Home

ସ୍ନାନଯାତ୍ରାର ସିଧା ପ୍ରସାରଣ: ସ୍ଥିତି ପରଖିଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ

ପୁରୀ ଅଫିସ, ୨।୬:ଆସନ୍ତା ୫ ତାରିଖରେ ସ୍ନାନ ଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋର୍‌ଦାର ପ୍ରସ୍ତୁତି ଚାଲିଛି। କରୋନା ପାଇଁ ଏଥର ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ତେବେ ସ୍ନାନଯାତ୍ରାକୁ ଟିଭି ମାଧ୍ୟମରେ କିଭଳି…

ପୁଲଓ୍ବାମା ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ମୃତ

ପୁଲଓ୍ବାମା,୨।୬: ଜମ୍ମୁ-କଶ୍ମୀରରେ ହୋଇଥିବା ଏନ୍‌କାଉଣ୍ଟରରେ ମଙ୍ଗଳବାର ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସାଇମଙ୍ଗ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏହି ଏନ୍‌କାଉଣ୍ଟର କରାଯାଇଛି। ସୋମବାର ଆରମ୍ଭ ହୋଇଥିବା ଏହି ଏନ୍‌କାଉଣ୍ଟରରେ ପ୍ରଥମେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ମଙ୍ଗଳବାର…

କରୋନା ଭୂତାଣୁ ସହିତ ବଞ୍ଚିବା ଶିଖିବାକୁ ପଡ଼ିବ: ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ, ୨।୬: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀର ସୀମାକୁ ଏକ ସପ୍ତାହ ପାଇଁ ସିଲ୍‌ କରାଯାଇଛି। ସଂକ୍ରମଣ ରୋକିବା ଲାଗି ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ସରକାର ଉଦ୍ୟମ ଜାରି ରଖିଛନ୍ତି। ତେବେ କରୋନା ଭୂତାଣୁ ଏତେ…

ମାତା-ପିତାଙ୍କ ପାଇଁ ଭାବପ୍ରବଣ ଚିଠି ଲେଖିଲେ ସଚିନ ତେନ୍ଦୁଲକର

ଦେଶରେ କରୋନା ମହାମାରୀ ଧିରେ ଧିରେ ଜଟିଳ ରୂପ ଧାରଣ କରିଛି। ଏହି ସମୟରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମାତାପିତାଙ୍କ ଯତ୍ନ ନେବାକୁ ନିବେଦନ କରିଛନ୍ତି। ‘ଗଡ ଅଫ କ୍ରିକେଟ’ ଭାବରେ ଜଣାଶୁଣା ସଚିନ ସୋସିଆଲ ମିଡିଆରେ ତାଙ୍କର ଏକ ପୁରୁଣା…

କାଳବୈଶାଖୀର ତାଣ୍ଡବରେ ଗଛଭାଙ୍ଗି ରାସ୍ତା ଅବରୋଧ : ବିଧାୟକ ଅଗ୍ନିଶମ କର୍ମଚାରୀଙ୍କୁ ଡକାଇ କଲେ ସଫା

ପାଟଣା,୨।୬(ସ୍ବ.ପ୍ର.): କାଳବୈଶାଖୀ ତାଣ୍ଡବରେ ସୋମବାର ଅପରାହ୍ନରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ବହୁ କ୍ଷତି ଘଟିଛି। ଏଠାରେ ଘଡ଼ଘଡ଼ି ସାଙ୍ଗୁ ବର୍ଷା ପବନରେ ବଡ଼ ବଡ଼ ଗଛ ଭାଙ୍ଗିଯାଇ ବିଦ୍ୟୁତ ସରବରାହ ମଧ୍ୟ ବ୍ୟାହତ ହୋଇଛି। ଗଛ ଭାଙ୍ଗି ରାସ୍ତା ଅବରୋଧ…

ଜୁନ୍‌ ୧୭ରେ ଜାତିସଂଘ ସୁରକ୍ଷା ପରିଷଦ ନିର୍ବାଚନ

ଜେନେଭା, ୨।୬: ଜାତିସଂଘ ସୁରକ୍ଷା ପରିଷଦ ନିର୍ବାଚନ ଜୁନ୍‌ ୧୭ରେ ହେବ। ଏନେଇ ସୂଚନା ପ୍ରକାଶ ପାଇଛି। ଫ୍ରାନ୍ସ୍‌ର ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ସୂଚନା ପ୍ରକାଶ ପାଇଛି। ପରିଷଦର ୫ ଅସ୍ଥାୟୀ ସଦସ୍ୟତା ପାଇଁ ହେବାକୁ ଥିବା ଏହି ନିର୍ବାଚନରେ…

ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ୧୩ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,୨।୬: ରାଜଧାନୀ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲଙ୍କ କାର୍ଯ୍ୟାଳୟରେ କରୋନା ତା’ର ଉପସ୍ଥିତି ଜାହିର କରିଛି। ଏଠାରେ ଏକାଥରକେ ୧୩ ଜଣ କରୋନାରେ ପୀଡ଼ିତ ଥିବା ମଙ୍ଗଳବାର ସକାଳେ ଜଣାପଡିବା ପରେ ସରକାରଙ୍କ ଚିନ୍ତା ବଢି ଯାଇଛି। ଦେଶରେ ଅନ୍‌ଲକ ୧.୦…

ବୋଲେରୋରେ ମୃତଦେହ ଛାଡ଼ି ଫେରାର: ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା

ଓଡ଼ାପଡ଼ା, ୨।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ୫୫ ନଂ. ଜାତୀୟ ରାଜପଥର ଗଉଡ଼ାକାଟେଣି ଛକ ନିକଟରେ ମଙ୍ଗଳବାର ସକାଳେ ଏକ ବୋଲେରୋ ଭିତରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଥିବା ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।…

୩ ଶ୍ରମିକଙ୍କୁ ବିମାନରେ ଘରକୁ ପଠାଇଲେ ୧୨ ବର୍ଷର ଝିଅ

ନୋଏଡା,୨।୬: କରୋନା ମହାମାରୀ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଲାଗି ଯାଇଥିବା ପ୍ରବାସୀ ଶ୍ରମିକମାନେ ଏଥିପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଏ ହଜାର ହଜାର କିଲୋମିଟର ଚାଲି ଚାଲି ଘରକୁ ଫେରୁଥିଲା…

ଭାରତରେ କରୋନା ଲଢ଼େଇ: ପ୍ରତି ୧୦ ଲକ୍ଷରେ ଘଟୁଛି ୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅଚଳାବସ୍ଥା ଜାରି ରହିଛି। ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ଘଟୁଛି। ସେହିପରି ପ୍ରତି ୧୦ ଲକ୍ଷରେ ୨,୭୮୩ ଜଣଙ୍କ ନମୁନା ପରୀକ୍ଷା…

ଆତ୍ମନିର୍ଭର ଭାରତ ପାଇଁ ୫-ଆଇ ଯୋଜନା, ଲୋକେ ପାଦେ ଆଗେଇଲେ ସରକାର ଆଗେଇବେ ୪ ପାଦ: ମୋଦି

ନୂଆଦିଲ୍ଲୀ, ୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ଅର୍ଥବ୍ୟବସ୍ଥା ଦୋହଲି ଯାଇଛି। ତେବେ ଖୁବ୍‌ ଶୀଘ୍ର ଏଥିରେ ସୁଧାର ଆସିବ। ଦେଶପୁଣି ବିକାଶ ପଥରେ ଅଗ୍ରସର ହେବ। ଆତ୍ମନିର୍ଭର ଭାରତ ପାଇଁ ସରକାରଙ୍କ ପକ୍ଷରୁ ୫-ଆଇ ଯୋଜନା ପ୍ରସ୍ତୁତ କରାଯାଇଛି।…

CORONAVIRUS UPDATE:ରାଜ୍ୟରେ ଶତକ ଛୁଇଁଲା ୭ ଜିଲା; ସର୍ବାଧିକ ଆକ୍ରାନ୍ତ ତାଲିକା ଶୀର୍ଷରେ ଗଞ୍ଜାମ

ଭୁବନେଶ୍ୱର, ୨।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ଆଉ ୧୪୧ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ରେ ପହଞ୍ଚିଛି। ସେଥିରୁ ୯୯୧ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri