Home

ଅଧାରେ ଅଟକିଛି ଗାନ୍ଧୀଙ୍କ ଥ୍ରୀ-ଡି ଭାସ୍କର୍ଯ୍ୟ

କଟକ ଅଫିସ,୧୯ା୮: କାଠଯୋଡ଼ି କୂଳରେ ବ୍ରୋଞ୍ଜ ତିଆରି ଥ୍ରୀ-ଡି ଭାସ୍କର୍ଯ୍ୟ କୃତୀ ସ୍ଥାପନ କରାଯିବ। ୨୦ ଫୁଟ ଚଉଡ଼ା ଓ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି କଳାକୃତିରେ ସ୍ଥାନ ପାଇବ ଗାନ୍ଧୀଜୀଙ୍କ କଟକ ଗସ୍ତ ସମୟର ସ୍ମୃତି। କଟକର ୧୮…

୩ ଦିନରେ ନିର୍ବାଚନ ଗାଇଡ୍‌ଲାଇନ୍ସ ପ୍ରସ୍ତୁତ କର

ନୂଆଦିଲ୍ଲୀ, ୧୯ା୮ : ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନ ଲାଗି ୩ ଦିନ ମଧ୍ୟରେ ଗାଇଡ୍‌ଲାଇନ୍ସ ପ୍ରସ୍ତୁତ କରିବାକୁ ନିର୍ବାଚନ କମିଶନ ମଙ୍ଗଳବାର ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ମହାମାରୀ କରୋନା ସମୟରେ ଠିକ୍‌ଭାବେ ଯେମିତି ମତଦାନ କରାଯାଇପାରିବ, ସେଥିଲାଗି ରୋଡ୍‌ମ୍ୟାପ୍‌…

ଆଦିତ୍ୟଙ୍କ ସହ ସାକ୍ଷାତକୁ ରିଆଙ୍କ ଖଣ୍ଡନ

ମୁମ୍ବାଇ, ୧୯ା୮ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ ଖୋଳତାଡ ଚାଲିଥିବାବେଳେ ଶିବସେନା ନେତା ତଥା ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କ ସହ କେବେ ବି ସାକ୍ଷାତ ଆଲୋଚନା ହୋଇନାହିଁ ବୋଲି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ…

୪ ଜିଲା ପାଇଁ ସ୍ବତନ୍ତ୍ର ରଣନୀତି: କୋରାପୁଟରେ ହେବ ପ୍ଲାଜ୍‌ମା ବ୍ୟାଙ୍କ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ୍‌ ପରିସ୍ଥିତି ଓ ରଣନୀତି ନେଇ ସମୀକ୍ଷା କରିଛନ୍ତି। ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲାରେ ଆଞ୍ଚଳିକଭିତ୍ତିକ ରଣନୀତି ଅବଲମ୍ବନ କରିବା ପାଇଁ…

ପାକ୍‌ ସୀମାରେ ତେଜସ୍‌

ନୂଆଦିଲ୍ଲୀ, ୧୯ା୮ : ଚାଇନା ସହ ସୀମା ବିବାଦ ଜାରି ରହିଥିବାବେଳେ ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନା ପକ୍ଷରୁ ମଙ୍ଗଳବାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏଲ୍‌ସିଏ ତେଜସ୍‌ ଲଢ଼ୁଆ ବିମାନକୁ ମୁତୟନ କରାଯାଇଛି। ଲଦାଖ ପ୍ରସଙ୍ଗକୁ ନେଇ ଚାଇନା ସହ ବିବାଦର…

ଆଜି ଯୁକ୍ତ୨ ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ। ପୂର୍ବାହ୍ନ ସାଢ଼େ ୧୧ଟାରେ ପରିଷଦର କାର୍ଯ୍ୟାଳୟରେ ଏହି ରେଜଲ୍ଟ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିବେ। ଛାତ୍ରୀଛାତ୍ରମାନେ www.orissaresults.nic.in…

ଯଦି ଟୁଇଟ୍‌କୁ ଭୟ, ନ୍ୟାୟପାଳିକା ଦୁର୍ବଳ

ନୂଆଦିଲ୍ଲୀ,୧୯ା୮: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଗୁରୁବାର (ଅଗଷ୍ଟ ୨୦ରେ) ଦଣ୍ଡବିଧାନ କରିବାକୁ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି। ଏହାକୁ ନେଇ ଦେଶବ୍ୟାପୀ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବର୍ତ୍ତମାନର ମହାମାରୀ ସମୟରେ…

୧୦ ଲକ୍ଷ ଟପିଲା କରୋନା ପରୀକ୍ଷା

ଭୁବନେଶ୍ୱର,୧୯ା୮(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ ଟେଷ୍ଟିଂ ପାଇଁ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ରାଜ୍ୟରେ କୋଭିଡ୍‌ ଟେଷ୍ଟ ୧୦ ଲକ୍ଷ ଟପିଛି। ଗତ ତିନିଦିନ ହେଲା ରାଜ୍ୟରେ ଦୈନିକ ହାରାହାରି ୫୦ ହଜାର ନମୁନା…

ଚୂଡ଼ାନ୍ତ ବର୍ଷ ପରୀକ୍ଷା ବାତିଲ ମାମଲାର ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧୯ା୮: ଦେଶବ୍ୟାପୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆସନ୍ତା ସେପ୍ଟେମ୍ବର ୩୦ସୁଦ୍ଧା ଚୂଡ଼ାନ୍ତ ବର୍ଷର ପରୀକ୍ଷା କରିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ କରାଯାଇଥିବା ଏକାଧିକ ଆବେଦନର ଶୁଣାଣି କରି ରାୟକୁ ମଙ୍ଗଳବାର କୋର୍ଟ ସ୍ଥଗିତ ରଖିଛନ୍ତି। ବିଚାରପତି…

ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ଇସ୍ତଫା:ଏଡିବି ଉପାଧ୍ୟକ୍ଷ ହେବେ

ନୂଆଦିଲ୍ଲୀ,୧୯ା୮: ନିର୍ବାଚନ କମିଶନର ଅଶୋକ ଲାଭାସା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆସନ୍ତା ମାସରେ ଏସିଆନ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି)ର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏହିି ପଦରେ ଥିବା ଦିବାକର ଗୁପ୍ତା ଅଗଷ୍ଟ ୩୧ରେ ଅବସର ଗ୍ରହଣ…

୧୪ ପଇସା ବଢ଼ିଲା ପେଟ୍ରୋଲ

ଭୁବନେଶ୍ୱର,୧୯।୮: ଲଗାତର ତୃତୀୟ ଦିନ ଲାଗି ପେଟ୍ରୋଲ ଦର ବୃଦ୍ଧି ଘଟିଛି। ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୪ ପଇସା ବଢିବା ଯୋଗୁ ଦର ୮୧.୪୪ ଟଙ୍କା ଛୁଇଁଛି। ଏହି ସମୟରେ ଡିଜେଲ ଦର ଅପରିବର୍ତ୍ତିିତ ୮୦.୦୩ ଟଙ୍କା ରହିଛି।…

ସଙ୍କଟରେ ରିୟଲ ଇଷ୍ଟେଟ୍‌: ୫ ବର୍ଷରେ ୫ ହଜାର କୋଟିର ପୁଞ୍ଜିନିବେଶକୁ ଝଟକା

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ବିମୁଦ୍ରୀକରଣ, କରୋନା ମହାମାରୀ ଓ ଅନ୍ୟ କେତେକ ସମସ୍ୟା ଯୋଗୁ ରାଜ୍ୟର ଛୋଟ ବଡ଼ ୧୫ ହଜାରରୁ ଊର୍ଦ୍ଧ୍ୱ ଡେଭେଲପର ଏବଂ ରିୟଲ ଇଷ୍ଟେଟ ସଂସ୍ଥା ଘୋର ପ୍ରଭାବିତ ହୋଇଛନ୍ତି। ପ୍ରକଳ୍ପ ଅନୁମୋଦନରେ ବିଳମ୍ବ ହେବା ସହ ଶ୍ରମିକ ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?