ସଂକ୍ରମଣରେ ଶିଶୁଙ୍କର ବଡ଼ ଭୂମିକା ରହିଛି

ଓ୍ବାଶିଂଟନ, ୨୩।୮: ଶିଶୁମାନଙ୍କ ଦ୍ୱାରା ଭୂତାଣୁ ସଂକ୍ରମଣ ହାର ଅଧିକ ଏବଂ ତାହା ସେମାନଙ୍କୁ ନୀରବ ସଂକ୍ରମଣକାରୀରେ ପରିଣତ କରିପାରେ ବୋଲି ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଆମେରିକାର କେତେକ ଅଞ୍ଚଳରେ ସ୍କୁଲ ଖୋଲିଥିବାବେଳେ କେତେଜଣ ପିଲାଙ୍କଠାରେ ଅଧିକ ମାତ୍ରାରେ ଭୂତାଣୁ ଥିବା ଜଣାପଡିଛି। ପ୍ରଥମ ତିନି ଦିନର ସଂକ୍ରମଣ ସତ୍ତ୍ୱେ ଏହି ପିଲାମାନଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି କିମ୍ବା ଆଦୌ ଲକ୍ଷଣ ନାହିଁ। ସେମାନଙ୍କ ଦ୍ୱାରା ଯେତିକି ସଂକ୍ରମଣ ହେବାର ପୂର୍ବରୁ ବିଶ୍ୱାସ କରାଯାଉଥିଲା ତାହାଠାରୁ ଯଥେଷ୍ଟ ଅଧିକ। ଏପରିକି ଗୋଷ୍ଠୀ ସଂକ୍ରମଣରେ ସେମାନଙ୍କର ଭୂମିକା ରହିପାରେ ବୋଲି ଗୁରୁବାର ପ୍ରକାଶିତ ଉକ୍ତ ଅଧ୍ୟୟନରେ କୁହାଯାଇଛି। ମାସ୍‌ ଜେନେରାଲ ହସ୍ପିଟାଲର ଶିଶୁ ରୋଗ ବିଭାଗ ଡାକ୍ତର ଆଲେସିଓ ଫାସାନୋଙ୍କ କହିବା ଅନୁଯାୟୀ ପିଲାଙ୍କ ଠାରେ ଲକ୍ଷଣ ଥିଲେ ମଧ୍ୟ ସେମାନେ କ୍ୱଚିତ୍‌ ଦେଖାଇଥାନ୍ତି। ଅଧିକାଂଶ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଅଣଦେଖା କରୁଥିବାରୁ ପରୀକ୍ଷା କରାଇ ନ ଥାନ୍ତି। ଫଳରେ ସେମାନେ ନୀରବ ସଂକ୍ରମଣକାରୀ ଭାବେ କାର୍ଯ୍ୟ କରିପାରନ୍ତି।
ପିଲାମାନେ ସୁରକ୍ଷିତ ବୋଲି କେତେଜଣ ବିଶ୍ୱାସ କରୁଥିବାବେଳେ ଏହା ସମ୍ପୂର୍ଣ୍ଣ ଭୁଲ୍‌ ବୋଲି ଫାସାନୋ କହିଛନ୍ତି। ପିଲା ଓ କରୋନା ଭୂତାଣୁ ସଂକ୍ରମଣ ଉପରେ ଏହି ଅଧ୍ୟୟନ ପେଡିଆଟ୍ରିକ୍ସ ପତ୍ରିକାରେ ପ୍ରକାଶ ପାଇଛି। ଜୁଲାଇ ୩୦ରେ ଜେଏଏମ୍‌ଏ ପେଡିଆଟ୍ରିକ୍ସରେ ପ୍ରକାଶିତ ତଥ୍ୟ ଅନୁଯାୟୀ ସାମାନ୍ୟ କିମ୍ବା ମଧ୍ୟମ ଧରଣର ଅସୁସ୍ଥ ୫ ବର୍ଷରୁ କମ୍‌ ପିଲାଙ୍କ ନାକରେ ବଡ଼ ପିଲା ଓ ବୟସ୍କଙ୍କ ତୁଳନାରେ ଅଧିକ ଭୂତାଣୁ ରହିଥାନ୍ତି। ଏହାର କିଛିଦିନ ପୂର୍ବରୁ ଦକ୍ଷିଣ କୋରିଆରେ ପ୍ରକାଶିତ ଏକ ଅଧ୍ୟୟନରେ ବିଶ୍ୱାସ କରାଯାଇଥିଲା ବଡ଼ ପିଲା ଓ ବୟସ୍କଙ୍କ ତୁଳନାରେ ଛୋଟ ପିଲା ଭୂତାଣୁର କମ୍‌ ସଂକ୍ରମଣ କରିଥାନ୍ତି। ତେବେ ଏହା ସ୍ପଷ୍ଟ ନୁହେଁ ବୋଲି ପରବର୍ତ୍ତୀ ଅନୁଧ୍ୟାନରୁ ଜଣାପଡିଥିଲା। ଉପରୋକ୍ତ ତିନୋଟି ଅଧ୍ୟୟନ ଛୋଟ ଏବଂ କେତେକ ତଥ୍ୟ ପରସ୍ପର ବିରୋଧୀ ହୋଇଥିଲେ ମଧ୍ୟ ମହାମାରୀ ସଂକ୍ରମଣରେ ପିଲାମାନଙ୍କ ଭୂମିକା ଚିନ୍ତାଜନକ ବୋଲି ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri