Posted inଖେଳ

ଅଳ୍ପ ଦର୍ଶକ ଓ ଜୈବ ସୁରକ୍ଷିତ ପରିବେଶରେ ଅଷ୍ଟ୍ରେଲିଆ ଓପନ୍‌ ଖେଳାଯିବ

ମେଲବୋର୍ନ,୨୫।୭(ଏପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଆୟୋଜନ ନେଇ ଏବେଠାରୁ ଆୟୋଜକମାନେ ଯୋଜନା ସ୍ଥିର କଲେଣି। ଏହି ଟୁର୍ନାମେଣ୍ଟର ଆଗାମୀ ୨୦୨୧ ସଂସ୍କରଣ ଅଳ୍ପ ଦର୍ଶକଙ୍କ ଗହଣରେ ଓ ସମ୍ପୂର୍ଣ୍ଣ ଜୈବ ସୁରକ୍ଷିତ ପରିବେଶରେ ଖେଳାଯିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ଟେନିସ୍‌ ଅଷ୍ଟ୍ରେଲିଆ ମୁଖ୍ୟ କ୍ରେଗ୍‌ ଟିଲେ ଏବେ ୟୁଏସ୍‌ ଓପନ୍‌ ଓ ବିଳମ୍ବିତ ଫ୍ରେଞ୍ଚ୍‌ ଓପନ୍‌ କିପରି ଆୟୋଜନ ହେବ ତାହା ଉପରେ ଲକ୍ଷ୍ୟ ରଖିଛନ୍ତି।
ଜାନୁୟାରୀରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟ କିପରି ଆୟୋଜନ ହେବ ସେ ନେଇ ଯୋଜନା ଆରମ୍ଭ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ସାମାଜିକ ଦୂରତ୍ୱ ନିୟମକୁ ଦୃଷ୍ଟିରେ ରଖି ଷ୍ଟାଡିୟମରେ ସିଟ୍‌ ସଂଖ୍ୟା କମାଯିବ। ଜୈବ ସୁରକ୍ଷିତ ପରିବେଶ ସୃଷ୍ଟି କରାଯିବ ଓ ଏଥିପାଇଁ ବିଦେଶୀ ଦର୍ଶକଙ୍କୁ ଆସିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଗତବର୍ଷ ନୋଭାକ ଜୋକୋଭିଚ୍‌ ଓ ସାଫିଆ କେନିନ୍‌ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସ ଟ୍ରଫ୍ରି ହାସଲ କରିବାର ୬ ସପ୍ତାହ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ କରୋନ ଭାଇରସ୍‌କୁ ମହାମାରୀ ଘୋଷଣା କରି ନ ଥିଲା।
ଏଥର ମେଲବୋର୍ନ ପାର୍କରେ ଦର୍ଶକ ସଂଖ୍ୟା ପ୍ରାୟ ଅଧା ହେବ। ଆଷ୍ଟ୍ରେଲିଆରେ ପହଞ୍ଚିବା ପରେ ବିଦେଶୀ ଖେଳାଳିମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡିବ। ଏହାପରେ ସେମାନଙ୍କର କୋଭିଡ୍‌-୧୯ ଟେଷ୍ଟ ହେବ। ଖେଳାଳିମାନେ ଜୈବ ସୁରକ୍ଷିତ ହୋଟେଲରେ ରହିବେ ଓ ଭେନ୍ୟୁକୁ ସୁରକ୍ଷିତ ଭାବେ ଯିବା ଆସିବା କରିବେ ବୋଲି କୁହାଯାଇଛି। ଚଳିତ ସପ୍ତାହରେ ଆମେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇଛୁ ବୋଲି ଟିଲେ କହିଛନ୍ତି। ଟେନିସ ଅଷ୍ଟ୍ରେଲିଆ ଫୁଲ୍‌ ଟାଇମ୍‌ ଟୁର୍ନାମେଣ୍ଟର ଷ୍ଟାଫ୍‌ ସଂଖ୍ୟା ୪୫୦କୁ କମାଇଛି। ଆସନ୍ତା ଜାନୁୟାରୀ ୧୮ ତାରିଖର ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆନ ଓପନ୍‌ରେ ଖେଳାଳି, ସପୋର୍ଟ ଷ୍ଟାଫ୍‌ଙ୍କ ସହ ମୋଟ ୨,୫୦୦ ଲୋକ ଷ୍ଟାଡିୟମରେ ଉପସ୍ଥିତ ରହିବେ। ଯଦି ପରସ୍ଥିତିରେ ଉନ୍ନତି ହୁଏ ଓ ୟୁଏସ୍‌ ଓପନ, ଫ୍ରେଞ୍ଚ୍‌ ଓପନ ଭଲରେ ଆୟୋଜନ ହୁଏ ତେବେ ଖେଳାଳିମାନେ ଆତ୍ମବିଶ୍ୱାସ ଲାଭ କରିବେ ବୋଲି ଟିଲେ ଆଶା ବ୍ୟକ୍ତ କରିଛନ୍ତି।
ଏହି ମହାମାରୀ କାରଣରୁ ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। ସେହିପରି ଫ୍ରେଞ୍ଚ୍‌ ଓପନ୍‌କୁ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସେହିପରି ୟୁଏସ୍‌ ଓପନ ଅଗଷ୍ଟ ୩୧ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୩ ତାରିଖରେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri