Home

ସିଡିଏମ୍‌ଓ ସ୍ତରରେ ଅଦଳବଦଳ: ଡା. ଲକ୍ଷ୍ମୀଧର ସାହୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

କଟକ ଅଫିସ,୧୯ା୬: ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ), ସ୍ପେଶାଲିଷ୍ଟ ଏବଂ ଅନ୍ୟାନ୍ୟ ପଦପଦବୀରେ ବଡ ଧରଣର ଅଦଳବଦଳ କରାଯାଇଛି। ଏ ନେଇ ଗୁରୁବାର ସରକାରଙ୍କ ପକ୍ଷରୁ ପ୍ରେସ୍‌ ବିବୃତ୍ତି ଜାରିହୋଇଛି। ବୌଦ୍ଧ…

ୟୁଜି, ପିଜି ପରୀକ୍ଷା ବାତିଲ ନେଇ ବିଜ୍ଞପ୍ତି: ଅଗଷ୍ଟ ଶେଷସୁଦ୍ଧା ବିକଳ୍ପ ମୂଲ୍ୟାୟନ ପରୀକ୍ଷାଫଳ

ଭୁବନେଶ୍ୱର,୧୯।୬(ବ୍ୟୁରୋ)କୋଭିଡ୍‌-୧୯ ପରିସ୍ଥିତି ଲାଗି ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜର ୟୁଜି ଓ ପିଜି ପରୀକ୍ଷାକୁ ବାତିଲ କରାଯାଇଛି। ୟୁଜି/ସ୍ନାତକର ୬ଷ୍ଠ ସେମିଷ୍ଟର ଓ ପିଜି/ସ୍ନାତକୋତ୍ତରର ଚୂଡ଼ାନ୍ତ ତଥା ଶେଷ ସେମିଷ୍ଟର ପରୀକ୍ଷା…

୧୪ ରେଳ ଷ୍ଟେଶନକୁ ମିଳିଲା ଆଇଏସ୍‌ଓ ମାନ୍ୟତା: ଉନ୍ନତ ସେବା, ପରିବେଶ ଉପଯୋଗୀ କାର୍ଯ୍ୟକ୍ରମ ନିମନ୍ତେ ମିଳିଲା

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ପରିବେଶ ଅନୁକୂଳ କାର୍ଯ୍ୟକଳାପ ଏବଂ ଉନ୍ନତ ସେବା ଲାଗି ପୂର୍ବତଟ ରେଳପଥର ୧୪ଟି ରେଳ ଷ୍ଟେଶନକୁ ଆଇଏସ୍‌ଓ ୧୪୦୦୧:୨୦୧୫ ପ୍ରମାଣପତ୍ର ମିଳିଛି। ସ୍ବଚ୍ଛ ଏବଂ ସବୁଜ ପରିବେଶ ମଧ୍ୟରେ ଯାତ୍ରୀଙ୍କୁ ସେବା ଓ ସୁବିଧା ଯୋଗାଇ ଦେଉଥିବା ଷ୍ଟେଶନଗୁଡିକୁ ଏହି…

ୟୁଏନ୍‌ଏସ୍‌ସିକୁ ଭାରତ ନିର୍ବାଚିତ

ନୂଆଦିଲ୍ଲୀ,୧୯ା୬:ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚିତ ହୋଇଛି। ଏଥିପାଇଁ ସମର୍ଥନ ଦେଇଥିବା ବିଶ୍ୱ ସମୁଦାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱ ଶାନ୍ତି, ନିରାପତ୍ତା ଓ ସମାନତା ବଢ଼ାଇବାରେ ଭାରତ ସବୁ ସଦସ୍ୟ…

୧୮ ଦିନରେ ୧.୭୬ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ,୧୯ା୬:ମହାମାରୀ କରୋନା ଉଗ୍ରରୂପ ଧାରଣ କରିଥିବା ବେଳେ ଗତ ଜୁନ୍‌ ୧ରୁ ଅଦ୍ୟାବଧି ୧.୭୬ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ପଶ୍ଚିମବଙ୍ଗ ଭଳି ୧୦ ରାଜ୍ୟରେ ଉଗ୍ର ସଂକ୍ରମଣ ଦେଖାଦେବାରୁ…

ସୀମାରେ ଯବାନଙ୍କ ପାଖରେ ଅସ୍ତ୍ର ଥାଏ

ନୂଆଦିଲ୍ଲୀ,୧୯ା୬:ଚାଇନା ସୀମାରେ ମୁତୟନ ସମସ୍ତ ଭାରତୀୟ ଯବାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥାଏ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗୁରୁବାର କହିଛନ୍ତି। ଗଲଓ୍ବାନକୁ ବିନା ଅସ୍ତ୍ରରେ ଭାରତୀୟ ଯବାନଙ୍କୁ କାହିଁକି ପଠାଯାଇଥିଲା ଓ ଏଥିପାଇଁ କିଏ ଦାୟୀ ବୋଲି କଂଗ୍ରେସ ନେତା…

ଏଲ୍‌ଏସିରେ ଯୁଦ୍ଧ ଭଳି ସ୍ଥିତି

ନୂଆଦିଲ୍ଲୀ/ ଲେହ,୧୯ା୬:ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ ଓ ଚାଇନା ସେନା ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ସୈନ୍ୟ ମୃତାହତ ହେବା ପରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି…

କ୍ୟାବିନେଟ ନିଷ୍ପତ୍ତି:ସୁପ୍ରିମକୋର୍ଟ ନିର୍ଦ୍ଦେଶ ପାଳନ ହେବ

ଭୁବନେଶ୍ୱର,୧୯ା୬(ବ୍ୟୁରୋ):ଚଳିତବର୍ଷ ପୁରୀରେ ଶ୍ରୀଜୀଉଙ୍କ ରଥଯାତ୍ରା ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆଇନ ବିଭାଗ ପକ୍ଷରୁ ଦିଆଯାଇଥିବା ସଂକଳ୍ପକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଚାଇନା କମ୍ପାନୀର ଚୁକ୍ତି ରଦ୍ଦ କଲା ରେଲଓ୍ବେ

ନୂଆଦିଲ୍ଲୀ,୧୯ା୬:ସୀମାରେ ଲାଗି ରହିଥିବା ଭାରତ ଓ ଚାଇନା ସେନାର ତିକ୍ତତା ଲାଗି ରହିଛି। ୨୦ ଭାରତୀୟ ଯବାନ ଶହୀଦ ହେବା ଘଟଣା କେନ୍ଦ୍ର ସରକାରଙ୍କଠାରୁ ନେଇ ଦେଶବାସୀଙ୍କୁ ମର୍ମାହତ କରିଛି। ଏହି ସମୟରେ ଚାଇନାକୁ ଉଚିତ ଜବାବ ଦେବା ଲାଗି ଲୋକଙ୍କଠାରୁ…

ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର ହେବ: ଗଜପତି

ରଥଯାତ୍ରା ବନ୍ଦକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଶୁଣିବା ପରେ ବିଶ୍ୱର କୋଣ ଅନୁକୋଣରେ ଥିବା ଜଗନ୍ନାଥପ୍ରେମୀ ଭକ୍ତଙ୍କ ହୃଦୟକୁ ବାଧିଥିବ, ଏହା ନିଶ୍ଚିତ ଦୁଃଖଦାୟକ। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବା ସମସ୍ତଙ୍କର କର୍ତ୍ତବ୍ୟ। ଏଥିରେ କୌଣସି…

ମୌସୁମୀ ସକ୍ରିୟ: ଆଜିଠୁ ବଢ଼ିବ ବର୍ଷା ୨୬ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ୧୯ ତାରିଖରେ ଉତ୍ତର ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଏହାର ପ୍ରଭାବରେ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲା। ତେବେ ଆଉ ଲଘୁଚାପ…

ଭାଜପା ହାତରୁ ଖସିପାରେ ମଣିପୁର

ଇମ୍ଫାଲ,୧୯ା୬ଭାଜପା ହାତରୁ ଖସିଯାଇପାରେ ମଣିପୁର। ଏହି ଉତ୍ତର-ପୂର୍ବ ରାଜ୍ୟରେ ଭାଜପା ନେତୃତ୍ୱାଧୀନ କ୍ଷମତାସୀନ ମେଣ୍ଟ ସରକାର ସଂଖ୍ୟାଲଘୁରେ ପରିଣତ ହେବା ପରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂଙ୍କ ବିପକ୍ଷରେ ବିରୋଧୀ ଦଳ ନେତା ଓକ୍ରାମ ଇବୋବି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri