Home

CORONAVIRUS UPDATE: ସୁସ୍ଥ ହେଲେ ଆଉ ୧୨୦ ଆକ୍ରାନ୍ତ; ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୦ଜଣ ରହିଛନ୍ତି। ଏହାଛଡ଼ା ଖୋର୍ଦ୍ଧାର ୧୯, ବାଲେଶ୍ୱରର…

ବାଲୁକାକଳା ଜରିଆରେ ସବ୍ୟସାଚୀଙ୍କୁ ଧନ୍ୟବାଦ ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ଲାଗି ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ଅଣ୍ଟା ଭିଡିଥିଲେ। ଇତିମଧ୍ୟରେ ସେ ଅନେକଙ୍କୁ ସାହାଯ୍ୟ ମଧ୍ୟ କରିସାରିଛନ୍ତି। ଅଭିନେତାଙ୍କ ଏଭଳି କାର୍ଯ୍ୟକୁ ନେଇ ଲୋକେ ତାଙ୍କୁ ଓଡ଼ିଶାର ସୋନୁ…

ଅନ୍‌ଲାଇନ୍‌ ଶିକ୍ଷାଦାନକୁ ନେଇ ଶିକ୍ଷୟିତ୍ରୀଙ୍କ ଅଭିନବ ପ୍ରୟାସ, ଲୋକେ କରୁଛନ୍ତି ପ୍ରଶଂସା

କରୋନା ମହାମାରୀ ଯୋଗୁ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ବନ୍ଦ ରହିଛି। ତେଣୁ ଶିକ୍ଷୟିତ୍ରୀ/ଶିକ୍ଷକମାନେ ପିଲାମାନଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ଦେଉଛନ୍ତି। କେଉଁଠି ଇଣ୍ଟର୍‌ନେଟ୍‌ ଗତି କମ୍‌ ରହୁଛି ତ ଆଉ କେଉଁଠି ବ୍ଲାକବୋର୍ଡରେ ଗଣିତ, ବିଜ୍ଞାନ ଭଳି କଠିନ ବିଷୟ ପଢ଼ାଇବାରେ ଶିକ୍ଷୟିତ୍ରୀ ଶିକ୍ଷକ…

ଗଞ୍ଜାମରେ ପାଳନ ହେବନାହିଁ ରଜ: ମେଳା, ଉତ୍ସବ, ଦୋଳି ଖେଳ ଉପରେ ୧୬ ପର୍ଯ୍ୟନ୍ତ କଟକଣା ଲଗାଇଲେ ଜିଲାପାଳ

ଛତ୍ରପୁର, ୧୨।୬(ଡି.ଏନ୍‌.ଏ.)- ଓଡ଼ିଆଙ୍କ ଗଣପର୍ବ ରଜ ପାଳନରେ ପ୍ରତିବନ୍ଧକ ସାଜିଛି କରୋନା। ଗଞ୍ଜାମ ଜ଼ିଲାରେ ପର୍ବ, ମହୋତ୍ସବ, ମେଳା ତଥା ଏ ସମ୍ପର୍କୀୟ ଦୋଳି ଓ ଅନ୍ୟ ଖେଳକୁ ବାରଣ କରାଯାଇଛି। ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ଶୁକ୍ରବାର ଏକ…

ଏହି ଦେଶରେ ରହିଛି ବିଶ୍ୱର ସବୁଠୁ ଉଚ୍ଚ ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି

ହିନ୍ଦୁଧର୍ମରେ ଭଗବାନ ବିଷ୍ଣୁଙ୍କୁ ପୃଥିବୀର ପାଳନକର୍ତ୍ତା ଭାବେ ବିବେଚନା କରାଯାଏ। ଯଦିଓ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭଗବାନ ବିଷ୍ଣୁଙ୍କ ମନ୍ଦିର ରହିଛି ତଥାପି ବିଦେଶରେ ରହିଥିବା ଭଗବାନ ବିଷ୍ଣୁଙ୍କ ମନ୍ଦିର ସବୁଠୁ ଉଚ୍ଚ। ତାହା ପୁଣି ଏକ ମୁସ୍‌ଲିମ୍‌ ଦେଶରେ।…

ଥାନାରେ ଫିନାଇଲ୍‌ ପିଇ ଅଟକ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି

ଦିଗପହଣ୍ଡି/ପାଟପୁର,୧୨।୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପାଟପୁର ଥାନାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ହତ୍ୟା ମାମଲାରେ ତଦନ୍ତ ପାଇଁ ଅଟକ ଥିବା ଜଣେ ଯୁବକ ଶୌଚାଳୟକରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ଜଣକ ହେଲେ କବିସୂର୍ଯ୍ୟନଗରର ପ୍ରମୋଦ ଦଳାଇ।…

ଆପୋଲୋ ହସ୍ପିଟାଲର ଜଣେ ମହିଳା କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଆପୋଲୋ ହସ୍ପିଟାଲ୍‌ର ଜଣେ ମହିଳା କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେ ଗାଡ଼କଣା ଅଞ୍ଚଳର ୪୬ ବର୍ଷୀୟା ମହିଳା ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ତେବେ ଭୁବନେଶ୍ୱରରୁ ଶୁକ୍ରବାର ଚିହ୍ନଟ ହୋଇଥିବା ୨…

ମାଲକାନଗିରିରେ ପୁଣି ୩ କରୋନା ପଜିଟିଭ୍‌ ଚିହ୍ନଟ: ୨୫କୁ ବୃଦ୍ଧି ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା

କୋରୁକୋଣ୍ଡା,୧୨ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶୁକ୍ରବାର ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଟୁଇଟ୍‌ ଯୋଗେ ରାଜ୍ୟ ସରକାର ଏବଂ ଜିଲାପାଳ ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲକୋଟା ପଞ୍ଚାୟତ ଅନ୍ତର୍ଗତ କ୍ୱାରାଣ୍ଟାଇନ୍‌ ସେଣ୍ଟରର ବୋଲି…

ଭାରତ-ନେପାଳ ସୀମାରେ ଗୁଳିକାଣ୍ଡ: ଜଣେ ମୃତ

ସୀତାମଢି,୧୨ ।୬: ଭାରତ-ନେପାଳ ସୀମାରେ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ସୀମାରେ ଦୁଇ ଦେଶ ମଧ୍ୟରେ ବିବାଦ ଯୋଗୁ ଗୁଳିକାଣ୍ଡ ଘଟିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ନେପାଳ ପୋଲିସ ଏହି…

ଭୁବନେଶ୍ୱରରେ ଆଉ ୨ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଆପୋଲୋ ହସ୍ପିଟାଲ ମହିଳା କର୍ମଚାରୀ(୪୬) ଓ ଜଣେ ନୟାପଲ୍ଲୀ ଅଞ୍ଚଳର ଯୁବକ(୩୦) ଅଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି।…

ଘରୋଇ କମ୍ପାନୀଗୁଡିକ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେବାକୁ କେନ୍ଦ୍ର ସରକାର ବାଧ୍ୟ କରିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୬: ଲକ୍‌ଡାଉନ୍‌ ସମୟରେ ଘରୋଇ କମ୍ପାନୀଗୁଡିକ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେବାକୁ କେନ୍ଦ୍ର ସରକାର ବାଧ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୨୯ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଲକ୍‌ଡାଉନ ସମୟରେ କମ୍ପାନୀଗୁଡିକ କର୍ମଚାରୀଙ୍କୁ…

ଦିଲ୍ଲୀରେ ଲକ୍‌ଡାଉନ୍‌ ଅବଧି ବଢିବ ନାହିଁ: ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର ପରେ ଏବେ ଦିଲ୍ଲୀସ୍ଥିତି ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୮୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?