ଏହି ପର୍ନ ଷ୍ଟାରଙ୍କୁ ୩୩ ଲକ୍ଷ ଟଙ୍କା ଦେବେ ଟ୍ରମ୍ପ୍‌…

ଓ୍ବାଶିଂଟନ, ୨୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ପର୍ନ ଷ୍ଟାର ଷ୍ଟୋର୍ମି ଡାନିଏଲ୍‌ଙ୍କୁ ୩୩ ଲକ୍ଷ ଟଙ୍କା ଦେବେ। ଏନେଇ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ୍‌ଙ୍କ ସହିତ ସମ୍ପର୍କ ଥିଲା ବୋଲି ଷ୍ଟୋର୍ମି ଦାବି କରିଛନ୍ତି। ତେବେ ଏହାକୁ ଟ୍ରମ୍ପ୍‌ ଖଣ୍ଡନ କରିଛନ୍ତି। ୪୧ ବର୍ଷ ବୟସ୍କା ଷ୍ଟୋର୍ମି ଟମ୍ପ୍‌ଙ୍କ ବିରୋଧରେ ମାମଲା ଦାଏର କରିଥିଲେ। ପରବର୍ତ୍ତୀ ସମୟରେ ଏହା ରଦ୍ଦ ହୋଇଯାଇଥିଲା। ତେଣୁ ଷ୍ଟୋର୍ମିଙ୍କର ଖର୍ଚ୍ଚ ହୋଇଥିବା ଟଙ୍କାର ଭରଣା ଟ୍ରମ୍ପ୍‌ କରିବେ ବୋଲି କାଲିଫର୍ନିଆର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ନିର୍ଦ୍ଦେଶ ପରେ ଷ୍ଟୋର୍ମି ଟୁଇଟ୍‌ କରି ପୁଣି ଏକ ବିଜୟ ବୋଲି ସୂଚନା ଦେଇଛନ୍ତି। ମାମଲା ଦାଏର କରିବା ପରେ ଷ୍ଟୋର୍ମି ଏକ ପୁସ୍ତକ ମଧ୍ୟ ଲେଖିଥିଲେ। ସେ ଏଥିରେ ଟ୍ରମ୍ପ୍‌ ଙ୍କ ସହିତ ସମ୍ପର୍କ ଥିବା ବିଷୟରେ ଉଲ୍ଲେଖ କରିଥିଲେ। ୨୦୦୬ରେ ଟ୍ରମ୍ପ୍‌ଙ୍କ ସହିତ ଷ୍ଟୋର୍ମିଙ୍କର ସମ୍ପର୍କ ଥିବା ପୁସ୍ତକରେ ଦର୍ଶାଯାଇଛି। ଏଥିପାଇଁ ଚୁପ୍‌ ରହିବା ଲାଗି ଷ୍ଟୋର୍ମିଙ୍କୁ ଟ୍ରମ୍ପ୍‌ଙ୍କ ଆଇନଜୀବୀଙ୍କ ପକ୍ଷରୁ ୯୭ ଲକ୍ଷ ଟଙ୍କା ଦିଆଯାଇଥିବା ପୁସ୍ତକରେ ପ୍ରକାଶ ପାଇଛି। ଏହି ପୁସ୍ତକ ବେଶ୍‌ ଚର୍ଚ୍ଚାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ ଗ୍ରହରୁ ଶୁଖିବାରେ ଲାଗିଛି ଜଳୀୟ ଅଂଶ

ଓ୍ବାଶିଂଟନ, ୧୧।୧: ମଙ୍ଗଳରେ ଜୀବନ ଥିବା ନେଇ ମହାକାଶ ବିଜ୍ଞାନୀମାନେ ଦାବି କରିଥିବାବେଳେ ଏବେ ଜଣାପଡ଼ିଛି ଯେ ଧୀରେଧୀରେ ଏଠାରେ ଥିବା ଜଳୀୟ ଅଂଶ ଶୁଖିବାରେ...

ତାଲିବାନକୁ ଆମେରିକାର କଡ଼ା ଜବାବ୍‌, ଫ୍ରିଜ୍‌ କଲା ୭୦୬ ଶହ କୋଟିରୁ ଅଧିକ ଟଙ୍କା…

ଓ୍ବାଶିଂଟନ,୧୮।୮: ଆମେରିକା ଆଫଗାନିସ୍ତାନରୁ ନିଜର ସୈନ୍ୟ ପ୍ରତ୍ୟାହାର କରିନେଇଛି। କିନ୍ତୁ ତାଲିବାନ ବିରୋଧରେ ଯୁଦ୍ଧ ଏବେ ବି ଜାରି ରଖିଛି। ଆମେରିକା ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କର...

ଖାଦ୍ୟ ସଙ୍କଟ ସୃଷ୍ଟି ପାଇଁ ରୁଷିଆର ଷଡ଼ଯନ୍ତ୍ର, ଗୋଦାମରେ ବୋମାମାଡ଼…

କ୍ୱିଭ୍‌, ୧୨।୩ : ୟୁକ୍ରେନ୍‌ରେ ଖାଦ୍ୟ ସଙ୍କଟ ସୃଷ୍ଟି ପାଇଁ ରୁଷିଆ ସୈନ୍ୟଙ୍କ ପକ୍ଷରୁ ଷଡ଼ଯନ୍ତ୍ର ହୋଇଛି। ତେଣୁ କେତେକ ଖାଦ୍ୟଶସ୍ୟ ଗୋଦାମରେ ରୁଷିଆ ସୈନ୍ୟ...

ମଞ୍ଚ ଉପରେ ପିନ୍ଧା ପୋଷାକ ଖୋଲି ଦେଲେ ଅଭିନେତ୍ରୀ…

ପ୍ୟାରିସ୍‌,୧୪।୩: ଏକ ପୁରସ୍କାର ପ୍ରଦାନ ଉତ୍ସବରେ ଜଣେ ଅଭିନେତ୍ରୀ ମଞ୍ଚ ଉପରେ ନିଜର ପିନ୍ଧା ପୋଷାକ ଖୋଲି ଦେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିବାଦ ଜଣାଇବାକୁ...

ଆତ୍ମହତ୍ୟା ପାଇଁ ଗିଳିଥିଲେ ଟୁଥ୍‌ବ୍ରସ୍‌: ୨୦ ବର୍ଷ ପରେ ଅପରେଶନ୍‌ରେ ବାହାରିଲା

ବେଜିଂ,୧୩।୮: ଚାଇନାରେ ଜଣେ ବ୍ୟକ୍ତିଙ୍କ ପେଟରୁ ଏକ ଟୁଥ୍‌ବ୍ରସ୍‌ ବାହାର କରାଯାଇଛି। ପେଟରେ ଲଗାତାର ଯନ୍ତ୍ରଣା ହେବାରୁ ଡାକ୍ତର ଅପରେଶନ କରି ଏହାକୁ ବାର କରିଛନ୍ତି।...

କରୋନାରେ ସବୁଠାରୁ କନିଷ୍ଠ ମହିଳାଙ୍କ ମୃତ୍ୟୁ

ଓ୍ବାରସା,୨୧।୩: କରୋନା ଭାଇରସ୍‌ର ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି। ଇଟାଲିରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି...

ମହାକାଶ ବ୍ୟବସାୟ ପାଇଁ ଆମାଜନ, ଓ୍ବାନ୍‌ଓ୍ବେବ୍‌ର ଆବେଦନ

ବେଙ୍ଗାଲୁରୁ, ୨୪।୧୨: ମହାକାଶ ସେକ୍ଟରରେ ଘରୋଇ କମ୍ପାନୀଙ୍କୁ ସୁଯୋଗ ଦେବା ଲାଗି ସରକାର ନିଷ୍ପତ୍ତି ନେବା ପରେ ୪ଟି ବିଦେଶୀ କମ୍ପାନୀ ସମେତ ମୋଟ ୨୨ଟି...

ଖାଶୋଗୀ ହତ୍ୟା ମାମଲା: ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ରିୟାଧ,୨୪ା୧୨(ଏଏଫ୍‌ପି): ଓ୍ବାଶିଂଟନ ପୋଷ୍ଟର ସ୍ତମ୍ଭକାର ଜମାଲ ଖାଶୋଗୀ ହତ୍ୟା ମାମଲାରେ ସୌଦି ଆରବର ଏକ ଅଦାଲତ ସୋମବାର ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ସୌଦି...

Advertisement
Archives

Model This Week