ଅଧାରେ ଅଟକିଛି ଗାନ୍ଧୀଙ୍କ ଥ୍ରୀ-ଡି ଭାସ୍କର୍ଯ୍ୟ

କଟକ ଅଫିସ,୧୯ା୮: କାଠଯୋଡ଼ି କୂଳରେ ବ୍ରୋଞ୍ଜ ତିଆରି ଥ୍ରୀ-ଡି ଭାସ୍କର୍ଯ୍ୟ କୃତୀ ସ୍ଥାପନ କରାଯିବ। ୨୦ ଫୁଟ ଚଉଡ଼ା ଓ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି କଳାକୃତିରେ ସ୍ଥାନ ପାଇବ ଗାନ୍ଧୀଜୀଙ୍କ କଟକ ଗସ୍ତ ସମୟର ସ୍ମୃତି। କଟକର ୧୮ ଜଣ ଶିଳ୍ପୀ ଏହି କୃତୀ ତିଆରି କରିବାରେ ଲାଗିଥିଲେ। କାଠଗଡ଼ା ସାହିସ୍ଥିତ ଶିଳ୍ପୀରେଖା ଷ୍ଟୁଡିଓରେ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିଲା। ମାତ୍ର ଅର୍ଥ ଅଭାବରୁ ଏହାର ନିର୍ମାଣ କାର୍ଯ୍ୟ ଆଗେଇପାରୁ ନାହିଁ। ଗତ ମାର୍ଚ୍ଚ ୨୩ରେ ଏହାର ଉଦ୍‌ଘାଟନ ପାଇଁ ଲକ୍ଷ୍ୟ ରହିଥିଲା; କିନ୍ତୁ ୫ ମାସ ବିତିବାକୁ ବସିଥିବା ବେଳେ ଏହି ଐତିହାସିକ ଭାସ୍କର୍ଯ୍ୟ କାମ ଅଧାରେ ପଡ଼ିଛି।
୧୯୨୧ରେ ଗାନ୍ଧିଜୀ ପ୍ରଥମଥର ଓଡ଼ିଶା ଗସ୍ତ କରିଥିଲେ। ସେହିବର୍ଷ ମାର୍ଚ୍ଚ ୨୩ରେ କଟକର କାଠଯୋଡ଼ି ପଠାରେ ଏକ ସାଧାରଣ ସଭା ହୋଇଥିଲା। ଏହି ସଭାକୁ ୧୦୦ ବର୍ଷ ପୂରିବାକୁ ଯାଉଛି। ଭାରତୀୟ ମୁକ୍ତି ସଂଗ୍ରାମ ସହ ଜଡ଼ିତ ଏଇ ଐତିହାସିକ ସଭାକୁ ସବୁଦିନ ପାଇଁ ସ୍ମରଣରେ ରଖିବାକୁ କଟକରେ ଏକ ଭାସ୍କର୍ଯ୍ୟ କୃତୀ ତିଆରି କରିବା ଲାଗି ଜିଲା ପ୍ରଶାସନ ପରିକଳ୍ପନା କରିଥିଲା। ଏହି ଥ୍ରୀ-ଡି ଭାସ୍କର୍ଯ୍ୟ କୃତୀ ପାଇଁ ୩୨ ଲକ୍ଷ ଟଙ୍କାର ବଜେଟ୍‌ କରାଯାଇଛି। ଉଲ୍ଲେଖନୀୟ କଥା ହେଉଛି, କାଠଯୋଡ଼ି ସଭାରେ ଗାନ୍ଧୀଙ୍କୁ କୁର୍ତ୍ତା ପିନ୍ଧି ବସିଥିବା ଓ ମୁଣ୍ଡରେ ଟୋପି ଥିବାର ଚିତ୍ର ଭାସ୍କର୍ଯ୍ୟରେ ଶୋଭା ପାଇବ। ଉତ୍କଳମଣି ଗୋପବନ୍ଧୁ ଦାସ ସଭାପତିତ୍ୱ କରୁଥିବା ଓ ସଭାରେ ଗାନ୍ଧିଜୀଙ୍କ ସହ ତାଙ୍କର ସହଧର୍ମିଣୀ କସ୍ତୁରବା ଗାନ୍ଧୀ, ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ଓ କୃପାସିନ୍ଧୁ ମିଶ୍ରଙ୍କ ଭଳି ବହୁ ମନିଷୀଙ୍କ ଉପସ୍ଥିତି ବେଳର ଦୃଶ୍ୟ କୃତୀରେ ସ୍ଥାନ ପାଇଛି। କାଠଗଡ଼ା ସାହିର ଶିଳ୍ପୀ ଶ୍ରୀକାନ୍ତ ରଣା ଓ ଲକ୍ଷ୍ମୀଧର ରଣା ଉକ୍ତ କାର୍ଯ୍ୟର ନେତୃତ୍ୱ ନେଇଛନ୍ତି। ରାଜ୍ୟ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ୩ ଜଣଆ କମିଟି କାଠଯୋଡ଼ିର ନେତାଜୀ ସୁଭାଷ ସେତୁ ନିକଟରେ ଉକ୍ତ ଭାସ୍କର୍ଯ୍ୟ ସ୍ଥାପନ ପାଇଁ ଜାଗା ଚିହ୍ନଟ କରିଛନ୍ତି। କିନ୍ତୁ ଅର୍ଥ ଅଭାବରୁ କାର୍ଯ୍ୟ ବନ୍ଦ ପଡ଼ିଛି। କେବେ ସୁଦ୍ଧା ଏହି କାର୍ଯ୍ୟ ସରିବ, ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ଏହାର କାରିଗରଙ୍କୁ ସେପରି କୌଣସି ସରକାରୀ ସହାୟତା ଦିଆଯାଉ ନ ଥିବା ଯୋଗୁ କରୋନା ମହାମାରୀ ବେଳେ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ଶିଳ୍ପୀ ଲକ୍ଷ୍ମୀଧର ରଣା କହିଛନ୍ତି। ଅଧାପନ୍ତରିଆ ଭାସ୍କର୍ଯ୍ୟ କୃତୀ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ଅନନ୍ତ ସେଠୀ କହିଛନ୍ତି, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏହାର ନିର୍ମାଣ ଦାୟିତ୍ୱରେ ରହିଛି। କଟକ ଜିଲା ପ୍ରଶାସନ ପକ୍ଷରୁ କେବଳ କାଠଯୋଡ଼ି କୂଳରେ ସ୍ଥାନ ଦେବାକୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri