ନିର୍ମାଣ ଚାଲିଛି ଆଠମଲ୍ଲିକ-ଧଳପୁର ବ୍ରିଜ: କାମ ସରିଲେ ସେତୁ ରଚିବ କୀର୍ତ୍ତିମାନ

ବଇଣ୍ଡା, ୨୩।୮: ଧାର୍ଯ୍ୟ ଅବଧି ୮ ମାସ ତଳୁ ଶେଷ ହେଲାଣି। ତଥାପି ମହାନଦୀ ଉପରେ ନିର୍ମାଣ ସରୁନି ଓଡ଼ିଶାର ସବୁଠୁ ଲମ୍ବା ସେତୁର ଗୌରବ ଅର୍ଜନ କରିବାକୁ ଯାଉଥିବା ଆଠମଲ୍ଲିକ-ଧଳପୁର ସେତୁ। ଅନୁଗୋଳ ଜିଲା ଆଠମଲ୍ଲିକରୁ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଳପୁରକୁ ସଂଯୋଗ କରୁଥିବା ଏହି ୩ କିଲୋମିଟର ୩୨୦ ମିଟର ଦୀର୍ଘ ସେତୁ କାମ ଶେଷ ହେଲେ ଏହା ନୂଆ କୀର୍ତ୍ତିମାନ ସୃଷ୍ଟି କରିବ। ଏପରିକି ବର୍ତ୍ତମାନ ରାଜ୍ୟର ସବୁଠୁ ଦୀର୍ଘତମ ପୋଲ (୨.୮୮ କିଲୋମିଟର)ର ରେକର୍ଡ ବହନ କରୁଥିବା କଟକ ତ୍ରିଶୂଳିଆସ୍ଥିତ କାଠଯୋଡ଼ି ଉପରେ ନିର୍ମିତ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ’ ସେତୁକୁ ମଧ୍ୟ ଏହା ପଛରେ ପକାଇଦେବ।

କେନ୍ଦ୍ରୀୟ ଓଡ଼ିଶାରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସଂଯୋଗକୁ ଆହୁରି ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ ମେ ୨୦୧୫ରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଳପୁରଠାରେ ମହାନଦୀ ଉପରେ ଏହି ଦ୍ୱିତୀୟ ସେତୁର ଶିଳାନ୍ୟାସ କରିଥିଲେ। ପ୍ରଥମେ ବିଭାଗ ପକ୍ଷରୁ ୧୪୨ କୋଟି ଟଙ୍କାର ଟେଣ୍ଡର ଡକାହୋଇଥିଲା। ପରେ ଠିକାସଂସ୍ଥା ୧୬୮ କୋଟି ୯୧ ଲକ୍ଷ ଟଙ୍କାରେ ଟେଣ୍ଡର ନେଇ କାମ କରିବା ପାଇଁ ସ୍ଥିର କରିଥିଲା। ୨୦୧୬ରୁ ଏହି ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଡିସେମ୍ବର ୪, ୨୦୧୯ରେ କାର୍ଯ୍ୟ ସମାପ୍ତ କରିବାକୁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ସମସ୍ତ ୮୮ଟି ପିଲାର ନିର୍ମାଣ ସରିଛି। ମୋଟ ୮୭ ଟି ସ୍ପାମ ମଧ୍ୟରୁ ୨୮ଟିର କାମ ସରିଥିବାବେଳେ ୫୯ ଟି ନିର୍ମାଣାଧୀନ ଅଛି। ଅଦ୍ୟାବଧି ୧୩୦ କୋଟି ଟଙ୍କାର କାମ ଶେଷ ହୋଇଛି। ସେହିପରି ସେତୁ ଦୁଇ ପାର୍ଶ୍ୱରେ ଆପ୍ରୋଚ ରୋଡ କାମ ଜାରି ରହିଛି। ଧଳପୁର ନିକଟରେ ସେତୁ ସଂଲଗ୍ନ ୭୭୦ ମିଟର ଆପ୍ରୋଚ ରୋଡର ମାଟି କାମ ଶେଷ ହୋଇଛି। ଆଠମଲ୍ଲିକ ପାର୍ଶ୍ୱରେ ୧୪୬୦ ମିଟରର ଆପ୍ରୋଚ ରୋଡ ଅଦ୍ୟାବଧି ଆରମ୍ଭ ହୋଇନାହିଁ। ତେବେ ବେସରକାରୀ ବିବାଦୀୟ ଜମିକୁ ନେଇ ନିର୍ମାଣ ବିଳମ୍ବ ହୋଇଛି। ଅବଧି ପୂରଣ ହେବାର ୮ ମାସ ବିତିଯାଇଥିଲେ ମଧ୍ୟ ଏଯାଏ ମାତ୍ର ୫୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇପାରିଛି।

ମହାନଦୀ ବକ୍ଷରେ ଏହି ବ୍ରିଜ୍‌ ତିଆରି ସମ୍ପୂର୍ଣ୍ଣ ହେଲେ ଅନୁଗୋଳ ଜିଲାରୁ ବୌଦ୍ଧ, ଗଞ୍ଜାମ, କନ୍ଧମାଳ, ସୋନପୁର ଜିଲାର ଦୂରତା ହ୍ରାସପାଇବ। ସେହିପରି ବୌଦ୍ଧ ଓ ଅନୁଗୋଳ ଜିଲାର ଆର୍ଥତ୍କ, ସାମାଜିକ ଓ ସାଂସ୍କୃତିକ ବିକାଶ ହୋଇପାରିବ। ତୁରନ୍ତ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ବ୍ରିଜ ନିର୍ମାଣ ଉପରେ ଜୋର୍‌ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେତୁ ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ରଞ୍ଜିତ ବିଲ୍ଡକନ୍‌ ପ୍ରାଇଭେଟ ଲିମିଟେଡର ସୁପରଭାଇଜର ରମଣଲାଲ ପଟେଲ କହିଛନ୍ତି, କରୋନା ଯୋଗୁ କାମ ବିଳମ୍ବ ହୋଇଛି। ପିଲର ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନଦୀରେ ୭ ଫୁଟ ଚଉଡାରେ ବାଲି ବସ୍ତା, ମାଟି ପକାଇ ରାସ୍ତା ନିର୍ମାଣ କରାଯାଇଥିଲା। ନଦୀରେ ବର୍ଷା ଜଳ ଆସିଯିବା ଯୋଗୁ ସେହି ରାସ୍ତା ଧୋଇ ହୋଇଯାଇଛି। ଫଳରେ କୌଣସି ମେଶିନ ଯାଇପାରୁନାହିଁ। ଏହା ସତ୍ତ୍ୱେ ସେତୁ କାର୍ଯ୍ୟ ଚାଲିଛି। ବର୍ଷା ଛାଡି ଗଲେ ଶୀଘ୍ର ନିର୍ମାଣ କାମ ଶେଷ ହେବ। ଏ ସମ୍ପର୍କରେ ବୌଦ୍ଧ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶାନ୍ତନୁ ନାୟକ କହିଛନ୍ତି, ବିଭିନ୍ନ କାରଣରୁ କାମ ବିଳମ୍ବ ହେଉଛି। ତଥାପି କିଭଳି ଏହା ଶୀଘ୍ର ଶେଷ କରାଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯିବା ସହ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦିଆଯିବ। ବୌଦ୍ଧର ପୂର୍ତ୍ତ ବିଭାଗ ଏସ୍‌ଡିଓ ନିରଞ୍ଜନ ଧଳ କୁହନ୍ତି, ବର୍ଷା, କରୋନା ଓ ବିଭିନ୍ନ ସମସ୍ୟା ପାଇଁ କାମ ବିଳମ୍ବ ହୋଇଛି। ଡିସେମ୍ବର ୨୦୧୯ ମଧ୍ୟରେ କାମ ସାରିବା ପାଇଁ ଚୁକ୍ତି ହୋଇଥିଲା। ବିଳମ୍ବ ହେବା ଯୋଗୁ ଠିକା ସଂସ୍ଥା ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ସମୟ ନେଇଛି। ସେତୁ ନିର୍ମାଣ ପାଇଁ ଅର୍ଥର ଅଭାବ ନାହିଁ। କିଭଳି ଶୀଘ୍ର କାମ ସରିବ ସେ ନେଇ ବିଭାଗ ଓ ଠିକାସଂସ୍ଥା ପକ୍ଷରୁ ଉଦ୍ୟମ କରାଯିବ।

 

: ପରିକ୍ଷିତ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ସନ୍ଦେହ

ବୌଦ୍ଧ/ବାଉଁଶୁଣୀ,୨୨।୪(ଡି.ଏନ୍‌.ଏ.): ବୌଦ୍ଧ ଥାନା ଆମ୍ବଝରୀ ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପଡ଼ା ଗ୍ରାମରେ ବୁଧବାର ରାତିରେ ଜଣେ ଅଜଣା ବ୍ୟକ୍ତିଙ୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ...

ଲକ୍‌ଡାଉନ୍‌ ଯୋଗୁ ଚାଷୀ ହତାଶ: ବିଲରେ ପଚୁଛି ପନିପରିବା, ଫୁଲ

ଭଞ୍ଜନଗର,୩୧।୩(ଡି.ଏନ.ଏ)- ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ସରକାର ଲକ୍‌ ଡ଼ାଉନ କଟକଣା ଜାରି କରିଛନ୍ତି। ଏହାଦ୍ୱାରା ଲୋକେ କାମଧନ୍ଦା ହରାଇଛନ୍ତି। ଅନ୍ୟ ରାଜ୍ୟରୁ ଆସି ଭଞ୍ଜନଗର ବ୍ଲକରେ...

ଶ୍ରୀତମ୍‌ଙ୍କୁ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ

ବାଲେଶ୍ୱର ଅଫିସ, ୪।୧୧-ସ୍ମାର୍ଟଫୋନରେ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିବା ବାଲେଶ୍ୱର ଜିଲା ଶୋଭାରାମ୍‌ପୁର ଅଞ୍ଚଳର ଶ୍ରୀତମ୍‌ କୁମାର ସେଠୀ ଚଳିତବର୍ଷ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ଼ ପାଇପାରିଛନ୍ତି।...

କୋଳ ପାଉଛନ୍ତି କୋମଳମତି

ଢେଙ୍କାନାଳ ଅଫିସ, ୧୬।୧୨ – ଶୈଶବରେ ଯନ୍ତ୍ରଣା। କିଏ ହରାଇଛି ମା’ବାପାଙ୍କୁ ତ ପିତୃତ୍ୱ ପରିଚୟ ଭୟରେ ଆଉ କାହାକୁ ନାହି ନାଡ଼ କଟା ହେବା...

କୋଣାର୍କ ମରାମତି ମାମଲା: ଏଏସ୍‌ଆଇକୁ ହାଇକୋର୍ଟଙ୍କ ପ୍ରଶ୍ନ,୧ ବର୍ଷରେ ପାରିଲନି, ୭ ଦିନରେ କେମିତି କରିବ

କଟକ ଅଫିସ,୧୮।୧୨:୨୦୧୮ ଡିସେମ୍ବରରୁ ୨୦୧୯ ଡିସେମ୍ବର ହେଲା। ଇତିମଧ୍ୟରେ ୧ବର୍ଷ ବିତିବାକୁ ବସିଛି। କିନ୍ତୁ ମରାମତି ଆରମ୍ଭ ହୋଇପାରିଲାନି। ଏବେ ୭ଦିନରେ କିଭଳି ଟେଣ୍ଡର ଡାକି...

ବିଳମ୍ବ ନ କରି ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ବାତ୍ୟା ‘ୟାସ’ ଓଡ଼ିଶାରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନାକୁ ଦେଖି ସରକାର ପ୍ରସ୍ତୁତ ଥିବା କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଏହା ସହିତ...

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ବିଧାନସଭାରେ ପାରିତ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୦ ମଙ୍ଗଳବାର ବହୁ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ପାରିତ ହୋଇଛି। ୪ ଦିନର ଆଲୋଚନା ପରେ ଗୃହରେ ଏହି ବିଲ୍‌ ପାରିତ...

ବିଷାକ୍ତ ଫଳ ଖାଇ ଯୁବକଙ୍କ ଆତ୍ମହତ୍ୟା

ଧର୍ମଶାଳା/ଜେନାପୁର,୨୮।୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅରିମୂଳ ଗ୍ରାମର ଜଣେ ଯୁବକ ବିଷାକ୍ତ ଫଳ ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଯୁବକ...

Advertisement


Archives

Model This Week