କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ବ୍ରହ୍ମକୁମାରୀ

ଲଖନପୁର,୪।୮(ଡି.ଏନ୍‌.ଏ)
ରକ୍ଷା ବନ୍ଧନ ଉତ୍ସବ ଅବସରରେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଇବ୍‌ ଥର୍ମାଲ (ତେଲେନପାଲି) ଶାଖା ତରଫରୁ ପୋଲିସ୍‌, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଖବରଦାତା ଆଦି ଯୋଦ୍ଧାମାନଙ୍କୁ ରାଖୀ ବାନ୍ଧିବା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । କରୋନା କଟକଣା ପାଳନ କରି ବନହରପାଲି ଥାନା ପରିସରରେ ବ୍ରହ୍ମକୁମାରୀ ଶାଖାର ପ୍ରମୁଖ ବିକେ ବିନ୍ଦୁଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବନହରପାଲି ଥାନା ଆଇଆଇସି ପ୍ରଶାନ୍ତ ମେହେର,ଏଏସ୍‌ଆଇ ସନ୍ତୋଷ ବେହେରା, ଗୌତମ ବେହେରା, ସୋମନାଥ ବିଶ୍ୱାଳ, ସଞ୍ଜୁକ୍ତା ଦାସ, ସୈରେନ୍ଦ୍ରୀ ନାଗ, ସୁଶାନ୍ତ କୁମାର ନାୟକ ପ୍ରମୁଖ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବ୍ରହ୍ମକୁମାରୀ ଶାଖା ପ୍ରମୁଖ ଭଉଣୀ ବିକେ ବିନ୍ଦୁ ସମସ୍ତ କରୋନା ଯୋଦ୍ଧାମାନଙ୍କ ହାତରେ ରାଖୀ ବାନ୍ଧିବା ସହ ବିଶ୍ୱର ସୁଖଶାନ୍ତି କାମନା କରିଥିଲେ। ସେହିପରି ଲଖନପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଆଦି ୩୦ଜଣ କରୋନା ଯୋଦ୍ଧାଙ୍କୁ ରକ୍ଷାବନ୍ଧନ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆୟୋଜକ ବ୍ରହ୍ମକୁମାରୀ ଶାଖାର ବିନ୍ଦୁ, ବୁଦ୍ଧଦେବ, ସୁଦର୍ଶନ, ଗୋକୁଳ, ରମଣୀ ଓ କେଶବ ପ୍ରମୁଖ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri