Posted inଜାତୀୟ

ଖେଳନାରେ ବିଆଇଏସ୍‌ ମାନ ବାଧ୍ୟତାମୂଳକ

ନୂଆଦିଲ୍ଲୀ, ୨୩।୮: ୧୪ ବର୍ଷରୁ କମ୍‌ ବୟସର ପିଲାଙ୍କ ବ୍ୟବହାର ପାଇଁ ଭାରତରେ ତିଆରି ହେଉଥିବା ଏବଂ ବିଦେଶରୁ ଆମଦାନି ହେଉଥିବା ଖେଳନାଗୁଡ଼ିକୁ ସେପ୍ଟେମ୍ବର ୧ରୁ ବିଆଇଏସ୍‌ ମାନ ପୂରଣ କରିବାକୁ ପଡ଼ିବ। ଏହା ଚାଇନା କମ୍ପାନୀଗୁଡ଼ିକ ପାଇଁ ବଡ଼ ଝଟ୍‌କା ହୋଇପାରେ। କାରଣ ଭାରତକୁ ଆମଦାନୀ ହେଉଥିବା ଖେଳନାର ପାଖାପାଖି ୭୫ ପ୍ରତିଶତ ଚାଇନାରୁ ଆସିଥାଏ। ୨୦୧୯-୨୦ ବର୍ଷରେ ଭାରତ ପ୍ରାୟ ୪,୦୦୦ କୋଟି ଟଙ୍କାର ଖେଳନା ଆମଦାନୀ କରିଥିଲା। ସମସ୍ତ ଆମଦାନୀ ଖେଳନାକୁ ବିଆଇଏସ୍‌ ମାନ ପୂରଣ କରିବାକୁ ହେବ। ମାନ ପୂରଣ କରୁ ନ ଥିବା ଖେଳନାକୁ ଆମଦାନୀ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ କହିଛନ୍ତି।
ପାରାଦୀପ, ମୁମ୍ବାଇ, କାଣ୍ଡଲା, କୋଲକାତା, କୋଚି ସମେତ ଦେଶର ୭ଟି ବୃହତ୍‌ ବନ୍ଦରରେ ଆମଦାନୀ ସାମଗ୍ରୀ ଯାଞ୍ଚ ଲାଗି ବିଆଇଏସ୍‌ ଅଧିକାରୀମାନେ ନିୟୋଜିତ ହେବେ ବୋଲି ଏହାର ମହାନିର୍ଦ୍ଦେଶକ ପ୍ରମୋଦ କୁମାର ତିଓ୍ବାରୀ କହିଛନ୍ତି। ଏହା ବ୍ୟତୀତ ଆମଦାନୀ ଖେଳନା ଯେଉଁ କମ୍ପାନୀରେ ଉତ୍ପାଦନ ହେଉଛି, ସେଠାକୁ ମଧ୍ୟ ବିଆଇଏସ୍‌ କର୍ତ୍ତୃପକ୍ଷ ଯାଇ ମାନ ଯାଞ୍ଚ କରିବେ। ବିଆଇଏସ୍‌ ସାର୍ଟିଫିକେଟ ନ ଥିଲେ ସେପ୍ଟେମ୍ବରରୁ ଖେଳନା ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଗତ ଫେବୃୟାରୀ ମାସରେ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ମାନ ନିୟନ୍ତ୍ରଣ ନିର୍ଦ୍ଦେଶନାମା (କ୍ୟୁସିଓ) ଜାରି କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଭାରତରେ ଲାଇସେନ୍ସପ୍ରାପ୍ତ ଖେଳନା ପ୍ରସ୍ତୁତକାରୀ ନାହାନ୍ତି। ଲାଇସେନ୍ସ ପାଇଁ ନିକଟରେ ୯ଟି ଆବେଦନ ଆସିଥିବା ବିଆଇଏସ୍‌ ଅଧିକାରୀ କହିଛନ୍ତି। କ୍ଷୁଦ୍ର ଘରୋଇ ଉତ୍ପାଦନ ପ୍ରଭାବିତ ହେବାକୁ ଥିବାରୁ ସମୟସୀମା ବଢ଼ାଇବା ପାଇଁ କେତେଜଣ ଦାବି କରିଛନ୍ତି।
ଦିଲ୍ଲୀ ଏବଂ ଏନ୍‌ସିଆର୍‌ ମାର୍କେଟରେ ୧୨୧ ପ୍ରକାର ଖେଳନାର ଯାଞ୍ଚ କରାଯାଇଥିଲା। ସେଥିରୁ ପାଖାପାଖି ୬୭ ପ୍ରତିଶତ ଖେଳନା ଆବଶ୍ୟକ ମାନ ପୂରଣ କରୁ ନ ଥିବା ଭାରତର ଗୁଣମାନ ପରିଷଦ (କ୍ୟୁସିଆଇ) ଜାଣିବା ପରେ ୭ଟି ଭାରତୀୟ ମାନ ଉପରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୩୦% ପ୍ଲାଷ୍ଟିକ୍‌ ଖେଳନା ନିରାପତ୍ତା ମାନ ପୂରଣ କରିବାରେ ବିଫଳ ହୋଇଥିବାବେଳେ ୮୦ ପ୍ରତିଶତରେ ମେକାନିକାଲ ଓ ଭୌତିକ ନିରାପତ୍ତା ଗୁଣ ନ ଥିଲା। ୭୫% ବିଦ୍ୟୁତ୍‌ଚାଳିତ ଖେଳନା ପରୀକ୍ଷାରେ ଫେଲ୍‌ ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri