧା’ ଭାବେ ଅଭିହିତ କରାଯାଇଛି। ଦେଶରେ କରୋନା…

୪୦ ହଜାର ଛୁଇଁବାକୁ ବସିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୩।୫: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୪୪ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ରବିବାର ସକାଳ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩୯,୯୮୦ରେ। ଏମାନଙ୍କ ମଧ୍ୟରୁ…

ଚାଇନାରେ ସଂକ୍ରମଣ ୧କୁ ହ୍ରାସ

ବେଜିଂ,୩।୫: କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚାଇନାରେ ଶୁକ୍ରବାର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତାହା ବାହାରୁ ଆସିଥିବା ମାମଲା ବୋଲି କୁହାଯାଉଛି। ଡିସେମ୍ବର ମାସରେ ପ୍ରଥମେ ଏହି ଭୂତାଣୁ ସଂକ୍ରମଣ ଜଣାପଡିଥିଲା। ସେଠାରେ କରୋନାରେ ୪୬୩୩ ଜଣଙ୍କର ମୃତ୍ୟୁ ଘଟିଥିଲା। ମୁଖ୍ୟ…

ଦିନକରେ ୩୮ ହଜାର ନୂଆ ମାମଲା

ଓ୍ବାଶିଂଟନ/ରୋମ୍‌/ ଲଣ୍ଡନ, ୩।୫: କରୋନା ମହାମାରୀ ଯୋଗୁ ବିଶ୍ୱ ଏବେ ଥରହର। ୨୧୨ ଦେଶରେ ଏହି ଭୂତାଣୁ ରାଜୁତି କରୁଥିବା ବେଳେ ଅନାୟାସରେ ଗୋଟିକ ପରେ ଗୋଟିଏ ଜୀବନ ଯାଉଛି। ଶନିବାର ସୁଦ୍ଧା ବିଶ୍ୱରେ ୩୪.୩ ଲକ୍ଷରୁ ଊର୍ଦ୍ଧ୍ୱ ଭୂତାଣୁ ଆକ୍ରାନ୍ତ…

ବିଶ୍ୱକୁ ମିଛ କହିଥିଲା ଚାଇନା

ବେଜିଂ, ୩।୫: କରୋନା ଭୂତାଣୁ ସାରାବିଶ୍ୱରେ ଆତଙ୍କ ଖେଳାଇଛି। ବିଶ୍ୱକୁ ବ୍ୟାପିଥିବା ଏହି ଭୂତାଣୁର ଉତ୍ପତ୍ତି ଓ ସଂକ୍ରମଣ ସମ୍ପର୍କରେ ଚାଇନା ଜାଣିଶୁଣି ତଥ୍ୟ ଲୁଚାଇଥିଲା, ଯାହା ଫଳରେ ଏହି ପ୍ରାଣଘାତୀ ଭୂତାଣୁ କବଳରୁ ରକ୍ଷା ପାଇବା ଲାଗି ସଫଳ ଔଷଧ…

କରୋନା ଯୋଦ୍ଧାଙ୍କୁ ସଲାମ

ନୂଆଦିଲ୍ଲୀ,୩।୫: କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧାଙ୍କୁ ସଲାମ କରିଛନ୍ତି ଦେଶର ବୀର ଯୋଦ୍ଧା। ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ରବିବାର ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି କରି ସଲାମ ଦିଆଯାଇଛି। କରୋନା ଯୁଦ୍ଧରେ ନିଜ…

ଜମ୍ମୁ-କଶ୍ମୀର ଏନ୍‌କାଉଣ୍ଟର: କର୍ନେଲ, ମେଜରଙ୍କ ସମେତ ୫ ଯବାନ ଶହୀଦ

ହନ୍ଦଓ୍ବାଡା,୩।୫: ଉତ୍ତର କଶ୍ମୀରର ହନ୍ଦଓ୍ବାଡାରେ ରବିବାର ହୋଇଥିବା ଏନ୍‌କାଉଣ୍ଟରରେ ଜଣେ କର୍ନେଲ, ଜଣେ ମେଜର, ଜଣେ ପୋଲିସ ଅଧିକାରୀ ଓ ୨ ଯବାନ ଶହୀଦ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ୨୧ ରାଇଫଲ୍ସର କମାଣ୍ଡିଙ୍ଗ ଅଫିସର କର୍ନେଲ ଆଶୁତୋଷ…

‘ଫନୀ’କୁ ବର୍ଷେ: ଉଜାଡ଼ି ଦେଇଥିଲା ୧୪ ଜିଲା

ଭୁବନେଶ୍ୱର,୩।୫(ବ୍ୟୁରୋ): ୨୦୧୯ ମେ ୩ ତାରିଖ ଶୁକ୍ରବାର। ଓଡ଼ିଶା ଉପକୂଳକୁ ମାଡ଼ିଆସିଥିଲା ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନୀ’। ସକାଳ ୮ଟାରେ ପୁରୀ ଉପକୂଳକୁ ଧକ୍କା ଦେଇ ଘଣ୍ଟାକୁ ୧୭୫ରୁ ୧୮୫ କି.ମି. ବେଗରେ ପବନ ସୁ ସୁ ଗର୍ଜନ କରି ତାଣ୍ଡବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri