Home

ମୋ ଜୀବନରେ ଘଟିଛି ୨ଟି ଗୁରୁତ୍ୱପୂର୍ଣ୍ଣ ଘଟଣା: ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେବା ପରେ ବୁଧବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଏହାକୁ ନେଇ ସେ କହିଛନ୍ତି ତାଙ୍କ ଜୀବନରେ ଏପର୍ଯ୍ୟନ୍ତ ୨ଟି ଲାଇଫ୍‌ ଚେଞ୍ଚିଙ୍ଗ ଇଭେଣ୍ଟ ହୋଇଛି। ଗୋଟିଏ…

ଡିକେ ଶିବକୁମାର ହେଲେ କର୍ନାଟକ କଂଗ୍ରେସର ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୧।୩: କର୍ନାଟକ କଂଗ୍ରେସର ମଙ୍ଗ ଧରିଛନ୍ତି ଡିକେ ଶିବକୁମାର। ବୁଧବାର ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି। ସେହିପରି ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ହୋଇଛନ୍ତି ପୂର୍ବତନ ବିଧାୟକ ଅନିଲ ଚୌଧୂରୀ। କର୍ନାଟକ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଦିନେଶ…

ଦିଲ୍ଲୀ ଦଙ୍ଗା ସମୟରେ ଶାହା ଥିଲେ କେଉଁଠି: ଅଧିର ରଞ୍ଜନ

ନୂଆଦିଲ୍ଲୀ,୧୧।୩: ଦିଲ୍ଲୀରେ ଦଙ୍ଗା ଜାରି ରହିଥିବା ସମୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେଉଁଠି ଥିଲେ ବୋଲି ଲୋକ ସଭାରେ କଂଗ୍ରେସ ସଦସ୍ୟ ଅଧିର ରଞ୍ଜନ ଚୌଧୁରୀ ପ୍ରଶ୍ନ କରିଛନ୍ତି। ଦେଶର ରାଜଧାନୀ ଜଳୁଥିବା ବେଳେ ଶାହା ଅବା ଅନ୍ୟ ୨ ସ୍ବରାଷ୍ଟ୍ର…

କେନ୍ଦୁପତ୍ର ତୋଳାଳି, କର୍ମଚାରୀ ସଂଘ ପକ୍ଷରୁ ରାସ୍ତାରୋକୋ

ବଡ଼ଗାଁ,୧୧।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ସଂଘ ରାଜ୍ୟ ସଂଘର ଆହ୍ବାନକ୍ରମେ ବୁଧବାର ଗରିଆମାଲ ଗାଁ ନିକଟ ରାଜ୍ୟ ରାଜପଥ ନଂ.୧୦କୁ ଅବରୋଧ କରିଛନ୍ତି। ରାଉରକେଲା ଏଚ୍‌ଏମ୍‌ଏସ୍‌ର ସମ୍ପାଦକଙ୍କ ସହ ରେଞ୍ଜ ସମ୍ପାଦକଙ୍କ ନେତୃତ୍ୱରେ ଅବରୋଧ…

୩ ପିଢ଼ିର ଇତିହାସ: ବିଜୟାରାଜେ-ମାଧବରାଓଙ୍କ ପଦାନୁସରଣ କଲେ ଜ୍ୟୋତିରାଦିତ୍ୟ

ଭୋପାଳ,୧୧।୩: ମଧ୍ୟପ୍ରଦେଶରେ କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇ ବୁଧବାର ଭାଜପାରେ ଯୋଗ ଦେଇଛନ୍ତି। ଲଗାତାର ତୃତୀୟ ପିଢ଼ି ଧରି ସିନ୍ଧିଆ ରାଜପରିବାର ସଦସ୍ୟ କଂଗ୍ରେସ ପରିତ୍ୟାଗ କରିଛନ୍ତି। ପୂର୍ବରୁ ବୁଢ଼ୀ ମା ଓ ପିତା କଂଗ୍ରେସ ଛାଡ଼ିଥିବାବେଳେ ଏବେ ଜ୍ୟୋତିରାଦିତ୍ୟ…

ଭାଜପା ଶିବିରରେ ଜ୍ୟୋତିରାଦିତ୍ୟ: ରାଜ୍ୟ ସଭା ପାଇଁ ଶୁକ୍ରବାର କରିବେ ନାମାଙ୍କନ ପତ୍ର ଦାଖଲ

ନୂଆଦିଲ୍ଲୀ,୧୧।୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଉପସ୍ଥିତ ଥିଲେ। ସେ ଶୁକ୍ରବାର ଭାଜପା ପକ୍ଷରୁ ମଧ୍ୟପ୍ରଦେଶରୁ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ…

ଭାଜପାରେ ଜ୍ୟୋତିରାଦିତ୍ୟଙ୍କ ଏଣ୍ଟ୍ରି ନେଇ ଅସନ୍ତୁଷ୍ଟ ପ୍ରଭାତ: ହାତରୁ ରାଜ୍ୟ ସଭା ଆସନ ଯିବା ଆଶଙ୍କା

ନୂଆଦିଲ୍ଲୀ,୧୧।୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ଦେଇଛନ୍ତି। ତେବେ ଭାଜପାରେ ତାଙ୍କର ଏଣ୍ଟ୍ରି ପରେ ଦଳର ବରିଷ୍ଠ ନେତା ପ୍ରଭାତ ଝା ଅସନ୍ତୁଷ୍ଟ ହୋଇଛନ୍ତି। ସେ ମଧ୍ୟପ୍ରଦେଶରୁ ଭାଜପା କୋଟାରେ ରାଜ୍ୟ ସଭାକୁ ଯାଇଥାନ୍ତେ। ତେବେ ଜ୍ୟୋତିରାଦିତ୍ୟଙ୍କୁ ତାଙ୍କ ସ୍ଥାନରେ ରାଜ୍ୟ ସଭା…

ମଧ୍ୟପ୍ରଦେଶ ଭାଇରସ୍‌ ହେବନି ମହାରାଷ୍ଟ୍ର ମୁହାଁ: ଶିବସେନା

ମୁମ୍ବାଇ, ୧୧।୩: ମଧ୍ୟପ୍ରଦେଶରେ ଭାଜପା ପକ୍ଷରୁ କଂଗ୍ରେସ ସରକାରଙ୍କୁ କ୍ଷମତାଚ୍ୟୁତ କରାଇବା ଲାଗି କରାଯାଉଥିବା ଉଦ୍ୟମ ମହାରାଷ୍ଟ୍ରରେ ହୋଇପାରିବ ନାହିଁ ବୋଲି ଶିବସେନା ପକ୍ଷରୁ କୁହାଯାଉଛି। ଏହି ମର୍ମରେ ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି ଯେ, ମଧ୍ୟପ୍ରଦେଶ ଭାଇରସ୍‌ ମହାରାଷ୍ଟ୍ର…

କଂଗ୍ରେସର ୭ ଲୋକ ସଭା ଏମ୍‌ପିଙ୍କ ଉପରୁ ହଟିବ ନିଲମ୍ବନ ଆଦେଶ: ବାଚସ୍ପତି

ନୂଆଦିଲ୍ଲୀ,୧୧।୩: କଂଗ୍ରେସର ୭ ଲୋକ ସଭା ଏମ୍‌ପିଙ୍କ ଉପରୁ ନିଲମ୍ବନ ଆଦେଶ ହଟିବ। ଏନେଇ ବାଚସ୍ପତି ଏମ୍‌ ବିରଳା ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି। ଗୃହ ଭିତରେ କାଗଜ ଛଡ଼ାଇ ଫିଙ୍ଗିବା ଅଭିଯୋଗରେ ଏହି ଏମ୍‌ପିମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବଜେଟ ଅଧିବେଶନରୁ…

ରାଜଧାନୀ ରାଜରାସ୍ତାରେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ବିଧା, ଗୋଇଠା ମାରିଲେ ଏକାଧିକ ଯୁବକ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ମହିଳା ଅସୁରକ୍ଷିତ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ରାଜରାସ୍ତାରେ। ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳରେ ବୁଧବାର ସବିତା ସେଠୀ ନାମ୍ନୀ ମହିଳାଙ୍କୁ ଏକାଧିକ ଯୁବକ ଗୋଡାଇ ଗୋଡାଇ ପିଟୁଛନ୍ତି। ଏହି ଦୃଶ୍ୟ୍ୟ ସିସିଟିଭି…

ପାକିସ୍ତାନ ଯୁଦ୍ଧ ବିମାନ ଏଫ୍‌-୧୬ ଦୁର୍ଘଟଣା ଗ୍ରସ୍ତ: ପାଇଲଟ ମୃତ

ଇସଲାମାବାଦ୍‌, ୧୧।୩: ପାକିସ୍ତାନର ଯୁଦ୍ଧ ବିମାନ ଏଫ୍‌-୧୬ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ପାଇଲଟ ଓ୍ବିଙ୍ଗ୍‌ କମାଣ୍ଡର ନୌମାନ ଅକରମ୍‌ଙ୍କ ମୃତ୍ୟୁ ଘଟିଛି। ମାର୍ଚ୍ଚ ୨୩ରେ ପାକିସ୍ତାନ ଦିବସ ପାଳନ ଅବସରରେ ହେବାକୁ ଥିବା ପରେଡ଼ ଲାଗି ଯୁଦ୍ଧ ବିମାନଟି ଅଭ୍ୟାସ…

୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ, ୧୧।୩: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri