୬ ଦଫା ଦାବି ନେଇ କେନ୍ଦୁପତ୍ର ଶ୍ରମିକଙ୍କ ରାସ୍ତାରୋକୋ
ଜମନକିରା,୧୧।୩(ଡି.ଏନ୍.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍ ଅଞ୍ଚଳରେ କାର୍ଯ୍ୟରତ କେନ୍ଦୁପତ୍ର ଶ୍ରମିକ, ତୋଳାଳି କର୍ମଚାରୀ, ବନ୍ଧେଇ ଶ୍ରମିକମାନେ ବୁଧବାର ଜମନକିରା ବ୍ଲକ୍ ମୁଖ୍ୟଛକ ରାଜରାସ୍ତା ୫୩କୁ ଅବରୋଧ କରିଛନ୍ତି। କର୍ମଚାରୀମାନଙ୍କ ଦରମା ବୃଦ୍ଧି, ସାମାଜିକ ସୁରକ୍ଷା, କେନ୍ଦୁପତ୍ର ବିକ୍ରି ନୀତିରେ ସଂଶୋଧନ,…
ଝୁଲନ୍ତା ଅବସ୍ଥାରେ ଶ୍ରମିକଙ୍କ ମୃତଦେହ ଉଦ୍ଧାର
ରାଇରଙ୍ଗପୁର,୧୧।୩(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦୁବୁଲାଗୁଡ଼ା ଗ୍ରାମର ଦେବ୍ରାବେଡ଼ା ବସ୍ତିରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଶ୍ରମିକ ସଞ୍ଜୟ ସିଙ୍କୁ। ସଞ୍ଜୟଙ୍କ ଘର ଝାଡଖଣ୍ଡ ହୋଇଥିବା ବେଳେ ସେ ପରିବାର ସହ…
ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ଜମ୍ମୁର ୫ ଜିଲାରେ ବନ୍ଦ ହେଲା ସିନେମା ହଲ୍
ଜମ୍ମୁ,୧୧।୩: କରୋନା ଭାଇରସ ଭାରତରେ ତା’ର ସ୍ଥିତି ଜାହିର କରିଥିବା ବେଳେ ଏବେ ଏହା ବଢିବାରେ ଲାଗିଛି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୬୦ ଛୁଇଁଥିବା ବେଳେ ଏହାକୁ ନେଇ ସମସ୍ତେ ଭୟଭୀତ ହୋଇପଡିଛନ୍ତି। ଇତି ମଧ୍ୟରେ ଇଟାଲିରୁ ଏୟାର ଇଣ୍ଡିଆର…
ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ଘଟଣା: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ଏମ୍ପି
ଭୁବନେଶ୍ୱର, ୧୧।୩(ବ୍ୟୁରୋ): ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଫସି ରହିଛି। ଏହି ଟଙ୍କାକୁ ମୁକାଳିବା ପାଇଁ ବିଜେଡି ଏମ୍ପିମାନେ କେନ୍ଦ୍ର ଅଥର୍ର୍ମନ୍ତ୍ରୀ ନିର୍ମଳ ସୀତାରମନଙ୍କୁ ବୁଧବାର ସାକ୍ଷାତ କରିଛନ୍ତି। ରାଜ୍ୟସଭା ଏମ୍ପି ପ୍ରଶନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ଟିମ୍ ସୀତାରମଣଙ୍କୁ…
କରୋନା ଭୟ: ବାୟୋମେଟ୍ରିକ ବ୍ୟବହାର ନ କରିବାକୁ ବିଧାନସଭା କର୍ମଚାରୀଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର, ୧୧।୩(ବ୍ୟୁରୋ): କରୋନା ଏକ ଭୟଙ୍କର ବ୍ୟାଧି ଭାବେ ସମଗ୍ର ବିଶ୍ୱକୁ କବଳିତ କରିଛି। ଭାରତରେ ମଧ୍ୟ ଏହା ଚିନ୍ତାର କାରଣ ପାଲଟିଛି। ଏହାର କୌଣସି ଔଷଧ ନ ଥିବାରୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଏହାର ସତର୍କତାମୂଳକ ପଦକ୍ଷେପ ପାଇଁ…
ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରଖିବା ଘଟଣା: ବିଧାନସଭା ହୁଲୁସ୍ତୁଲୁ, ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ୱର,୧୧।୩(ବ୍ୟୁରୋ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ରଖିବାକୁ ନେଇ ବୁଧବାର ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଏଥିଯୋଗୁ ଅପରାହ୍ନ ୩ଟା ଯାଏ ଗୃହକାର୍ଯ୍ୟ ହୋଇପାରି ନାହିଁ। ଭାଜପା ପକ୍ଷରୁ ଏ ନେଇ ଏକ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା।…
୭୦ ନିୟୁତ ବର୍ଷ ତଳେ ଦିନ ଥିଲା ୨୪ ଘଣ୍ଟାରୁ କମ: ନିକଟରେ ଥିଲା ଚନ୍ଦ୍ର
ଓ୍ବାଶିଂଟନ: ପୃଥିବୀ ନିଜ ଅକ୍ଷ ଚାରିପଟେ ଘୁରିବା ଲାଗି ୨୪ ଘଣ୍ଟା ଅର୍ଥାତ୍ ଗୋଟିଏ ଦିନ ସମୟ ନେଉଛି। ଫଳରେ ଗୋଟିଏ ବର୍ଷରେ ପୃଥିବୀ ନିଜ ଅକ୍ଷ ଚାରିପଟେ ୩୬୫ ଥର ଘୁରୁଛି। ତେବେ ୭୦ ନିୟୁତ ବର୍ଷ ତଳେ ଡାଇନୋସରସ୍ମାନେ…
ପ୍ରବାଳ ପ୍ରାଚୀର ନିକଟରେ ବାସ କରୁଥିବା ମାଛ କରନ୍ତି ଲିଙ୍ଗ ପରିବର୍ତ୍ତନ
କାଲିଫର୍ନିଆ: ପ୍ରବାଳ ପ୍ରାଚୀର ନିକଟରେ ବାସ କରୁଥିବା କେତେକ ମାଛ ପ୍ରଜାତି ନିଜ ଜୀବନକାଳ ମଧ୍ୟରେ ଲିଙ୍ଗ ପରିବର୍ତ୍ତନ କରିଥାନ୍ତି। ଏନେଇ ଆମେରିକା କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଡେଭିସ୍ କଲେଜରେ ଗବେଷକମାନଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଇଭୋଲ୍ୟୁଶନ…
ହିରୋସୀମାର ରହସ୍ୟମୟ ଛାଇ
ଟୋକିଓ : ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସୀମାରେ ୧୯୪୫ ଅଗଷ୍ଟ ୬ରେ ପରମାଣୁ ବୋମା ବିସ୍ଫୋରଣ ହୋଇଥିଲା। ନିମିଷକ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ଯୋଗୁ ସୃଷ୍ଟି ହୋଇଥିବା ବିକିରଣର ପ୍ରଚଣ୍ଡ ଉତ୍ତାପ ସହରକୁ ଜଳାଇ…
ମୋ ଜୀବନରେ ଘଟିଛି ୨ଟି ଗୁରୁତ୍ୱପୂର୍ଣ୍ଣ ଘଟଣା: ଜ୍ୟୋତିରାଦିତ୍ୟ
ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେବା ପରେ ବୁଧବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଏହାକୁ ନେଇ ସେ କହିଛନ୍ତି ତାଙ୍କ ଜୀବନରେ ଏପର୍ଯ୍ୟନ୍ତ ୨ଟି ଲାଇଫ୍ ଚେଞ୍ଚିଙ୍ଗ ଇଭେଣ୍ଟ ହୋଇଛି। ଗୋଟିଏ…
ଡିକେ ଶିବକୁମାର ହେଲେ କର୍ନାଟକ କଂଗ୍ରେସର ଅଧ୍ୟକ୍ଷ
ନୂଆଦିଲ୍ଲୀ,୧୧।୩: କର୍ନାଟକ କଂଗ୍ରେସର ମଙ୍ଗ ଧରିଛନ୍ତି ଡିକେ ଶିବକୁମାର। ବୁଧବାର ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି। ସେହିପରି ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ହୋଇଛନ୍ତି ପୂର୍ବତନ ବିଧାୟକ ଅନିଲ ଚୌଧୂରୀ। କର୍ନାଟକ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଦିନେଶ…
ଦିଲ୍ଲୀ ଦଙ୍ଗା ସମୟରେ ଶାହା ଥିଲେ କେଉଁଠି: ଅଧିର ରଞ୍ଜନ
ନୂଆଦିଲ୍ଲୀ,୧୧।୩: ଦିଲ୍ଲୀରେ ଦଙ୍ଗା ଜାରି ରହିଥିବା ସମୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେଉଁଠି ଥିଲେ ବୋଲି ଲୋକ ସଭାରେ କଂଗ୍ରେସ ସଦସ୍ୟ ଅଧିର ରଞ୍ଜନ ଚୌଧୁରୀ ପ୍ରଶ୍ନ କରିଛନ୍ତି। ଦେଶର ରାଜଧାନୀ ଜଳୁଥିବା ବେଳେ ଶାହା ଅବା ଅନ୍ୟ ୨ ସ୍ବରାଷ୍ଟ୍ର…
Archives


