୧୪ ପଇସା ବଢ଼ିଲା ପେଟ୍ରୋଲ

ଭୁବନେଶ୍ୱର,୧୯।୮: ଲଗାତର ତୃତୀୟ ଦିନ ଲାଗି ପେଟ୍ରୋଲ ଦର ବୃଦ୍ଧି ଘଟିଛି। ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୪ ପଇସା ବଢିବା ଯୋଗୁ ଦର ୮୧.୪୪ ଟଙ୍କା ଛୁଇଁଛି। ଏହି ସମୟରେ ଡିଜେଲ ଦର ଅପରିବର୍ତ୍ତିିତ ୮୦.୦୩ ଟଙ୍କା ରହିଛି। ରବିବାର ପେଟ୍ରୋଲ ଦର ୧୨ ପଇସା ବଢିଥିବା ବେଳେ ସୋମବାର ଦର ୧୫ ପଇସା ବୃଦ୍ଧି ଘଟିଥିଲା। ଗତ ଏକ ମାସ ହେବ ତେଲ ଦର ନିୟନ୍ତ୍ରଣରେ ରହିଥିବା ବେଳେ ଏଥିରେ ବର୍ତ୍ତମାନ ବୃଦ୍ଧି ଘଟୁଥିବା ଜଣାପଡିଛି। ଦେଶର ପ୍ରମୁଖ ସହରଗୁଡିକ କଥା ବିଚାର କଲେ ମଙ୍ଗଳବାର ପେଟ୍ରୋଲ ଦର ୧୩ରୁ ୧୭ ପଇସା ବଢିଛି। ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୭ ପଇସା ବଢି ୮୦.୯୦ ଟଙ୍କା ଛୁଇଁଛି। ସେହିଭଳି ଚେନ୍ନାଇରେ ୧୨ ପଇସା ବଢି ୮୩.୯୯ ଟଙ୍କା, କୋଲକାତାରେ ୧୩ ପଇସା ବଢି  ୮୨.୪୩ ଟଙ୍କା ଏବଂ ମୁମ୍ବାଇରେ ୧୩ ପଇସା ବୃଦ୍ଧି ପାଇ ୮୭.୫୮ ଟଙ୍କା ରହିଛି। ଏହି ସହରଗୁଡିକରେ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ଏହି ମେଟ୍ରୋ ସହର ଡିଜେଲ ଦର ଯଥାକ୍ରମେ- ୭୩.୫୬ ଟଙ୍କା, ୭୮.୮୬ ଟଙ୍କା, ୭୭.୦୬ ଟଙ୍କା ଏବଂ ୮୦.୧୧ ଟଙ୍କା ରହିଛି। ବର୍ତ୍ତମାନ ଦେଶର ବିଭିନ୍ନ ପ୍ରାନ୍ତରେ ତେଲ ଦର ଭିନ୍ନ ରହୁଛି। ଅଶୋଧିତ ତେଲ ଦର ବୃଦ୍ଧି ଏବଂ ବିଦେଶୀ ବିନିମୟ ହାରକୁ ନେଇ ଦର ନିର୍ଦ୍ଧାରଣ ହେଉଥିବାରୁ ଦରରେ ଭିନ୍ନତା ପରିଲକ୍ଷିତ ହେଉଛି। ରାଷ୍ଟ୍ରାୟତ୍ତ କମ୍ପାନୀ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଭଳି କମ୍ପାନୀଗୁଡିକ ତେଲ ଦରରେ ପରିବର୍ତ୍ତନକୁ ପ୍ରତିଦିନ ସକାଳ ୬ଟାରେ ଲାଗୁ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରେ ହେବ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜନ୍ମଦିନ ଅବସରରେ ନୂଆ ଘୋଷଣା କରିଛନ୍ତି। ଏହି ଘୋଷଣା ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବ। ରାଜ୍ୟର...

ଭଞ୍ଜନଗରରେ ବିଜେଡି ଆଗୁଆ

ଭଞ୍ଜନଗର,୨୩।୫(ଡି.ଏନ୍‌.ଏ.)- ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର...

ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫିଜିକ୍ସରେ ଜାତୀୟ ବିଜ୍ଞାନ ଦିବସ

ଭୁବନେଶ୍ୱର,୧।୩(ବ୍ୟୁରୋ): ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫିଜିକ୍ସ ପକ୍ଷରୁ ଶୁକ୍ରବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ୧୨୦ ସ୍କୁଲରୁ ୧୦୦୦ ଜଣ ଛାତ୍ରୀଛାତ୍ର ଯୋଗଦେଇଥିଲେ। ୨୦ଟି...

ଖଣ୍ଡଗିରିରୁ ଇନୋଭା ଲୁଟ ଘଟଣା ଯଦୁପୁରରୁ ଗାଡି ଜବତ, ୨ଜଣଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଗତ ସପ୍ତାହରେ ଖଣ୍ଡଗିରି ଅଞ୍ଚଳରୁ ଲୁଟ୍‌ ହୋଇଥିବା ଏକ ଇନୋଭା ଗାଡ଼ିକୁ ସ୍ପେଶାଲ ସ୍କ୍ବାଡ ପୋଲିସ ଯଦୁପୁରରୁ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ...

ବଢ଼ିଲା ଆଇନଜୀବୀଙ୍କ ସହାୟତା ରାଶି

ଭୁବନେଶ୍ୱର, ୪ା୪ (ବ୍ୟୁରୋ): ଭୁବନେଶ୍ୱର, ୩।୪(ବ୍ୟୁରୋ)- ଆଇନ୍‌ଜୀବୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଅଧିବକ୍ତା କଲ୍ୟାଣ ପାଣ୍ଠି ୧୯୮୭ର ସଂଶୋଧନ କରିଛନ୍ତି। ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ...

ଝଲସିବ ବାରାଣାସୀ ଗଙ୍ଗାଘାଟ

ପାର୍ବଣ ଋତୁରେ ମା’ଙ୍କ ଆଗମନ ପାଇଁ ରାଜଧାନୀରେ ଆରମ୍ଭ ହୋଇଗଲାଣି ପୂଜା ପ୍ରସ୍ତୁତି। କରୋନା ପାଇଁ ୨ ବର୍ଷ ହେବ କଟକଣାରେ କେବଳ ବିଧିରକ୍ଷା ପୂର୍ବକ...

ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି ସୁରକ୍ଷା କର୍ମୀ

ହିଞ୍ଜିଳିକାଟୁ,୧୯।୮(ଡି.ଏନ.ଏ.): ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ୮୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କୋଠା, ଡାକ୍ତରଖାନାକୁ କାଟାଗୋରୀ-୨ ଉପଖଣ୍ଡ ଚିକିତ୍ସାଳୟ ମାନ୍ୟତା, ଡାକ୍ତର,ନର୍ସ ଓ କର୍ମଚାରୀଙ୍କ ସଂଖ୍ୟା...

ରାଜ୍ୟରେ ବାଘ ଗଣନା ଆରମ୍ଭ

ଭୁବନେଶ୍ୱର,୨୪।୭(ବୂ୍ୟରୋ): ରାଜ୍ୟରେ ବାଘ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥର ରାଜ୍ୟର ଅଧିକ ଡିଭିଜନରେ ବାଘ ଗଣନା କରାଯିବ । ପୂର୍ବରୁ ରାଜ୍ୟର ୧୫ଟି ଡିଭିଜନରେ...

Advertisement
Archives

Model This Week