ପେନଶନ ଦେବାକୁ ରେଲଓ୍ବେର ଅର୍ଥ ନାହିଁ

ନୂଆଦିଲ୍ଲୀ,୨୫।୭: କରୋନା ଯୋଗୁ ଦେଶରେ ରେଳ ଚଳାଚଳ ପ୍ରଭାବିତ ହୋଇ ରହିଛି। ଦେଶ ମଧ୍ୟରେ ଜରୁରୀ ଭିତ୍ତିରେ ମାତ୍ର କିଛି ଟ୍ରେନ ଚାଲୁଛି। ଏଥି ଯୋଗୁ ରେଲଓ୍ବେର ରାଜସ୍ବ କ୍ଷତିଗ୍ରସ୍ତ ହୋଇଛି। ଏହାର ପୂର୍ବତନ କର୍ମଚାରୀ ଏବଂ ଅଧିକାରୀଙ୍କୁ ପେନଶନ ଦେବାକୁ ରେଲଓ୍ବେ ନିକଟରେ ଅର୍ଥାଭାବ ଦେଖାଦେଇ ଥିବା ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଚଳିତ ଆର୍ଥତ୍କ ବର୍ଷରେ ପୂର୍ବତନ କର୍ମଚାରୀ ଯେଭଳି ଭାବେ ପେନଶନ ପାଇବାରେ କୌଣସି ସମସ୍ୟା ସାମ୍ନା ନ କରିନ୍ତି ତାକୁ ଧ୍ୟାନରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ଚିଠି ଲେଖିଥିବା କୁହାଯାଉଛି। ଚଳିତ ବର୍ଷ ପେନଶନ ବାବଦ ରେଲଓ୍ବେକୁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ରେଲଓ୍ବେର ମୋଟ ୧୫ ଲକ୍ଷ ପେନଶନଧାରୀ ଅଛନ୍ତି। କରୋନା ପାଇଁ ରେଲଓ୍ବେକୁ ପୂର୍ବଭଳି ରାଜସ୍ବ ମିଳିବା ବର୍ତ୍ତମାନ ବନ୍ଦ ରହିଛି। ଏଣୁ ପେନଶନ ପ୍ରଦାନ ପ୍ରସଙ୍ଗକୁ ବିଚାର କରିବା ଲାଗି ରେଳ ମନ୍ତ୍ରଣାଳୟ ନର୍ଥ ବ୍ଲକର ସହାୟତା ଲୋଡିଥିବା ରିପୋର୍ଟରେ କୁହାଯାଇଛି। ଏହାବାଦ ରେଲଓ୍ବେର ଭିତ୍ତିଭୂମି ଫଣ୍ଡିଂ ମଧ୍ୟ ପ୍ରଭାବିତ ହୋଇପାରେ ବୋଲି ରିପୋର୍ଟରେ ଆଶଙ୍କା କରାଯାଇଛି। ମିଡିଆ ରିପୋର୍ଟ ମୁତାବକ ଗତ ଆର୍ଥତ୍କ ବର୍ଷ ମଧ୍ୟ ପେନଶନ ପ୍ରଦାନ ଲାଗି ଏହାର ପେନଶନ ପାଣ୍ଠିକୁ ସମ୍ପୂର୍ଣ୍ଣ ଅର୍ଥ ମିଳି ପାରି ନ ଥିଲା। ଫଳରେ ଏହି ପାଣ୍ଠିରେ ଏହି ପାଣ୍ଠିରେ ୨୮ ହଜାର କେଟି ଟଙ୍କାର ନେଗେଟିଭ କ୍ଲୋଜିଂ ବାଲାନ୍ସ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ବଜାରରେ ନୂଆ ମହିନ୍ଦ୍ରା ଥାର୍‌

ଭୁବନେଶ୍ୱର: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ପକ୍ଷରୁ ଓଡ଼ିଶା ବଜାରରେ ନୂଆ ‘ଥାର୍‌’ ମଡେଲ ପ୍ରବେଶ କରାଯାଇଛି। ସ୍ଥାନୀୟ ଉତ୍କଳ ଅଟୋମୋବାଇଲ ଶୋ’ରୁମ୍‌ଠାରେ ନିର୍ଦ୍ଦେଶକ ସୌନକ...

ଏସ୍‌ବିଆଇର ବଣିକ ସଂଯୋଗ ସମାରୋହ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୭।୯: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ)ର ଭୁବନେଶ୍ବର ମଣ୍ଡଳ ଆନୁକୂଲ୍ୟରେ ବିବିପିଏସ ଏବଂ ଏସବିଆଇ ଇ-ପେର ଲୋକପ୍ରିୟତା ବଢାଇବା ପାଇଁ ସୋମବାର ଏକ ବଣିକ ସଂଯୋଗ...

ଶୁଳ୍କମୁକ୍ତ ଦୋକାନରେ ଜିଏସ୍‌ଟି ଲାଗୁ ହେବ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୨୬-୫: ଶୁଳ୍କମୁକ୍ତ ଦୋକାନରୁ ପରଫ୍ୟୁମ୍‌, ଚକୋଲେଟ ଆଦି ସାମଗ୍ରୀ କିଣାରେ ଜିଏସ୍‌ଟି ଆଦାୟକୁ ନେଇ ଏକାଧିକ କୋର୍ଟ ରାୟ ଶୁଣାଇ ଥିବା ବେଳେ ଏହାକୁ ନେଇ...

ଭୁବନେଶ୍ୱରରେ ଜିଡିସି କରିବ ସିକ୍ୟୁରଆଇସ୍‌

ନୂଆଦିଲ୍ଲୀ,୧୯ା୧୦: ଦେଶର ପ୍ରମୁଖ ସାଇବର ସୁରକ୍ଷା ସଂସ୍ଥା (ଏକ ବହୁରାଷ୍ଟ୍ରୀୟ କମ୍ପାନୀ) ସିକ୍ୟୁରଆଇସ୍‌ ଓଡ଼ିଶାର ଭୁବନେଶ୍ୱରଠାରେ ତା’ର ବିଶ୍ୱ ବିତରଣ କେନ୍ଦ୍ର (ଜିଡିସି) ଖୋଲିବାକୁ ଯୋଜନା...

ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ମଲ୍‌ରେ ମ୍ୟାରିନ ମ୍ୟାଜିକ ଶୋ

ଭୁବନେଶ୍ୱର,୧୫।୯: ସ୍ମାର୍ଟ ସିଟି ଭୁବନେଶ୍ୱରର ପ୍ରମୁଖ ବାଣିଜି୍ୟକସ୍ଥଳ ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ମଲ୍‌ରେ ଏକ ଅଭିନବ ପ୍ରୟାସ ‘ମ୍ୟାରିନ ମ୍ୟାଜିକ ଶୋ’ ର ଶୁଭାରମ୍ଭ କରାଯାଇଛି। ବିଶେଷକରି...

ବ୍ଲକ୍‌ ହେଲା ଚାଇନାର ବାଇଡୁ, ଓ୍ବିବୁ ଆପ୍‌

ନୂଆଦିଲ୍ଲୀ,୫।୮: ସୀମାରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ୫୯ ଏବଂ...

ଆମଦାନୀ ଶୁଳ୍କ ନେଇ ଭାରତକୁ ପୁଣି ଟାର୍ଗେଟ କଲେ ଟ୍ରମ୍ପ

ଓ୍ବାଶିଂଟନ,୩୦-୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମଦାନୀ ଶୁଳ୍କ ନେଇ ପୁଣିଥରେ ଭାରତକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ଉତ୍ପାଦ ବିଶେଷ କରି...

୪୦ ହଜାର କୋଟି କମିବ ଜିଏସ୍‌ଟି ଆଦାୟ;ବଢ଼ୁଛି ରାଜ୍ୟଗୁଡ଼ିକର ମୁଣ୍ଡବ୍ୟଥା

ନୂଆଦିଲ୍ଲୀ,୨୪-୯: ଗତ ଶୁକ୍ରବାର ଜିଏସ୍‌ଟି କାଉନସିଲର ୩୭ତମ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଗୋଟିଏ ଦୁଇଟିକୁ ଛାଡ଼ି ଦେଲେ ହୋଟେଲ ଶିଳ୍ପ ସମେତ କେତେକ...

Advertisement
Archives

Model This Week