Posted inଜାତୀୟ

ଖେଳନାରେ ବିଆଇଏସ୍‌ ମାନ ବାଧ୍ୟତାମୂଳକ

ନୂଆଦିଲ୍ଲୀ, ୨୩।୮: ୧୪ ବର୍ଷରୁ କମ୍‌ ବୟସର ପିଲାଙ୍କ ବ୍ୟବହାର ପାଇଁ ଭାରତରେ ତିଆରି ହେଉଥିବା ଏବଂ ବିଦେଶରୁ ଆମଦାନି ହେଉଥିବା ଖେଳନାଗୁଡ଼ିକୁ ସେପ୍ଟେମ୍ବର ୧ରୁ ବିଆଇଏସ୍‌ ମାନ ପୂରଣ କରିବାକୁ ପଡ଼ିବ। ଏହା ଚାଇନା କମ୍ପାନୀଗୁଡ଼ିକ ପାଇଁ ବଡ଼ ଝଟ୍‌କା ହୋଇପାରେ। କାରଣ ଭାରତକୁ ଆମଦାନୀ ହେଉଥିବା ଖେଳନାର ପାଖାପାଖି ୭୫ ପ୍ରତିଶତ ଚାଇନାରୁ ଆସିଥାଏ। ୨୦୧୯-୨୦ ବର୍ଷରେ ଭାରତ ପ୍ରାୟ ୪,୦୦୦ କୋଟି ଟଙ୍କାର ଖେଳନା ଆମଦାନୀ କରିଥିଲା। ସମସ୍ତ ଆମଦାନୀ ଖେଳନାକୁ ବିଆଇଏସ୍‌ ମାନ ପୂରଣ କରିବାକୁ ହେବ। ମାନ ପୂରଣ କରୁ ନ ଥିବା ଖେଳନାକୁ ଆମଦାନୀ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ କହିଛନ୍ତି।
ପାରାଦୀପ, ମୁମ୍ବାଇ, କାଣ୍ଡଲା, କୋଲକାତା, କୋଚି ସମେତ ଦେଶର ୭ଟି ବୃହତ୍‌ ବନ୍ଦରରେ ଆମଦାନୀ ସାମଗ୍ରୀ ଯାଞ୍ଚ ଲାଗି ବିଆଇଏସ୍‌ ଅଧିକାରୀମାନେ ନିୟୋଜିତ ହେବେ ବୋଲି ଏହାର ମହାନିର୍ଦ୍ଦେଶକ ପ୍ରମୋଦ କୁମାର ତିଓ୍ବାରୀ କହିଛନ୍ତି। ଏହା ବ୍ୟତୀତ ଆମଦାନୀ ଖେଳନା ଯେଉଁ କମ୍ପାନୀରେ ଉତ୍ପାଦନ ହେଉଛି, ସେଠାକୁ ମଧ୍ୟ ବିଆଇଏସ୍‌ କର୍ତ୍ତୃପକ୍ଷ ଯାଇ ମାନ ଯାଞ୍ଚ କରିବେ। ବିଆଇଏସ୍‌ ସାର୍ଟିଫିକେଟ ନ ଥିଲେ ସେପ୍ଟେମ୍ବରରୁ ଖେଳନା ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଗତ ଫେବୃୟାରୀ ମାସରେ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ମାନ ନିୟନ୍ତ୍ରଣ ନିର୍ଦ୍ଦେଶନାମା (କ୍ୟୁସିଓ) ଜାରି କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଭାରତରେ ଲାଇସେନ୍ସପ୍ରାପ୍ତ ଖେଳନା ପ୍ରସ୍ତୁତକାରୀ ନାହାନ୍ତି। ଲାଇସେନ୍ସ ପାଇଁ ନିକଟରେ ୯ଟି ଆବେଦନ ଆସିଥିବା ବିଆଇଏସ୍‌ ଅଧିକାରୀ କହିଛନ୍ତି। କ୍ଷୁଦ୍ର ଘରୋଇ ଉତ୍ପାଦନ ପ୍ରଭାବିତ ହେବାକୁ ଥିବାରୁ ସମୟସୀମା ବଢ଼ାଇବା ପାଇଁ କେତେଜଣ ଦାବି କରିଛନ୍ତି।
ଦିଲ୍ଲୀ ଏବଂ ଏନ୍‌ସିଆର୍‌ ମାର୍କେଟରେ ୧୨୧ ପ୍ରକାର ଖେଳନାର ଯାଞ୍ଚ କରାଯାଇଥିଲା। ସେଥିରୁ ପାଖାପାଖି ୬୭ ପ୍ରତିଶତ ଖେଳନା ଆବଶ୍ୟକ ମାନ ପୂରଣ କରୁ ନ ଥିବା ଭାରତର ଗୁଣମାନ ପରିଷଦ (କ୍ୟୁସିଆଇ) ଜାଣିବା ପରେ ୭ଟି ଭାରତୀୟ ମାନ ଉପରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୩୦% ପ୍ଲାଷ୍ଟିକ୍‌ ଖେଳନା ନିରାପତ୍ତା ମାନ ପୂରଣ କରିବାରେ ବିଫଳ ହୋଇଥିବାବେଳେ ୮୦ ପ୍ରତିଶତରେ ମେକାନିକାଲ ଓ ଭୌତିକ ନିରାପତ୍ତା ଗୁଣ ନ ଥିଲା। ୭୫% ବିଦ୍ୟୁତ୍‌ଚାଳିତ ଖେଳନା ପରୀକ୍ଷାରେ ଫେଲ୍‌ ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ପୂଜକଙ୍କ ଅମାନବୀୟ କାଣ୍ଡ, ତାର ଚୋରି ସନ୍ଦେହରେ ନାବାଳକଙ୍କୁ ବାନ୍ଧି….

ପାରଳାଖେମୁଣ୍ଡି,୨୮।୬ (ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ତାର ଚୋରି ସନ୍ଦେହରେ ଜଣେ ନାବାଳକଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଅମାନବୀୟ ଭାବେ ମାଡ଼…

ଆସୁଛି ବଡ଼ ବର୍ଷା, ଏହି ତାରିଖରୁ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର,୨୮।୬: ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଚମ୍ପୁଆ ବାଉଁଶୁଳି ରାସ୍ତାରେ ଦୁର୍ଘଟଣା, ବାଇକ-କାର ମୁହାଁମୁହିଁ ଧକ୍କାରେ….

କେନ୍ଦୁଝର,୨୮।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ବାଉଁଶୁଳି–ଚମ୍ପୁଆ ରାସ୍ତାର ଗିଧିବାସ ଗ୍ରାମ ନିକଟରେ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର-ବାଇକ ମଧ୍ୟରେ…

ରାଇସ ମିଲ୍‌ ପରିସରରୁ ମିଳିଲା ସ୍କ୍ରାପ ଗୋଟାଳିଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

କୁଆଁରମୁଣ୍ଡା,୨୮।୬(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଧୀନ କୁମଝରିଆ ପଞ୍ଚାୟତ ବିଜାବାହାଲ ନିକଟସ୍ଥ ଏକ ରାଇସ ମିଲ୍‌ ପରିସରରୁ ଜଣେ ବୃଦ୍ଧାଙ୍କ ମୃତଦେହ ମିଳିଛି।…

‘ତତ୍କାଳ’ ଏବଂ ‘କରେଣ୍ଟ’ ଟିକେଟ୍ ବୁକିଂ ମଧ୍ୟରେ ଥିବା ତଫାତ କ’ଣ? ଜାଣିଥିଲେ ସହଜ ହେବ ଯାତ୍ରା

ନୂଆଦିଲ୍ଲୀ,୨୮।୬: ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଟିକେଟ୍ ବୁକିଂର ଅନେକ ବିକଳ୍ପ ରହିଛି। ଏହା ମଧ୍ୟରେ ତତ୍କାଳ ବୁକିଂ (Tatkal Booking) ଏବଂ କରେଣ୍ଟ…

ଚିତ୍କାର-ଧୂଆଁ-ମୃତ୍ୟୁ…ବଡ଼ ଧରଣର ହେଲିକପ୍ଟର ଦୁର୍ଘଟଣା, ୧୪ମୃତ

ରିୟାଦ,୨୮।୬: ସାଉଦି ଆରବର ରାସ୍ ତନୁରା ଅଞ୍ଚଳରେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ହୋଇଛି । ଏଥିରେ ପ୍ରାୟ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି…

IND vs IRE: ପୁଣି ନିରାଶ ହେଲେ ବୈଭବ; କିଏ ସେହି ସୂର୍ଯ୍ୟାଂଶ-ପ୍ରିନ୍ସ, ଯାହାଙ୍କୁ ମିଳିଲା ସୁଯୋଗ?

ବେଲଫାଷ୍ଟ,୨୮।୬: ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ର ଆରମ୍ଭ ବେଶ୍ ରୋମାଞ୍ଚକର ରହିଛି, ଯେଉଁଠାରେ ଘରୋଇ ଦଳ ପ୍ରଥମ ମ୍ୟାଚ୍‌ରେ ଭାରତକୁ ହରାଇ ଇତିହାସ…

ଦେବସ୍ନାନ ପୂର୍ଣ୍ଣିମା, ଆସନ୍ତାକାଲି ସବୁ ସ୍କୁଲ୍‌ ବନ୍ଦ

ପୁରୀ,୨୮ା୬: ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆସନ୍ତାକାଲି ଅର୍ଥାତ୍ ସୋମବାର ପୁରୀ ମହାନଗର ନିଗମରେ ବନ୍ଦ ରହିବ ସମସ୍ତ ସ୍କୁଲ । ଶିଶୁ ବାଟିକାଠାରୁ ଦ୍ବାଦଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri