Home

ଜିଲାପାଳଙ୍କ ଆବସିକ କାର୍ଯ୍ୟାଳୟରୁ ସାପ ଉଦ୍ଧାର

ବାରିପଦା ଅଫିସ, ୧୩ା୬-ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଆବାସିକ କାର୍ଯ୍ୟାଳୟ ପରିସରରୁ ଶୁକ୍ରବାର ସନ୍ଧ୍ୟାରେ ଏକ ବିରଳ ତମ୍ବାମୁଣ୍ଡିଆ ଟ୍ରିଙ୍କେଟ ପ୍ରଜାତିର ବିରାଟକାୟ ସାପ ଉଦ୍ଧାର କରାଯାଇଛି। ସନ୍ଧ୍ୟାରେ କର୍ମଚାରୀମାନେ କାର୍ଯ୍ୟାଳୟରେ ସାପକୁ ଦେଖି ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ। କିଛି…

ସବୁ ଜିଲାକୁ ଛୁଇଁଲା ମୌସୁମୀ

ଭୁବନେଶ୍ୱର,୧୩।୬(ବ୍ୟୁରୋ)-ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶନିବାର ରାଜ୍ୟର ସମସ୍ତ ଜିଲାକୁ ଛୁଇଁଛି। ଏ ନେଇ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପ ଉତ୍ତର ଆନ୍ଧ୍ର ଉପକୂଳ ଏବଂ ଉପକୂଳ ଓଡ଼ିଶାରେ ରହିଛି। ଏଥିସହିତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ…

ଆଫ୍ରିଦୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ: କରୋନାରୁ ବଞ୍ଚିବାକୁ ହେଲେ ମୋଦିଙ୍କ ଆଶ୍ରୟ ନିଅ

ନୂଆଦିଲ୍ଲୀ,୧୩।୬- ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ, ଗୁରୁବାରଠାରୁ ମୁଁ ଅସୁସ୍ଥତା ଅନୁଭବ କରୁଥିଲି। ମୋର କରୋନା ଟେଷ୍ଟ ହୋଇଛି…

ଆଲୋଚନା ପରେ ବ୍ୟବସାୟୀଙ୍କ ଧାରଣା ପ୍ରତ୍ୟାହୃତ

ରାଇରଙ୍ଗପୁର, ୧୩।୬(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରାଞ୍ଚଳ ଦୈନିକ ପରିବା ମାର୍କେଟଠାରେ ମନମୁଖୀ ମହାସୁଲ ଆଦାୟକୁ କେନ୍ଦ୍ର କରି ଗତ ୩ ଦିନ ହେଲା ବ୍ୟବସାୟୀଙ୍କ ପକ୍ଷରୁ ଗଣଧାରଣା ଦିଆଯାଇଥିଲା। ସେଥିଲାଗି ସ୍ଥାନୀୟବାସୀ ଗତ ଗୁରୁବାର ଠାରୁ ଶନିବାର ୩ଦିନ ପନିପରିବା ପାଇଁ…

ଫିକା ପଡ଼ିଲା ଭୂଧାରଚଣ୍ଡୀଙ୍କ ପୀଠରେ ରଜ : ବିନା ଭକ୍ତରେ ଅନୁଷ୍ଠିତ ହେବ ନିଆଁପାଟ, ଉଡ଼ା ପର୍ବ

ସଜନାଗଡ଼, ୧୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବଜାରଠାରୁ ୫ କି.ମି. ଦୂର ସଜନାଗଡ଼ ଗ୍ରାମର ଆମ୍ରକୁଞ୍ଜ ମଧ୍ୟରେ ପ୍ରତିଷ୍ଠିତ ଦେବୀ ମା’ ଭୂଧାର ଚଣ୍ଡୀଙ୍କ ପୀଠରେ କାହିଁ କେଉଁ ଆବହମାନ କାଳରୁ ରଜ ସଂକ୍ରାନ୍ତିରେ ଉଡ଼ା ଯାତ୍ରା ପାଳିତ ହୋଇଆସୁଛି। ଏହି ଉଡ଼ା…

ଧୂଳିଧୂଆଁରେ ଅତିଷ୍ଠ ଅଞ୍ଚଳବାସୀ

ଯୋଡ଼ା, ୧୩।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଏକାଧିକ ଖଣି ଥିବା ଜୁରୁଡି ଅଞ୍ଚଳବାସୀ ଧୂଳିଧୂଆଁରେ ଅତିଷ୍ଠ ହୋଇପଡିଥିବା ବେଳେ ଖାଦ୍ୟପଦାର୍ଥରେ ଧୂଳି ଜମି ଯାଉଥିବା ଅଭିଯୋଗ ହୋଇଛି। ଏଠାରେ ବିଭିନ୍ନ ଖଣି କମ୍ପାନୀ ଖଣିଜ ଉତ୍ତୋଳନ ଓ ପରିବହନ…

ଏଆଇଏଡିଏମ୍‌କେ ବିଧାୟକ କରୋନା ଆକ୍ରାନ୍ତ

ଚେନ୍ନାଇ, ୧୩ା୬: ତାମିଲନାଡ଼ୁରେ ଦେଶର ଦ୍ୱିତୀୟ ସର୍ବାଧିକ କରୋନା ରୋଗୀ ଥିବାବେଳେ ଶାସକ ଏଆଇଏଡିଏମ୍‌କେର ଶ୍ରୀପେରୁମ୍ବୁଦୁର ବିଧାୟକ କେ. ପାଲାନି (୫୭) ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପୂର୍ବରୁ ତାମିଲନାଡ଼ୁର ଡିଏମ୍‌କେର ଚେପକ ବିଧାୟକ ଜେ. ଆନ୍‌ବାଝଗନ୍‌…

ରବିବାର ଦିଲ୍ଲୀ କରୋନା ସ୍ଥିତି ସମୀକ୍ଷା କରିବେ ଶାହା

ନୂଆଦିଲ୍ଲୀ, ୧୩ା୬: ମହାମାରୀ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହା ଗମ୍ଭୀର ରୂପ ଧାରଣ କରିଛି। ଏହାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ରବିବାର ପୂର୍ବାହ୍ନ ୧୧ଟାରେ ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ସ୍ବାସ୍ଥ୍ୟମନ୍ତ୍ରୀ…

ଜୁଭେଣ୍ଟସ ଇଟାଲିଆନ କପ୍‌ ଫାଇନାଲରେ

ତୁରିନ୍‌,୧୩ା୬(ଏପି): ଶେଷରେ ଇଟାଲୀରେ ପୁନର୍ବାର ଫୁଟ୍‌ବଲ ଖେଳ ଆରମ୍ଭ ହୋଇଛି। ନୀରବ ପରିବେଶ ମଧ୍ୟରେ ଜୁଭେଣ୍ଟସ ଓ ଏସି ମିଲାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଗୋଲଶୂନ୍ୟ ଡ୍ର ଭାବେ ଶେଷ ହୋଇଛି। ଆଓ୍ବେ ଗୋଲ୍ସ ନିୟମ ଭିତ୍ତିରେ ଜୁଭେଣ୍ଟସ ଇଟାଲିଆନ କପ୍‌…

କାନ୍ତକବିଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସରକାରଙ୍କ ପ୍ରୟାସକୁ ସ୍ବାଗତ

ଭଦ୍ରକ ଅଫିସ, ୧୩ା୬- କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରେରଣାଦାୟୀ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ପରାମର୍ଶ ଦେଇଥିଲେ। ତେବେ ସେଦିନ କେବଳ ଓଡିଶାରେ ନୁହେଁ ବରଂ…

ପୂଜାରା, ଜାଡେଜାଙ୍କୁ ନାଡ଼ା ନୋଟିସ୍‌

ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଚେତେଶ୍ୱର ପୂଜାରା, ରବୀନ୍ଦ୍ର ଜାଡ଼େଜା ଓ କେ.ଏଲ୍‌. ରାହୁଲଙ୍କ ସମେତ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପରିସରଭୁକ୍ତ ୫ଜଣ ଭାରତୀୟ କ୍ରିକେଟରଙ୍କୁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡ଼ା) ତରଫରୁ ନୋଟିସ୍‌ ଜାରି କରାଯାଇଛି। ଖେଳାଳିମାନେ ସେମାନଙ୍କ ଠିକଣା (ହୋୟାରଆବାଉଟ୍ସ) ଜଣାଇ…

ଓଡିଶାରେ ୨ ହଜାର କୋଟି ପୁଞ୍ଜି ନିବେଶ କରିବ ମିତ୍ତଲ  

ଭୁବନେଶ୍ୱର,୧୩।୬(ବ୍ୟୁରୋ)- ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ ଓଡିଶାରେ ୨ ହଜାର କୋଟି ଟଙ୍କାର ପୁଞ୍ଜିବିନିଯୋଗ କରିବ। ଶନିବାର ଭିଡିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ବେଳେ ଲଣ୍ଡନରୁ ଆର୍ସେଲର ମିତ୍ତଲ ଗ୍ରୁପର ଅଧ୍ୟକ୍ଷ ଲକ୍ଷ୍ମିନିବାସ ମିତ୍ତଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?