ସଂକ୍ରମଣ ସତ୍ତ୍ୱେ ସ୍କୁଲ ଖୋଲୁ
ଓ୍ବାଶିଂଟନ,୨୬ା୭: ଆମେରିକାରେ କରୋନା ଭୟଙ୍କର ରୂପ ନେଇଥିବାବେଳେ ସ୍କୁଲ୍ ଖୋଲିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାହୁଁଛନ୍ତି। ମାର୍ଚ୍ଚ ମାସରୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାରୁ ପିଲାଙ୍କ ପାଠପଢ଼ା ଗୁରୁତର ପ୍ରଭାବିତ ହୋଇଛି। ସଂକ୍ରମଣ ସତ୍ତ୍ୱେ ପିଲାମାନେ ସ୍କୁଲ ଯିବା ଆବଶ୍ୟକ ବୋଲି…
ପେନଶନ ଦେବାକୁ ରେଲଓ୍ବେର ଅର୍ଥ ନାହିଁ
ନୂଆଦିଲ୍ଲୀ,୨୫।୭: କରୋନା ଯୋଗୁ ଦେଶରେ ରେଳ ଚଳାଚଳ ପ୍ରଭାବିତ ହୋଇ ରହିଛି। ଦେଶ ମଧ୍ୟରେ ଜରୁରୀ ଭିତ୍ତିରେ ମାତ୍ର କିଛି ଟ୍ରେନ ଚାଲୁଛି। ଏଥି ଯୋଗୁ ରେଲଓ୍ବେର ରାଜସ୍ବ କ୍ଷତିଗ୍ରସ୍ତ ହୋଇଛି। ଏହାର ପୂର୍ବତନ କର୍ମଚାରୀ ଏବଂ ଅଧିକାରୀଙ୍କୁ ପେନଶନ ଦେବାକୁ…
ଜୁଆଆଡ୍ଡାରେ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ
କାକଟପୁର,୨୫।୭(ଡି.ଏନ୍.ଏ): କାକଟୁପୁର ଥାନା ଅନ୍ତର୍ଗତ ଭଣ୍ଡିସାହିରେ ଚାଲିଥିବା ଏକ ଜୁଆଆଡ୍ଡାରେ ପୋଲିସ ଶୁକ୍ରବାର ରାତିରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଥାନାକୁ ନେବାକୁ ବେଳେ ସେମାନଙ୍କ ସମ୍ପର୍କୀୟମାନେ ପୋଲିସ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୨ଜଣ କର୍ମଚାରୀ ଆହତ…
୪ ମାସ ପରେ ହୋଇଥାନ୍ତା ବାହାଘର: ପ୍ରେମିକାଙ୍କୁ ଅପହରଣ ପରେ ହତ୍ୟା କଲେ ପ୍ରେମିକ
ବ୍ରହ୍ମଗିରି,୨୫ା ୦୭(ଡି.ଏନ.ଏ): ପ୍ରଥମେ ପ୍ରେମ। ତା’ପରେ ପ୍ରତାରଣା କରି ଶେଷରେ ପ୍ରେମିକାକୁ ଅପହରଣ କରି ହତ୍ୟା କରିଛି ପ୍ରେମିକ। ସମସ୍ତ ପ୍ରମାଣକୁ ଲୁଚାଇବାକୁ ଯାଇ ଗାଁଠାରୁ ୫ କିଲୋମିଟର ଦୂର ଏକ ପୋଖରୀ ହୁଡ଼ାରେ ମୃତଦେହକୁ ପୋତିଦେଇଛି। ପୋଲିସ ଛାନ୍ଭିନ୍ କରି…
ରାଜ୍ୟରେ ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୨୫।୭(ବ୍ୟୁରୋ)-ରାଜ୍ୟରେ ଶନିବାର ପୁଣି ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୩୯୧ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୯, କଟକରୁ ୪୩, ବାଲେଶ୍ୱରରୁ ୩୩, ଯାଜପୁରରୁ ୩୨, ଗଜପତିରୁ ୨୩, ମୟୂରଭଂଜରୁ ୧୯, ଅନୁଗୋଳରୁ ୧୮, ଜଗତସିଂହପୁର ଓ…
ଜାଭି ହର୍ନାଣ୍ଡିଜ କରୋନା ପଜିଟିଭ୍
ନୂଆଦିଲ୍ଲୀ,୨୫।୭: ପୂର୍ବତନ ସ୍ପେନ୍ ଓ ବାର୍ସିଲୋନ ମିଡ୍ଫିଲ୍ଡର ତଥା ଅଲ-ସାଦ୍ କୋଚ୍ ଜାଭି ହର୍ନାଣ୍ଡିଜ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଶନିବାର ସେ କରୋନା ପଜିଟିଭ୍ ବୋଲି ନିଜେ ସୂଚନା ଦେଇଛନ୍ତି। ତେବେ ତାଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ।…
ଅଳ୍ପ ଦର୍ଶକ ଓ ଜୈବ ସୁରକ୍ଷିତ ପରିବେଶରେ ଅଷ୍ଟ୍ରେଲିଆ ଓପନ୍ ଖେଳାଯିବ
ମେଲବୋର୍ନ,୨୫।୭(ଏପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍ ଓପନ୍ ଆୟୋଜନ ନେଇ ଏବେଠାରୁ ଆୟୋଜକମାନେ ଯୋଜନା ସ୍ଥିର କଲେଣି। ଏହି ଟୁର୍ନାମେଣ୍ଟର ଆଗାମୀ ୨୦୨୧ ସଂସ୍କରଣ ଅଳ୍ପ ଦର୍ଶକଙ୍କ ଗହଣରେ ଓ ସମ୍ପୂର୍ଣ୍ଣ ଜୈବ ସୁରକ୍ଷିତ ପରିବେଶରେ ଖେଳାଯିବ ବୋଲି ଆୟୋଜକମାନେ…
ଦକ୍ଷିଣ ଆଫ୍ରିକା ମହିଳା ଦଳରେ ୩ ସଦସ୍ୟ କରୋନା ପଜିଟିଭ୍
ଜୋହାନ୍ସବର୍ଗ,୨୫।୭(ପି.ଟି.): ଇଂଲଣ୍ଡ ଗସ୍ତ ପାଇଁ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବାକୁ ଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ୩ ଜଣ ସଦସ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଜଣେ ସପୋର୍ଟ ଷ୍ଟାଫ୍ଙ୍କ ସହିତ ୩ ଜଣ ସଦସ୍ୟଙ୍କୁ କ୍ୟାମ୍ପରୁ ପ୍ରତ୍ୟାହାର କରି…
କୋରାପୁଟରେ ପୁଣି ୩୦ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୪୧କୁ ବୃଦ୍ଧି
କୋରାପୁଟ,୨୫ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ପୁଣି ୩୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୪୧କୁ ବୃଦ୍ଧି ପାଇଥିବା ଜିଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୨୧ ଜଣ ପୁରୁଷ ଓ ୯…
ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସରେ ଭାରତ ଟପ୍-୧୦ରେ ରହିବ: ରିଜିଜୁ
ନୂଆଦିଲ୍ଲୀ୨୫।୭(ପି.ଟି.): ଭାରତୀୟ କ୍ରୀଡ଼ାର ଉନ୍ନତି ନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ବେଶ୍ ଆଶାବାଦୀ ଅଛନ୍ତି। ଏପରିକି ୨୦୨୮ ଅଲିମ୍ପିକ୍ସରେ ଭାରତ ଶ୍ରେଷ୍ଠ-୧୦ ମଧ୍ୟରେ ସ୍ଥାନିତ ହେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ଏଥିରେ ସରକାରଙ୍କ ‘ଟାର୍ଗେଟ୍ ଅଲିମ୍ପିକ ପୋଡିୟମ ଜୁନିୟର…
ବୁଗୁଡ଼ାରେ ପଜିଟିଭ, ଭୁବନେଶ୍ୱରରେ ନେଗେଟିଭ
ବୁଗୁଡ଼ା,୨୫ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଜଣେ ବ୍ୟକ୍ତି ଗତ ୧୬ ତାରିଖରେ ବୁଗୁଡାରେ ସ୍ବାବ୍ ଦେଇଥିବାବେଳେ ଶନିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ମାତ୍ର ୧୭ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସ୍ବାବ୍ ଦେଇଥିବାବେଳେ ଉକ୍ତ ଦିନ ରିପୋର୍ଟ ନେଗେଟିଭ ଆସିଥିଲା। ଏହି…
ଲିଜେଣ୍ଡ୍ସ ଅଫ୍ ଚେସ୍ ଟୁର୍ନାମେଣ୍ଟ: ଆନନ୍ଦଙ୍କ କ୍ରମାଗତ ଚତୁର୍ଥ ପରାଜୟ
ଚେନ୍ନାଇ,୨୫।୭(ପି.ଟି.): ଦେଢଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଲିଜେଣ୍ଡ୍ସ ଅଫ୍ ଚେସ୍ ଅନ୍ଲାଇନ୍ ଟୁର୍ନାମେଣ୍ଟରେ ପୂର୍ବତନ ବିଶ୍ୱ ଚାମ୍ପିୟନ ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍ ଆନନ୍ଦ କ୍ରମାଗତ ଚତୁର୍ଥ ପରାଜୟ ବରଣ କରିଛନ୍ତି। ଚତୁର୍ଥ ରାଉଣ୍ଡ ମୁକାବିଲାରେ ସେ…

