୨୫,୨୬ରେ ଝଡ଼ତୋଫାନ ସମ୍ଭାବନା
ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବର୍ଷା ଲାଗି ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହେଉଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ ପରିମାଣ ବର୍ଷା ହେବାର ସମ୍ଭାବନା…
୧୭ ଜୀବନ ନେଲାଣି କରୋନା
ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନାଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ମାର୍ଚ୍ଚ ୧୫ରେ ପ୍ରଥମ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଆକ୍ରାନ୍ତଙ୍କ ସଂଖ୍ୟାକୁ ଆୟତ୍ତ କରିବା ଓ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ସବୁ ପ୍ରକାର ପଦକ୍ଷେପ…
ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଲା
ଗଞ୍ଜାମ ଅଫିସ, ୨୪।୬: ଗଞ୍ଜାମ ଜିଲାରେ ବୁଧବାର ୭୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ପଜିଟିଭ ସଂଖ୍ୟା ହଜାରେ ଟପିଛି। ବର୍ତ୍ତମାନ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୧। ଏମାନଙ୍କ ମଧ୍ୟରୁ ୧୪ଜଣ କରୋନା…
ବରିଷ୍ଠ ଅଧିକାରୀଙ୍କୁ କରୋନା: ଗଞ୍ଜାମ ସରକାରୀ ଅଫିସକୁ ଆସନ୍ତା ୧୦ ଦିନ ସର୍ବସାଧାରଣ ମନା
ଗଞ୍ଜାମ ଅଫିସ, ୨୪।୬: ଗଞ୍ଜାମରେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ସୁଦ୍ଧା ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୩୧ରେ ପହଞ୍ଚି ସାରିଥିବା ବେଳେ କରୋନା ଯୋଗୁ ୮ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ସଂକ୍ରମିତଙ୍କ ସଂଖ୍ୟା…
ଶ୍ରୀମନ୍ଦିର ଇତିହାସରେ ନୂଆ ଅଧ୍ୟାୟ: ରଥ ପଥରେ, ବିନା ଭକ୍ତରେ
ପୁରୀ ଅଫିସ,୨୪ା୬: ମହାମାରୀ କରୋନା ପାଇଁ ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହୋଇଛି ଏକ ନୂଆ ଅଧ୍ୟାୟ। ଶେଷ ମୁହୂର୍ତ୍ତରେ ଲୀଳାମୟ ଦେଖାଇଲେ ତାଙ୍କ ଅପୂର୍ବ ଲୀଳା। ବଡ଼ଦାଣ୍ଡକୁ ଓହ୍ଲାଇ ଆସିଲେ ଭାବବିନୋଦିଆ। ସେ ବିଶ୍ୱନିୟନ୍ତା, ଜଗତଠାକୁର। ତାଙ୍କୁ ବା ଅଟକାଇବ କିଏ? ଏହା…
ଡିଜେଲ ଲିଟର ପିଛା ୧୦ଟଙ୍କା ବଢିଲାଣି
ନୂଆଦିଲ୍ଲୀ,୨୪।୬: ମଙ୍ଗଳବାର ତୈଳ ଦର ପେଟ୍ରୋଲ ଲିଟର ପିଛା ୨୦ ପଇସା ଏବଂ ଡିଜେଲ ୫୬ ପଇସା ବୃଦ୍ଧି ପାଇଛି। ଫଳରେ ଡିଜେଲ ଦର ଲିଟର ପିଛା ୧୦.୨ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ପେଟ୍ରୋଲ ଲିଟର ପିଛା ୨୦ ପଇସା…
୮୯୫ ହେକ୍ଟରରେ ହେବ ବନୀକରଣ
ଅନୁଗୋଳ ଅଫିସ, ୨୪।୬ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଅନୁଗୋଳ ବନଖଣ୍ଡରେ ଚାରା ରୋପଣ ପାଇଁ ପ୍ରସ୍ତୁତି ଚାଲିଛି। ଚଳିତବର୍ଷ ବନଖଣ୍ଡ ପକ୍ଷରୁ ଏଥିପାଇଁ ପାଖାପାଖି ସାଢ଼େ ୧୮ ଲକ୍ଷ ଚାରା ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୧୪ ହଜାର ଚାରା…
ଓଡ଼ିଶା ଏଫସିକୁ ପ୍ଲେ-ଅଫ୍ ନେବାକୁ ଚାହାନ୍ତି ବକ୍ସଟର
ଭୁବନେଶ୍ୱର, ୨୪।୬(କ୍ରୀଡ଼ା ପ୍ରତିନିଧି)- କରୋନା ଭାଇରସ ସଂକ୍ରମଣ ଜନିତ କଟକଣା ଯୋଗୁ ଦୂରରେ ରହିଥିଲେ ହେଁ ଓଡ଼ିଶା ଏଫସିର ନବନିଯୁକ୍ତ କୋଚ୍ ଷ୍ଟୁଆର୍ଟ ବକ୍ସଟର ଦଳର ପ୍ରଦର୍ଶନକୁ ନେଇ ବେଶ୍ ଆଶାବାଦୀ। ଆଗାମୀ ଇଣ୍ଡିଆନ ସୁପରଲିଗ୍ ସିଜନରେ ଓଡ଼ିଶା ଏଫସିକୁ ପ୍ଲେ-ଅଫ୍କୁ…
ଗୁପ୍ତଚର କାର୍ଯ୍ୟ ଲାଗି କଡ଼ା ଆଭିମୁଖ୍ୟ: ପାକିସ୍ତାନ ଦୂତାବାସରୁ ୫୦% କର୍ମଚାରୀ କମାଇବାକୁ କହିଲା ଭାରତ
ନୂଆଦିଲ୍ଲୀ,୨୩।୬: ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କଲା ଭାରତ। ନିକଟରେ ଗୁପ୍ତଚର କାର୍ଯ୍ୟ ପାଇଁ ୨ ପାକ୍ ଦୂତାବାସ କର୍ମଚାରୀଙ୍କୁ ସ୍ବଦେଶ ପଠାଯାଇଥିଲା। ଏବେ ୫୦% କର୍ମଚାରୀ କମାଇବାକୁ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଭାରତ କହିଛି। ନୂଆଦିଲ୍ଲୀସ୍ଥିତ ପାକ୍ ଦୂତାବାସରେ କର୍ମଚାରୀ…
ପତଞ୍ଜଳିର କରୋନା ଔଷଧ ବିଜ୍ଞାପନ ଉପରେ ରୋକ, ପରୀକ୍ଷା ନେଇ ତଥ୍ୟ ମାଗିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୨୩।୬: ସାରା ବିଶ୍ୱରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ପକ୍ଷରୁ କରୋନା ଔଷଧ ବାହାର କରାଯାଇଥିବା ମଙ୍ଗଳବାର ଦାବି କରାଯାଇଛି। ଏହାର ନାମ କମ୍ପାନୀ…
ଅନ୍ଧାରରେ ତିନି ରଥ
ପୁରୀ ଅଫିସ,୨୩।୬: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଞ୍ଚଳରେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଥିଲା। ଫଳରେ ପ୍ରାୟ ଦେଢ଼ ଘଣ୍ଟା ଧରି ମହାପ୍ରଭୁ ଅନ୍ଧାରରେ ରହିଥିଲେ । କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଅନ୍ଧାରରେ ତିନି ରଥ ରହିଥିବା ସୂଚନା ମିଳିଥିଲା।…
ଇଂଲଣ୍ଡ ଗସ୍ତ ପୂର୍ବରୁ ୧୦ ପାକିସ୍ତାନୀ କ୍ରିକେଟରଙ୍କୁ କରୋନା
ଇସ୍ଲାମବାଦ୍, ୨୩।୬- ଇଂଲଣ୍ଡ ଗସ୍ତ ପୂର୍ବରୁ ୧୦ ପାକିସ୍ତାନ କ୍ରିକେଟର୍ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ୩ ଜଣ ଖେଳାଳି ସୋଏବ ଖାନ୍, ହାରିସ ରଫ୍ ଓ ହାଇଦର ଅଲି କରୋନା ଆକ୍ରାନ୍ତ ହୋଇଥିଲେ। ମଙ୍ଗଳବାର ଆଉ ୭…
Archives


