CORONAVIRUS UPDATE: ରାଜ୍ୟରେ ଆଜି ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୬୧୨ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୧୦,୦୦୦ ଟପିଲା

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ବୁଧବାର ରେକର୍ଡ ସଂଖ୍ୟକ ୬୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧୦,୦୦୦ ଡେଇଁଛି। ଏବେ ମୋଟ ୧୦,୪୭୬ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଲେଣି। ଏନେଇ ଅପରାହ୍ନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।
ନୂତନ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ସର୍ବାଧିକ ୨୭୦ଜଣ ଗଞ୍ଜାମର ଅଛନ୍ତି। ସେହିଭଳି ସୁନ୍ଦରଗଡ଼ର ୮୪, କେନ୍ଦୁଝରର ୪୮, ଗଜପତିର ୩୫, ବାଲେଶ୍ୱରର ୩୧, ଖୋର୍ଦ୍ଧାର ୨୮, ନୟାଗଡ଼ର ୨୫, ଯାଜପୁରର ୨୦, ମୟୂରଭଞ୍ଜର ୧୫, କଟକ-କୋରାପୁଟ-ଜଗତସିଂହପୁରର ୧୦, ବରଗଡ଼-ପୁରୀର ୬, ବଲାଙ୍ଗୀରର ୫, କେନ୍ଦ୍ରାପଡ଼ାର ୩, କଳାହାଣ୍ଡି-କନ୍ଧମାଳର ୨ ଲେଖାଏଁ ଏବଂ ରାୟଗଡ଼ା ଏବଂ ସମ୍ବଲପୁରର ଜଣେ ଅଛନ୍ତି। ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚର ଭୁଲ ଯୋଗୁ ସାରା ଦେଶରେ କରୋନା ବ୍ୟାପିବାର ଆଶଙ୍କା !

ସିଓଲ,୨୫।୮: କରୋନା ଭାଇରସ ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବାରୁ ଦକ୍ଷିଣ କୋରିଆରେ ରେଡ ଆଲର୍ଟ ଜାରି କରାଯାଇଛି। ଏବେ ଦକ୍ଷିଣ କୋରିଆର ଅଧିକାରୀଙ୍କ ସୂଚନା...

ଜିଲାପାଳଙ୍କ ଭଡ଼ା କାର ନମ୍ବର ପ୍ଲେଟ ରଙ୍ଗ ବଦଳିଲା

ଜଗତ୍‌ସିଂହପୁର ଅଫିସ,୬ା୬: ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସରକାରୀ ଭାବେ ବ୍ୟବହାର କରୁଥିବା ଇନୋଭା କାରକୁ ନେଇ ନାନା କଥା ଆଲୋଚନା ଚାଲିଛି। ଏପରି...

୪୦୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଲୋକାର୍ପଣ କଲେ ଯୋଗୀ ସରକାର

ନଏଡା,୮।୮: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ହୋଇଥିବା ଭୂମିପୂଜନରେ ସାମିଲ ହୋଇ ଫେରିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ମହାମାରୀ କରୋନା ଯୁଦ୍ଧରେ...

ଆଣ୍ଡାମାନ ନିକୋବରରେ ସୁସ୍ଥ ହେଲେ ସମସ୍ତ ୧୧ କରୋନା ସଂକ୍ରମିତ

ପୋର୍ଟ ବ୍ଲେୟାର,୧୬।୪: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଆଣାମାନ ନିକୋବର ଦ୍ୱୀପ ମଧ୍ୟ ଏଥିରୁ ବାଦ୍‌ ପଡି ନ ଥିଲା।...

ଶିକ୍ଷକମାନେ ସାଧନା କରନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ): ବକ୍ସି ଜଗବନ୍ଧୁ ଇଂଲିଶ୍‌ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ ଡ୍ରିମ୍‌ସ୍କେପ୍‌-୨୦୧୯ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର...

୨୪ ଘଣ୍ଟାରେ ସମଗ୍ର ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ରାଜ୍ୟରେ ପ୍ରବେଶ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲାରେ ଅର୍ଥାତ୍‌ ୨୪ ଘଣ୍ଟା...

ମରୁଡ଼ିଗ୍ରସ୍ତ ଜମିକୁ ଜଳସେଚନ କରାଯିବାକୁ ଦାବି୫ ଶହ ଏକରରୁ ଊଦ୍ଧର୍‌ବ ଚାଷଜମିକୁ ପାଣି ମାଡୁନି

ଖଣ୍ଡପଡା,୨୫ା୪(ସ୍ବ.ପ୍ର.)-କଣ୍ଟିଲୋ ଅଞ୍ଚଳରେ ୫ ଶହ ଏକରରୁ ଊର୍ଦ୍ଧ୍ୱ ଚାଷ ଉପଯୋଗୀ ଜମି ଥିବାବେଳେ ଅନିୟମିତ ବର୍ଷା ତଥା ଆବଶ୍ୟକ ପାଣି ବିନା ପ୍ରତି ବର୍ଷ ମରୁଡ଼ି...

ତହସିଲଦାରଙ୍କୁ ଆକ୍ରମଣ ମହଙ୍ଗା ପଡିଲା : ଜେଲ ଗଲେ ଅଧ୍ୟାପକ

ବାଲିଗୁଡା,୧୯ା୭(ଡି.ଏନ୍‌.ଏ.)- କୋଭିଡ୍‌ ନିୟମ ଉଲ୍ଲଂଘନ କରି ଶୁଦ୍ଧିକ୍ରିୟା ଚାଲିଥିଲା। ତହସିଲଦାର ପହଞ୍ଚତ୍ ବାରଣ କରିବାରୁ ଜଣେ ଅଧ୍ୟାପକ ତାଙ୍କୁ ଆକ୍ରମଣ କରିଥିଲେ। ଥାନାରେ ଅଭିଯୋଗ ପରେ...

Coronavirus Update


Archives

Model This Week

Why Dharitri