Home

୯ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୪। ୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏଥିସହିତ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଏବଂ ଉତ୍ତର…

‘ସିଜେଆଇଙ୍କୁ ସମାଲୋଚନା ସର୍ବୋଚ୍ଚ ଅଦାଲତଙ୍କ ପ୍ରଭୁତ୍ୱକୁ ନୂ୍ୟନ କରୁନାହିଁ’

ନୂଆଦିଲ୍ଲୀ, ୪ା୮:ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲାର ସମ୍ମୁଖୀନ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏକ ସତ୍ୟପାଠ ଦାଖଲ କରି କହିଛନ୍ତି, ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ସମାଲୋଚନା କରିବା ସର୍ବୋଚ୍ଚ ଅଦାଲତଙ୍କୁ ବଦନାମ କରୁନାହିଁ କିମ୍ବା ଏହାର ପ୍ରଭୁତ୍ୱକୁ ନୂ୍ୟନ…

ଦୁଇତୃତୀୟାଂଶ ପ୍ରବାସୀ ଶ୍ରମିକ ସହରମୁହାଁ

ନୂଆଦିଲ୍ଲୀ ୪ା୮(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ କାମଧନ୍ଦା ହରାଇ ଭିଟାମାଟିକୁ ଫେରିଆସିଥିବା ପ୍ରବାସୀ ଶ୍ରମିକମାନେ ପୁଣି କାମ ଅନ୍ବେଷଣରେ ସହରକୁ ଫେରିବା ଆରମ୍ଭ କରିଛନ୍ତି। ଗ୍ରାମାଞ୍ଚଳରେ ଦକ୍ଷତା ଅନୁସାରେ କାର୍ଯ୍ୟ ମିଳୁ ନ ଥିବାରୁ ଲକ୍‌ଡାଉନ ବେଳେ ଫେରିଥିବା…

ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ମିଳିଲା ଜମି

ଅଯୋଧ୍ୟା,୪।୮(ଆଇଏଏନ୍‌ଏସ୍‌): ରାମମନ୍ଦିର ନିର୍ମାଣ ଲାଗି ଭୂମିପୂଜାର ବିରାଟ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ଅଯୋଧ୍ୟା ଜିଲାପାଳ ଅନୁଜ କୁମାର ଝା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମସ୍‌ଜିଦ ଲାଗି ଫୈଜାବାଦର ଧନିପୁରଠାରେ ଥିବା ୫ ଏକର ଜମି ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ହସ୍ତାନ୍ତର କରିଛନ୍ତି।…

ଲଦାଖରେ ଶକ୍ତି ବଢ଼ାଉଛି ଭାରତ

ନୂଆଦିଲ୍ଲୀ,୪।୮: ଚାଇନା ସହ ସୀମା ବିବାଦ ସମାଧାନ ହେବା ପରିବର୍ତ୍ତେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଚାଇନାର ସାମ୍ରାଜ୍ୟବାଦୀ ଆଭିମୁଖ୍ୟ ଯୋଗୁ ଭାରତ ସୀମାରେ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଦୌଲତବେଗ୍‌ ଓଲ୍‌ଡି ଓ ଦେପ୍‌ସାଙ୍ଗ ନିକଟରେ ୧୭ ହଜାରରୁ ଅଧିକ ସୈନ୍ୟ…

କୁଳଭୂଷଣଙ୍କ ଓକିଲ ନିଯୁକ୍ତି ପାଇଁ ଭାରତକୁ ଅନୁମତି

ଇସ୍‌ଲାମାବାଦ, ୪ା୮: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ସୋମବାର ଇସ୍‌ଲାମାବାଦ ହାଇକୋର୍ଟରେ ଅନୁଷ୍ଠିତ ହୋଇଥିଲା। ଅଦାଲତ ଶୁଣାଣି ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ସ୍ଥଗିତ ରଖିବା ସହ ତାଙ୍କ ପାଇଁ ଓକିଲ…

ବିଧାନସଭାରେ ସିବିଆଇ ତଦନ୍ତ ଦାବି

ମୁମ୍ବାଇ,୪।୮:ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ ବାଦବିବାଦ ଲାଗିଥିବାବେଳେ ମୁମ୍ବାଇ ପୋଲିସ ସୋମବାର ରହସ୍ୟ ଖୋଲିଛି। ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତ ମାନସିକ ଭାବେ ଚାପଗ୍ରସ୍ତ ଥିଲେ। ବାଇପୋଲାର ଡିଜ୍‌ଅର୍ଡର ଯୋଗୁ ସେ ଚିକିତ୍ସିତ ହେବା ସହ ଔଷଧ ମଧ୍ୟ ଖାଉଥିଲେ…

ତ୍ରିଭାଷୀ ସୂତ୍ରକୁ ତାମିଲନାଡୁର ବିରୋଧ

ଚେନ୍ନାଇ, ୪ା୮: ନୂତନ ଜାତୀୟ ଶିକ୍ଷାନୀତିରେ ତ୍ରିଭାଷୀ ସୂତ୍ର ଦୁଃଖଦ ଓ ଯନ୍ତ୍ରଣାଦାୟକ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀ କହିବା ସହ ଏହାକୁ କାର୍ଯ୍ୟକାରୀ ହେବାକୁ ଦେବେନାହିଁ ବୋଲି କହିଛନ୍ତି। ତାମିଲନାଡୁର ପିଲାମାନଙ୍କ ଉପରେ ହିନ୍ଦୀ ଭାଷାକୁ ଜୋରଜବରଦସ୍ତ ଲାଗୁ…

ରାମମନ୍ଦିର ଭୂମିପୂଜନ ଉତ୍ସବ ଆରମ୍ଭ

ଅଯୋଧ୍ୟା, ୪ା୮: ରାମମନ୍ଦିର ଭୂମିପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ସୋମବାରଠାରୁ ୩ ଦିନିଆ ଉତ୍ସବ ଆରମ୍ଭ ହୋଇଛି। ବୁଧବାର ଭୂମିପୂଜନ ବେଳେ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୫ ଜଣ ରହିବେ। ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି…

ସ୍ଲୁଇସ୍‌ ଗେଟ୍‌ର ଫାଟକ ମରାମତି କଲେ ଚାଷୀ

ପଦ୍ମପୁର, ୪ା୮(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତର ମେଳକସାହି ଠାରେ ଅବସ୍ଥିତ ସ୍ଲୁଇସ ଗେଟର ଫାଟକକୁ ସୋମବାର ଚାଷୀ ମାନେ ମିଳିତ ଉଦ୍ୟମରେ ମରାମତି କରିଛନ୍ତି। କଞ୍ଚୁଡ଼ି ନଦୀ ଉପରେ ଅବସ୍ଥିତ ଏହି ସ୍ଲୁଇସ ଗେଟ୍‌ ଉପରେ ଜଳସେଚନ…

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ବ୍ରହ୍ମକୁମାରୀ

ଲଖନପୁର,୪।୮(ଡି.ଏନ୍‌.ଏ) ରକ୍ଷା ବନ୍ଧନ ଉତ୍ସବ ଅବସରରେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଇବ୍‌ ଥର୍ମାଲ (ତେଲେନପାଲି) ଶାଖା ତରଫରୁ ପୋଲିସ୍‌, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଖବରଦାତା ଆଦି ଯୋଦ୍ଧାମାନଙ୍କୁ ରାଖୀ ବାନ୍ଧିବା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । କରୋନା…

ଥୋମାସ୍‌ ଓ ଉବର କପ୍‌:ସହଜ ଡ୍ର’ରେ ଭାରତ

ନୂଆଦିଲ୍ଲୀ, ୪ା୮ (ପି.ଟି.)-କୋଭିଡ୍‌-୧୯ ଯୋଗୁ ଦୁଇଥର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯିବା ପରେ ଥୋମାସ୍‌ ଓ ଉବର କପ୍‌ ଫାଇନାଲ ଡେନମାର୍କର ଆରହସ୍‌ଠାରେ ଅକ୍ଟୋବର ୩ରୁ ୧୧ ପର୍ଯ୍ୟନ୍ତ ଆୟୋଜନ ପାଇଁ ସ୍ଥିର ହୋଇଛି। ଏଥିରେ ଭାରତ ଅପେକ୍ଷାକୃତ ସହଜ ଡ୍ର’ରେ ସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?