ଘରେ ସୁଖ, ସମୃଦ୍ଧି ଆଣିଥାଏ ଏହି ଗଛ; ଲଗାଇଲେ ଆପଣାଛାଏଁ ଦୂର ହୁଏ ସମସ୍ୟା

ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହୁ। ଟଙ୍କା ପଇସାର ଅଭାବ କେବେ ନ ରହୁ ବୋଲି ସମସ୍ତେ ଚାହାନ୍ତି। ଏଥିପାଇଁ ଦିନରାତ୍ରୀ ପରିଶ୍ରମ କରିବାକୁ ମଧ୍ୟ ପଛାଇ ନ ଥାନ୍ତି। ହେଲେ ଯଦି ଜଣେ ସମସ୍ତ ପ୍ରଚେଷ୍ଠା ସତ୍ତ୍ୱେ ଅସୁବିଧାର ସମ୍ମୁଖୀନ ହେଉଥାଏ। ତେବେ ବାସ୍ତୁ ଅନୁଯାୟୀ କିଛି ଉପାୟ କରିବା ଉଚିତ।

ବାସ୍ତୁ ଅନୁଯାୟୀ ଘରେ ଅଥବା ଅଫିସରେ କିଛି ଗଛ ଲଗାଇବା ଦ୍ୱାରା ଜୀବନରେ ସୁଖ ଓ ଶାନ୍ତି ଆସିଥାଏ। ସେଭଳି କିଛି ଗୁଡ୍‌ ଲକ୍‌ ଗଛ ବିଷୟରେ ଜାଣନ୍ତୁ।

ଆଲୋଭେରା ଗଛ: ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ମଧ୍ୟ ଏହା ଉପାଦେୟ। ଚାକିରି ମିଳିବା ଅଥବା କର୍ମକ୍ଷେତ୍ରରେ କୌଣସି ସମସ୍ୟା ଉପୁଜୁଥିଲେ ଏହି ଗଛକୁ ଘରେ ଲଗାନ୍ତୁ। ଫଳରେ ଏହି ସମସ୍ୟା ଦୂର ହୋଇଯିବ। ଏହାକୁ ଯେକୌଣସି ସ୍ଥାନରେ ଲଗାଇ ପାରିବେ।

ହଳଦୀ ଗଛ: ହଳଦୀ ଗଛ ସ୍ବାସ୍ଥ୍ୟପାଇଁ ଯେତିକି ଭଲ, ତା’ଠାରୁ ଅଧିକ ଏହାର ଧାର୍ମିକ ମାନ୍ୟତା ରହିଛି। ଏହାକୁ ଲଗାଇଲେ ବ୍ୟକ୍ତିର ବୃହସ୍ପତି ଗ୍ରହ ମଜଭୂତ ହୋଇଥାଏ ଏବଂ ବିବାହକୁ ନେଇ ଉପୁଜୁଥିବା ସମସ୍ୟା ଆପଣାଛାଏ ଦୂର ହୋଇଯାଏ। ଏପରିକି ଘରେ ଥିବା ନକରାତ୍ମକ ଉର୍ଜାକୁ ଏହା ସମାପ୍ତ କରିଥାଏ।

ବାଉଁଶ ଗଛ: ପେଙ୍ଗସୁଇରେ ବାଉଁଶଗଛ ଲଗାଇବାକୁ କୁହାଯାଇଥାଏ। ଏହାକୁ ଲଗାଇଲେ ଦୁର୍ଭାଗ୍ୟ ଦୂର ହୁଏ। ଘରେ ଥିବା ନକରାତ୍ମକ ଶକ୍ତି ଚାଲିଯାଇଥାଏ। ଏହାଛଡ଼ା ଯଶ, କୀର୍ତ୍ତି, ସ୍ବାସ୍ଥ୍ୟ ଏବଂ ସୌଭାଗ୍ୟ ବୃଦ୍ଧି ପାଇଥାଏ।

ତୁଳସୀ ଗଛ: ଔଷଧିୟ ଗୁଣରେ ଭରପୁର ଥାଏ ତୁଳସୀ ଗଛ। ଏଥିସହ ଭାଗ୍ୟ ବଦଳାଇବାର ଶକ୍ତି ମଧ୍ୟ ଏହି ଗଛର ଥାଏ। ଏହାକୁ ଘରର ଯେକୌଣସି ସ୍ଥାନରେ ଲଗାଇପାରିବେ। ଏହାକୁ ଲଗାଇଲେ ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଉର୍ଜା ବ୍ୟାପି ଥାଏ। ବାସ୍ତୁ ବିଜ୍ଞାନ ଅନୁସାରେ ଏହାକୁ ଉତ୍ତର ପୂର୍ବ ଏବଂ ଉତ୍ତର ଦିଗରେ ଲଗାଇଲେ ଅଧିକ ଶୁଭ ଫଳ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri