Home

ଶ୍ରଦ୍ଧାଞ୍ଜଳି ସଭାରେ ଆକ୍ରମଣ

କାବୁଲ,୭ା୩(ଏ.ଏଫ୍‌.ପି.): ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ରାଜନୈତିକ ସଭା ଚାଲିଥିବାବେଳେ ଆକ୍ରମଣ ହୋଇଛି। ଏଥିରେ ଅନୂ୍ୟନ ୨୯ ଜଣ ନିହତ ଓ ୩୦ ଆହତ ହୋଇଛନ୍ତି। ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଅବ୍‌ଦୁଲ୍ଲା ଅବ୍‌ଦୁଲ୍ଲାଙ୍କୁ ଟାର୍ଗେଟ କରି ଏହି ଗୁଳିକାଣ୍ଡ ଘଟାଯାଇଲା। ତେବେ…

ଧ୍ୱଜାବତରଣ ଉତ୍ସବରେ ଯୋଗଦେବେନି ଦର୍ଶକ

ନୂଆଦିଲ୍ଲୀ,୭ା୩(ପି.ଟି.): କରୋନା ସଂକ୍ରମଣ ଭୟରେ ଅଟ୍ଟାରୀ-ଓ୍ବାଘା ସୀମାରେ ପ୍ରତିଦିନ ସନ୍ଧ୍ୟାରେ ହେଉଥିବା ଧ୍ୱଜାବତରଣ ଉତ୍ସବରେ ଦର୍ଶକମାନଙ୍କୁ ଭାଗନେବାକୁ ଅନୁମତି ଦିଆଯିବନି। ଶନିବାରଠାରୁ ଏହି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପକ୍ଷରୁ କୁହାଯାଇଛି। ଭାରତ ସମେତ…

ଶହୀଦନଗରରେ ଜଳିଗଲା ଅଟୋ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ଶହୀଦନଗର ଅଞ୍ଚଳରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଟୋ ହଠାତ ଜଳିଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଶର୍ଟସର୍କିଟ ଯୋଗୁ ଇଞ୍ଜିନରେ ନିଅଁ। ଲାଗିଥିବା ଅନୁମାନ କରାଯାଉଛି। ତେବେ ଅଟୋରେ ଥିବା ୩ଜଣ ଯାତ୍ରୀ ସୁରକ୍ଷିତ…

ହୋଲି ପାଳନ ବନ୍ଦ କଲା ସିଏପିଏଫ୍‌

ନୂଆଦିଲ୍ଲୀ,୭ା୩(ପି.ଟି.): କରୋନା ସଂକ୍ରମଣ ଭୟରେ ଆନୁଷ୍ଠାନିକ ଭାବେ ହୋଲି ନ ପାଳିବା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‌) ନିଷ୍ପତ୍ତି ନେଇଛି। ଆଭ୍ୟନ୍ତରୀଣ ସୁରକ୍ଷା ଓ ସୀମା ସୁରକ୍ଷାରେ ମୁତୟନ ଥିବା ସିଆର୍‌ପିଏଫ୍‌ ଏବଂ ବିଏସ୍‌ଏଫ୍‌ ପକ୍ଷରୁ ସାମୂହିକ ରଙ୍ଗର…

ମହାପ୍ରଭୁଙ୍କୁ ଦର୍ଶନ କଲେ ରବିଶଙ୍କର

ପୁରୀ ଅଫିସ,୭ା୩: ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍‌ ଲିଭିଙ୍ଗ୍‌ର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ରବିଶଙ୍କର ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ। ତାଙ୍କୁ ଉପଜିଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ନୀତି ପ୍ରଶାସକ…

ଲକ୍ଷେ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ବ୍ୟାଙ୍କକ୍‌,୭ା୩: ନୋଭେଲ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ରୋଗୀସଂଖ୍ୟା ଶୁକ୍ରବାର ଲକ୍ଷେ ଟପିଛି। ଏହାକୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓ୍ବାଲ୍‌ଷ୍ଟ୍ରିଟ୍‌ରେ କାରବାର ମାନ୍ଦା ହେବା ସହିତ ଏସିଆ ଓ ୟୁରୋପୀୟ ଶେୟାର ବଜାର…

୨୧ଜଣଙ୍କୁ ୱିମେନ୍‌ ଏକ୍ସଲେନ୍ସି ଆୱାର୍ଡ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ଶୁକ୍ରବାର ବ୍ରାଇଟ୍‌ ଓଡ଼ିଆ ଫାଉଣ୍ଡେଶନ ପକ୍ଷରୁ ସୂଚନାଭବନରେ ଓଡ଼ିଶା ୱିମେନ୍‌ ଏକ୍ସଲେନ୍ସି ଆୱାର୍ଡ ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୧ଜଣ ଶ୍ରେଷ୍ଠ ମହିଳା ବ୍ୟକ୍ତିତ୍ୱଙ୍କୁ…

ହ୍ୟାଣ୍ଡ୍‌ଶେକ୍‌ ପରିବର୍ତ୍ତେ ନମସ୍କାର କରିବାକୁ ପରାମର୍ଶ

ଭୁବନେଶ୍ୱର,୭ା୩(ବ୍ୟୁରୋ): କରୋନା ଭାଇରସ୍‌ ଭୟ ଏବେ ସମଗ୍ର ବିଶ୍ୱକୁ ଥରାଇ ଦେଇଥିବା ବେଳେ ଏହାଦ୍ୱାରା ବିଶେଷଭାବେ ପ୍ରଭାବିତ ହୋଇଛି ରାଜ୍ୟ ପର୍ଯ୍ୟଟନ ଶିଳ୍ପ। ଓଡ଼ିଶା ଆସିବାକୁ ଏବଂ ଓଡ଼ିଶା ବାହାରକୁ ଯିବାକୁ ଥିବା ପ୍ରାୟ ୫୦% ପର୍ଯ୍ୟଟକ ନିଜ ଗସ୍ତ ବାତିଲ…

ସାଥୀ ଖୋଜିବାକୁ ୨ ହଜାର କିମି

ନୂଆଦିଲ୍ଲୀ, ୭।୩: ‘ବଞ୍ଜର ହୈ ସବ୍‌ ବଞ୍ଜର ହୈ। ହମ୍‌ ଢୁଣ୍ଡନେ ଜବ ଫିର୍ଦ୍ଦୋଷ ଚାଲେ। ତେରେ ଖୋଜ୍‌ ତଲାସ ମେଁ ଦେଖ୍‌ ପିୟା, ହମ୍‌ କିତନେ କାଲେ କୋଶ ଚାଲେ…’। ମହାନ୍‌ ସଙ୍ଗୀତକାର ଗୁଲ୍‌ଜାରଙ୍କ ରଚିତ ଏହି ଶାୟରୀକୁ ଆମେ…

କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବିରେ ଏନ୍‌ଏଚ୍‌ଆର୍‌ସିରେ ଏତଲା

କଟକ ଅଫିସ, ୭ା୩: ଶହୀଦନଗର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ହାବିଲଦାରଙ୍କୁ ପୋଲିସ ଗିରଫ କରିଥିଲା। ହାବିଲଦାର ଜଣକ ପୀଡିତାଙ୍କ ପିଉସା। ଏହି ଘଟଣାକୁ ନେଇ ଶୁକ୍ରବାର ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ରେ ଏତଲା ଦିଆଯାଇଛି। ଘଟଣାର କ୍ରାଇମବ୍ରାଞ୍ଚ…

ଏବେ ପସନ୍ଦ ହର୍ବାଲ ହୋଲି

ଭୁବନେଶ୍ୱର,୭ା୩(ବ୍ୟୁରୋ): ଦିନଥିଲା ପ୍ରକୃତିର ବିଭିନ୍ନ ରଙ୍ଗକୁ ବ୍ୟବହାର କରି ଲୋକେ ହୋଲି ଖେଳୁଥିଲେ। କିନ୍ତୁ କିଛିବର୍ଷ ହେଲା ହୋଲିରେ ରାସାୟନିକ ରଙ୍ଗର ବହୁଳ ବ୍ୟବହାର ହେଉଛି। ସ୍ବାସ୍ଥ୍ୟ ପ୍ରତି ଏହା ହାନିକାରକ ହେଉଥିବାରୁ ଲୋକେ ଏଥିପ୍ରତି ଧୀରେ ଧୀରେ ସଚେତନ ହେଲେଣି।…

ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ପାସ୍‌ପୋର୍ଟ ମନା

ନୂଆଦିଲ୍ଲୀ,୭ା୩: ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀମାନଙ୍କୁ ଆଉ ମିଳିବ ନାହିଁ ପାସ୍‌ପୋର୍ଟ। ଯେଉଁ କର୍ମଚାରୀମାନେ ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି କିମ୍ବା ଯାହାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗରେ ମାମଲା ରୁଜୁ ପାଇଁ ସରକାର ଅନୁମତି ଦେଇଛନ୍ତି, ସେମାନେ ପାସ୍‌ପୋର୍ଟ ପାଇପାରିବେ ନାହିଁ। ଏନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri