କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ବ୍ରହ୍ମକୁମାରୀ

ଲଖନପୁର,୪।୮(ଡି.ଏନ୍‌.ଏ)
ରକ୍ଷା ବନ୍ଧନ ଉତ୍ସବ ଅବସରରେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଇବ୍‌ ଥର୍ମାଲ (ତେଲେନପାଲି) ଶାଖା ତରଫରୁ ପୋଲିସ୍‌, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଖବରଦାତା ଆଦି ଯୋଦ୍ଧାମାନଙ୍କୁ ରାଖୀ ବାନ୍ଧିବା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । କରୋନା କଟକଣା ପାଳନ କରି ବନହରପାଲି ଥାନା ପରିସରରେ ବ୍ରହ୍ମକୁମାରୀ ଶାଖାର ପ୍ରମୁଖ ବିକେ ବିନ୍ଦୁଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବନହରପାଲି ଥାନା ଆଇଆଇସି ପ୍ରଶାନ୍ତ ମେହେର,ଏଏସ୍‌ଆଇ ସନ୍ତୋଷ ବେହେରା, ଗୌତମ ବେହେରା, ସୋମନାଥ ବିଶ୍ୱାଳ, ସଞ୍ଜୁକ୍ତା ଦାସ, ସୈରେନ୍ଦ୍ରୀ ନାଗ, ସୁଶାନ୍ତ କୁମାର ନାୟକ ପ୍ରମୁଖ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବ୍ରହ୍ମକୁମାରୀ ଶାଖା ପ୍ରମୁଖ ଭଉଣୀ ବିକେ ବିନ୍ଦୁ ସମସ୍ତ କରୋନା ଯୋଦ୍ଧାମାନଙ୍କ ହାତରେ ରାଖୀ ବାନ୍ଧିବା ସହ ବିଶ୍ୱର ସୁଖଶାନ୍ତି କାମନା କରିଥିଲେ। ସେହିପରି ଲଖନପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଆଦି ୩୦ଜଣ କରୋନା ଯୋଦ୍ଧାଙ୍କୁ ରକ୍ଷାବନ୍ଧନ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆୟୋଜକ ବ୍ରହ୍ମକୁମାରୀ ଶାଖାର ବିନ୍ଦୁ, ବୁଦ୍ଧଦେବ, ସୁଦର୍ଶନ, ଗୋକୁଳ, ରମଣୀ ଓ କେଶବ ପ୍ରମୁଖ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୪୪ ବ୍ଲକ୍‌କୁ ଭୂତଳ ଜଳ ବିପଦ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବଢ଼ି ଚାଲିଛି। ପ୍ରବଳ ଖରା ଯୋଗୁ ରାଜ୍ୟର ଜଳ ଉତ୍ସ ଉପରେ ଗଭୀର ପ୍ରଭାବ ପଡ଼ିବାରେ ଲାଗିଛି। ଆବଶ୍ୟକ ବର୍ଷା...

ନଡ଼ିଆ ଷଡ଼େଇରେ ମାସ୍କ

ପୁରୀ ଅଫିସ,୨ା୧୦: ମହାମାରୀ କରୋନା କବଳରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ମାସ୍କ...

ଚାନ୍ଦବାଲି ଗାଁକୁ ପଶିଲା ଜୁଆର ପାଣି: ନଦୀକୂଳବାସୀ ଆତଙ୍କିତ, ଖରିଫ ଫସଲ ବାଧାପ୍ରାପ୍ତ ହେବା ଆଶଙ୍କା

ଆରଡି, ୨ା୭(ଡି.ଏନ.ଏ.)-ବଙ୍ଗୋପସାଗରରେ ଲଘୁଚାପ ଅବପାତ ରୂପ ନେବା ପରେ ଚାନ୍ଦବାଲି ଜିଲାରେ ଲଗାଣବର୍ଷା ଲାଗି ରହିଛି। ଚାନ୍ଦବାଲି ବ୍ଲକରେ ସର୍ବାଧିକ ବର୍ଷା ହୋଇଛି। ମଙ୍ଗଳବାର ଅମାବାସ୍ୟା...

ଜଷ୍ଟିସ ଜେ.ପି. ଦାସଙ୍କୁ ଭେଟିଲେ କ୍ରାଇମ୍‌ବ୍ରାଞ୍ଚ ଏଡିଜି

ବ୍ରଜରାଜନଗର,୫।୨ (ଡି.ଏନ୍‌.ଏ.): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ହତ୍ୟାକାରୀ ପୋଲିସ୍‌ ଏଏସ୍‌ଆଇ ଗୋପାଳ...

ନଭେମ୍ବରରୁ ୟୁଜି, ପିଜି ପାଇଁ ନୂଆ ଶିକ୍ଷାବର୍ଷ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):କରୋନା ସ୍ଥିତି ଲାଗି ଚଳିତବର୍ଷ ଅଣ୍ଡର ଗ୍ରାଜୁଏଟ(ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ(ପିଜି) ଶିକ୍ଷାବର୍ଷକୁ ପରିବର୍ତ୍ତନ କରାଯାଇଛି। ମାର୍ଚ୍ଚ ପରିବର୍ତ୍ତେ ଏଥର ନଭେମ୍ବରରୁ ନୂତନ ଶିକ୍ଷାବର୍ଷ...

ଆଜି ଚିତାଲାଗି ଅମାବାସ୍ୟା

ପୁରୀ ଅଫିସ, ୨୦ା୭: ସୋମବାର ଚିତାଲାଗି ଅମାବାସ୍ୟା। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଚିତାଲାଗି ନୀତି ସମ୍ପନ୍ନ ହେବ। ଦାରୁ ବିଗ୍ରହଙ୍କୁ ଦଇତାପତି ସେବକମାନେ...

ଭିଜିଲାନ୍ସ ଜାଲରେ ଏସ୍‌ଆଇ

କଟକ ଅଫିସ,୧୨।୧୨: ଭିଜିଲାନ୍ସ ଜାଲରେ ମୋଟର୍‌ ଟ୍ରାନ୍ସପୋର୍ଟ ଫିଟର୍‌ ଏସ୍‌ଆଇ ଜନ୍ମେଜୟ ମଲ୍ଲିକ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ...

ନାଲ୍‌କୋ ଅଧ୍ୟକ୍ଷ ହେଲେ ଶ୍ରୀଧର ପାତ୍ର

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଷ୍ଟ୍ରାୟତ୍ତ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀଧର ପାତ୍ର ନିୟୁକ୍ତ ହୋଇଛନ୍ତି। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ...

Advertisement
Archives

Model This Week