Home

୨୪ ଘଣ୍ଟାରେ ଲକ୍ଷେ ୮ ହଜାର ନମୁନା ହୋଇଛି ପରୀକ୍ଷା: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୦।୫: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଲକ୍ଷେ ୮ ହଜାର ୧୨୧ ନମୁନା ପରୀକ୍ଷା ହୋଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି।…

ରାୟଗଡ଼ାର ୬୬୭ ସ୍ବାବ୍‌ ନମୁନା ନେଗେଟିଭ୍‌

ରାୟଗଡ଼ା ଅଫିସ,୨୦ା୫: ରାୟଗଡ଼ା ଜିଲାରୁ ଗତ ୧୫ ତାରିଖରେ ୧୩ତମ ପର୍ଯ୍ୟାୟରେ ୮୬ଜଣଙ୍କର ସ୍ବାବ୍‌ ନମୁନା ପରୀକ୍ଷା ନିମନ୍ତେ ଆର୍‌ଏମ୍‌ଆରସି ଭୁବନେଶ୍ୱର ପଠାଯାଇଥିଲା। ସେଥିରୁ ସମସ୍ତ ନମୁନା ନେଗେଟିଭ୍‌ ଆସିଛି। ଜିଲାରୁ ବର୍ତ୍ତମାନ ସୁଦ୍ଧା ୬୬୭ଜଣଙ୍କର ସ୍ବାବ୍‌ ନମୁନା ପରୀକ୍ଷା ପାଇଁ…

କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ୍‌ରେ ହେବ ପାଠପଢ଼ା

ଲଣ୍ଡନ,୨୦।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନ୍‌ର କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ୍‌ରେ ପାଠପଢ଼ା ହେବ ବୋଲି ଘୋଷଣା କରାଯାଇଛି। ଶିକ୍ଷାର୍ଥୀମାନେ ଏହା ଦ୍ୱାରା ସାମାଜିକ ଦୂରତା ବଜାୟ ରଖିପାରିବେ। ସେମାନଙ୍କ ମଧ୍ୟରେ କରୋନା ସଂକ୍ରମଣର ଆଶଙ୍କା ରହିବ ନାହିଁ ବୋଲି…

ସୁନ୍ଦରବନରେ ‘ଅମ୍ଫନ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ, ପ୍ରବେଶ କରୁଛି ବାହ୍ୟ ଅଂଶ: ବିଶ୍ୱାସ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ଅପରାହ୍ନ ୨ଟା ୩୦ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ବାତ୍ୟାର ବାହ୍ୟ ଅଂଶ ପଶ୍ଚିମବଙ୍ଗରେ ପ୍ରବେଶ କରୁଛି। ପ୍ରାୟ ୪ ଘଣ୍ଟା ଧରି ଏହା ଚାଲିବ ବୋଲି ଆକଳନ କରାଯାଉଛି।…

ଅମ୍ଫନ୍‌ ପ୍ରଭାବରେ ପ୍ରବଳ ବର୍ଷା,ପବନ: ବିଭିନ୍ନ ସ୍ଥାନରେ ଉପୁଡ଼ିଲା ଗଛ

ବାରିପଦା ଅଫିସ,୨୦ା୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ୍‌ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଜାରି ରହିଛି। ବୁଧବାର ଭୋର୍‌ ୩ଟାରୁ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ପବନ ଲାଗିରହିଛି। ଜିଲାର ୨୬ଟି…

ପୂର୍ବ ନିର୍ଦ୍ଧାରିତ ପଥରେ ହିଁ ଗତି କରୁଛି ‘ଅମ୍ଫନ୍‌’; କିଛି ସମୟ ପାଇଁ ବାଲେଶ୍ୱରରେ ପବନ ବେଗ ବଢ଼ିବ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୦।୫(ବ୍ୟୁରୋ): ବେଳକୁ ବେଳ ଦୀଘା ନିକଟତର ହେଉଛି ବାତ୍ୟା ‘ଅମ୍ଫନ୍‌’। ଏବେ ବାତ୍ୟା ଦୀଘାଠାରୁ ୯୫ କିମି ଦୂରରେ ରହିଛି। ସେହିଭଳି ପାରାଦୀପଠାରୁ ଉତ୍ତରପୂର୍ବ ଦିଗରେ ୧୫୦ କିମି ଦୂରକୁ ବାତ୍ୟା ଗତି କରିଛି। ଅମ୍ଫନ୍‌ର ଅପ୍‌ଡେଟ୍‌ ନେଇ ଏସ୍‌ଆର୍‌ସି ପ୍ରଦୀପ…

କରୋନା ମହାମାରୀ ସଙ୍କଟ ସମୟରେ କଂଗ୍ରେସ କରୁଛି ରାଜନୀତି: ଦିନେଶ ଶର୍ମା

ଲକ୍ଷ୍ନୌ,୨୦।୫: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ କଂଗ୍ରେସ ଘୃଣ୍ୟ ରାଜନୀତି ଆରମ୍ଭ କରିଛି ବୋଲି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା କହିଛନ୍ତି। ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ନେଇ କଂଗ୍ରେସ ନାନା ପ୍ରକାର ପ୍ରଚାର କରୁଥିବା ସେ କହିଛନ୍ତି। ଦେଶର…

CORONAVIRUS UPDATE: ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ; ରାଜ୍ୟରେ ମୋଟ ସୁସ୍ଥ ହେଲେଣି ୩୪୩

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାର ସର୍ବାଧିକ ୨୩ଜଣ ରହିଥିବା ବେଳେ ଯାଜପୁରର ୫, ମୟୂରଭଞ୍ଜ ୩, ପୁରୀ ୨, ଭଦ୍ରକ ୨ ଏବଂ ରାଉରକେଲାରୁ ଜଣେ ରହିଛନ୍ତି।…

ଉତ୍ତର ଓଡ଼ିଶା ଅତିକ୍ରମ କରୁଛି ‘ଅମ୍ଫନ୍‌’: ଦୀଘାଠାରୁ ୯୫ କିମି ଦୂରରେ, ୪ଟାରୁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ପାରାଦୀପଠାରୁ ଦୂରଉଛି ‘ଅମ୍ଫନ୍‌’। ପାରାଦୀପଠାରୁ ଉତ୍ତରପୂର୍ବ ଦିଗରେ ୧୫୦ କିମି ଦୂରକୁ ଗତି କରିଛି ବାତ୍ୟା। ବେଳକୁ ବେଳ ଏହା ଦୀଘା ନିକଟତର ହେଉଛି। ଏବେ ବାତ୍ୟା ଦୀଘାଠାରୁ ୯୫ କିମି ଦୂରରେ ରହିଛି। ଜଗତସିଂହପୁରରେ ପବନ କମିଥିବା ବେଳେ…

୨୪ ଜିଲାକୁ ଡେଇଁଲା କରୋନା

ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୪ ଜିଲାରେ କରୋନା କାୟା ବିସ୍ତାର କରିସାରିଲାଣି। କିଛି ଦିନ ତଳେ ଏହି ତାଲିକାରେ ସମ୍ବଲପୁର ଓ କନ୍ଧମାଳ ସହର ଯୋଡି ହୋଇଥିଲା। ତେବେ…

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଘରକୁ ଗଲେ ୧୧୯ ଜଣ, ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌

ଶେରଗଡ଼,୨୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟରେ ଗତ ୨୯ ଏପ୍ରିଲ୍‌ରୁ ସୁରଟରୁ ଆସିଥିବା ପ୍ରବାସୀମାନେ ରହିଥିଲେ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ବୁଧବାର ଏହି ସମସ୍ତଙ୍କୁ ଘରକୁ ଛଡ଼ାଯାଇଛି। ସେମାନେ ନିଜ ଘରେ ୭ ଦିନ…

ଇଦ୍‌ରେ ଖୋଲିବନି ମସଜିଦ୍‌: ସରକାରୀ କଟକଣାରେ ହସ୍ତକ୍ଷେପ କରିବାକୁ ମନା କଲେ ଆହ୍ଲାବାଦ୍‌ ହାଇକୋର୍ଟ

ଲକ୍ଷ୍ନୌ,୨୦।୫: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ସାମାଜିକ ଦୂରତା ବଜାୟ ରଖିତ୍ବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଧାର୍ମିକ ସ୍ଥଳ ବନ୍ଦ ରଖିବାକୁ ସରକାରୀ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି। ଏପରିସ୍ଥଳେ ରମଜାନ୍‌ ଇଦ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri