ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ପଦ୍ମପୁର, ୨ା୬(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଲକ୍ଷ୍ମୀଦାସପୁର ପଞ୍ଚାୟତର କାଶୀଅଭିରାମ ଗ୍ରାମର ଦ୍ରୌପଦୀ ରାଉତ(୩୦) ନାମ୍ନୀ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦ୍ରୌପଦୀଙ୍କ ବାପା ନରେନ୍ଦ୍ର ରାଉତ ନାୟକାଣିଡିହୀ ଥାନାରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ…
ଡମ୍ପର ଚାପାରେ ଜୀବନ ଗଲା
ଯୋଡ଼ା, ୨।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ବଳଦା ପଞ୍ଚାୟତ ତଥା ବାମେବାରୀ ଥାନା ଅଧୀନ ଏକ ଖଣିରେ ମଙ୍ଗଳବାର ଅପରାହ୍ନ ଏକ ଡମ୍ପର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ନେବାରୁ ଜଣାପଡିଛି ଯେ, ଅପରାହ୍ନରେ ଖଣିଜ ପରିବହନ କରି…
ବାଲେଶ୍ୱରରେ ସୁଧୁରୁନି ବିଦ୍ୟୁତ୍ ସମସ୍ୟା
ବାଲେଶ୍ୱର ଅଫିସ, ୨।୬-ବାଲେଶ୍ୱର ଜିଲାରେ ବିଦ୍ୟୁତ୍ ସମସ୍ୟା ଲାଗିରହିଥିବାରୁ ଏହାର ପ୍ରତିକାର ଲାଗି ବାଲେଶ୍ୱର ସିଭିଲ ସୋସାଇଟି ପକ୍ଷରୁ ଗତ ମେ’ ୨୭ରେ ୬ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଥିଲା। ସମସ୍ୟା ସମାଧାନ ଦିଗରେ ଗୁରୁତ୍ୱ ଦିଆ ନ ଗଲେ ଆନ୍ଦୋଳନ ଲାଗି…
ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋ଼ଣ ଛାଡ଼ ଦାବି
ବାଲେଶ୍ୱର ଅଫିସ,୨।୬- ବାଲେଶ୍ୱର ଜିଲାରେ ଘରୋଇ ଅର୍ଥଲଗାଣ ସଂସ୍ଥାଗୁଡ଼ିକ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଦୀର୍ଘଦିନ ଧରି ଋଣ ପ୍ରଦାନ କରି ଆସୁଛନ୍ତି। ଉକ୍ତ ଋଣକୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଭିନ୍ନ ପ୍ରକାର ବ୍ୟବସାୟ କରି ନିଜ…
ଜାରି ହେଲା ସଂଶୋଧିତ ଗାଇଡଲାଇନ: ଜୁଲାଇ ୩୧ ଯାଏ ସ୍କୁଲ, କଲେଜ ବନ୍ଦ; ପରୀକ୍ଷା ପାଇଁ ଅନୁମତି
ଭୁବନେଶ୍ୱର,୨ା୬(ବ୍ୟୁରୋ)-ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ନିୟନ୍ତ୍ରଣକୁ ଆସି ନ ଥିବାରୁ ରାଜ୍ୟ ସରକାର ଆସନ୍ତା ଜୁନ ୩୦ ତାରିଖ ଯାଏ କେତେକ କ୍ଷେତ୍ରରେ କଟକଣା ଘୋଷଣା କରିଛନ୍ତି। ଏପରିକି ଚଳିତ ମାସର ଶନିବାର ଓ ରବିବାର ଦୁଇଦିନ ସଟଡାଉନ ଘୋଷଣା କରାଯାଇଛି। ଏ…
ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକା: ଶୀର୍ଷରେ ନବୀନ, ମିଳିଛି ୮୨.୯୬ ପ୍ରତିଶତ ରେଟିଂ
ନୂଆଦିଲ୍ଲୀ,୨।୬- ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ଆଇଏଏନ୍ଏସ୍ -ସି ଭୋଟର ଷ୍ଟେଟ ଅଫ୍ ଦି ନେଶନ-୨୦୨୦ ସର୍ଭେରୁ ଏହା ଜଣାପଡ଼ିଛି। ନିକଟରେ ଓଡ଼ିଶାରେ ନବୀନ ବିଜେଡି ସରକାରର…
ପ୍ରତି ଓ୍ବାର୍ଡକୁ ସାନିଟାଇଜ୍ କରିବା ଲାଗି ପ୍ରୟାସ
ସଜନାଗଡ଼, ୨।୬(ଡି.ଏନ.ଏ.)-କରୋନା ମୁକାବିଲା ଲାଗି ଦେଶବାସୀ ଏକାଠି ହୋଇ ଲଢ଼େଇ ଜାରି ରଖିଛନ୍ତି। ଏବେ ଲକ୍ଡାଉନ୍ ୫.୦ ଚାଲିଥିବା ବେଳେ ସାଧାରଣ ଜୀବନଯାତ୍ରା ଧୀରେ ଧୀରେ ସ୍ବାଭାବିକ ହେବାରେ ଲାଗିଛି। ବାହାର ରାଜ୍ୟର କେତେକ ସ୍ଥାନରେ ଫସି ରହିଥିବା ଶ୍ରମିକଙ୍କୁ ସାହାଯ୍ୟର…
ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ
ରାଇରଙ୍ଗପୁର,୨ା୬(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନଥାନା ଅଧୀନ ବଡ଼ପାଖଣା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ସୋମବାର ଗିରଫ କରିଛି। ଅଭିଯୁକ୍ତ ହେଲେ ବହଳଦା ଥାନା ଗୁହାଳଡ଼ାଙ୍ଗିରି ଗ୍ରାମର ତରଣୀସେନ…
ପଙ୍ଗପାଳ ଚିନ୍ତା: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ; ୧୦ ଦିନ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୨ା୬(ବ୍ୟୁରୋ)-ପାକିସ୍ତାନରୁ ଆସିଥିବା ପଙ୍ଗପାଳ ଭାରତର ବିଭିନ୍ନ ରାଜ୍ୟରେ ଭୟଙ୍କର ଭାବେ ଫସଲକୁ ଉଜାଡିବାରେ ଲାଗିଛନ୍ତି। ରାଜସ୍ଥାନରୁ ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଦେଇ ଲକ୍ଷ ଲକ୍ଷ ପଙ୍ଗପାଳ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ସୀମା ଛତିଗଡ଼ରେ ପହଞ୍ଚିଲେଣି। ଆଉ କେଇଦିନ ପରେ ଓଡ଼ିଶାରେ ପହଞ୍ଚିଯିବା…
ରାଜ୍ୟ ଭିତରେ ଚାଲିବ ୫ ସ୍ପେଶାଲ ଟ୍ରେନ୍: ଜୁନ୍ ୮ରୁ ୩୦ ଯାଏ କରିପାରିବେ ଯାତ୍ରା
ଭୁବାନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟ ଭିତରେ ଚାଲିବ ୫ଟି ସ୍ପେଶାଲ ଟ୍ରେନ୍। ଜୁନ୍ ୮ରୁ ଜୁନ୍ ୩୦ ଯାଏ ଏହି ଟ୍ରେନ୍ ଚଳାଚଳ କରିବ। ଏନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ମଧ୍ୟରେ ସ୍ପେଶାଲ ଟ୍ରେନ୍ ଚାଲିବ। ଏହାଛଡ଼ା ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର,…
ସିପିଆଇ ପକ୍ଷରୁ ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ
ନିମାପଡ଼ା,୨।୬(ଡି.ଏନ୍.ଏ.): ବାତ୍ୟା ଅମ୍ଫନ୍ ଓ କାଳବୈଶାଖୀ ପ୍ରଭାବରେ ନିମାପଡ଼ାରେ କୃଷି ଓ କୃଷକମାନଙ୍କ ବହୁଳ ଭାବେ କ୍ଷତି ଘଟିଛି। ଏଭଳି ପରିସ୍ଥିତିରେ କୃଷକମାନଙ୍କୁ ଅଣଦେଖା କରାଯିବା ପ୍ରତିବାଦରେ ସିପିଆଇ ନିମାପଡ଼ା ଜୋନାଲ କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ନିମାପଡ଼ା…
ଭାଜପା ଛାଡ଼ିଲେ ଜଗନ୍ନାଥ ପ୍ରଧାନ
ଭୁବାନେଶ୍ୱର,୨।୬(ବ୍ୟୁରୋ): ଭାରତୀୟ ଜନତା ପାର୍ଟୀ(ଭାଜପା)ରୁ ଇସ୍ତଫା ଦେଇଛନ୍ତି ଜଗନ୍ନାଥ ପ୍ରଧାନ। ଭୁବନେଶ୍ୱର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ସେ ମଙ୍ଗଳବାର ଇସ୍ତଫା ଦେଇଥିବା ସୂଚନା ମିଳିଛି। ତେବେ ସେ ସଭାପତି ଚୟନ ନେଇ ମତାମତ ନିଆଯାଇ ନ ଥିବା କହିଛନ୍ତି। ସେ…
Archives


