Home

ନରେନ୍ଦ୍ର ପୁଷ୍କରିଣୀରେ ଭାସୁଛନ୍ତି ମଲା ମାଛ

ପୁରୀ ଅଫିସ,୧୮ା୯: ନରେନ୍ଦ୍ର ପୁଷ୍କରିଣୀ। କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସର ପୁଷ୍କରିଣୀ। ଏହି ପବିତ୍ର ପୁଷ୍କରିଣୀରେ ମହାପ୍ରଭୁ ଜଳକ୍ରୀଡ଼ା କରନ୍ତି। ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥାନ୍ତି। ହେଲେ ଏହାର ପାଣି ଏବେ ପ୍ରଦୂଷିତ ହୋଇଥିବା କୁହାଯାଉଛି। କାରଣ ନରେନ୍ଦ୍ର ପୁଷ୍କରିଣୀରେ…

ରାଜଧାନୀରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଭୁବନେଶ୍ୱର ଭରତପୁର ଅଞ୍ଚଳରୁ ଶୁକ୍ରବାର ଭୋର୍‌ରୁ ୯୩ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି। ପୋଲିସ ସୂଚନାନୁଯାୟୀ, ଆଜି ଭୋର୍‌ରୁ ଭରତପୁର ନିକଟରେ ଏକ ବୋଲେରୋରେ…

ଜନ୍ମଦିନରେ ଏହି ୬ ଉପହାର ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସେପ୍ଟେମର ୧୭ରେ ନିଜ ୭୦ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ଦେଶ ତଥା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଅନେକ ଶୁଭେଚ୍ଛା ଗ୍ରହଣ କରିଥିଲେ। ସମାଜର ବିଭିନ୍ନ ବର୍ଗର ଲୋକେ ପ୍ରଧାନମନ୍ତ୍ରୀ ମୋଦି…

କଂଗ୍ରେସ ଛାଡ଼ିଲେ ରାଜକିଶୋର

ଜଗତ୍‌ସିଂହପୁର ଅଫିସ,୧୮।୯: ତିର୍ତ୍ତୋଲ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ବିଷ୍ଣୁଚରଣ ଦାସଙ୍କ ବିୟୋଗପରେ ଏହି ବିଧାନସଭା ନିର୍ବାଚନମଣ୍ଡଳୀରେ ନଭେମ୍ବର ଶେଷ ସୁଦ୍ଧା ଉପନିର୍ବାଚନ ହେବା ନେଇ ସ୍ପଷ୍ଟ ହୋଇଛି। ଭାରତୀୟ ନିର୍ବାଚନ କମିଶନ ଏ ସମ୍ପର୍କିତ ସୂଚନା ଦେଲାପରେ ବିଜେଡି,…

ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ୯୬ ହଜାରରୁ ଅଧିକ ଚିହ୍ନଟ, ୧୧୯୭ ମୃତ୍ୟୁ

ନୂଆଦିଲ୍ଲୀ,୧୮।୯: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଗତ କିଛି ଦିନ ହେବ କରୋନା ସଂକ୍ରମଣ ୯୦ ହଜାରରୁ ଅଧିକ ରହିଛି। ଶୁକ୍ରବାର ପୁଣିଥରେ ଦେଶରେ ସଂକ୍ରମଣ ମାମଲା ପ୍ରାୟ ୯୬ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ…

ମହିଳା ଆଇନଜୀବୀ ଦୀପାଳି ମୃତ୍ୟୁ ମାମଲା: ହାଇକୋର୍ଟରେ ପ୍ରେମିକଙ୍କ ଜାମିନ ଖାରଜ

ଭୁବନେଶ୍ୱର,୧୮।୯ (ବ୍ୟୁରୋ): ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ବିଜୟବିହାରରେ ରହୁଥିବା ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନା ମୃତ୍ୟୁ ମାମଲାରେ ପ୍ରେମିକ ବିକ୍ରମ କେଶରୀ ମିଶ୍ରଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ଭୁବନେଶ୍ୱର ଜିଲା ଦୌରାଜଜ୍‌ କୋର୍ଟରେ ତାଙ୍କ ଜାମିନ…

୫୧୮୮ ଅମାନିଆ ଗଣିଲେ ତଣ୍ଡ, ୨୧ ଦୋକାନ ସିଲ୍‌

ଭୁବନେଶ୍ୱର,୧୮।୯ (ବ୍ୟୁରୋ): ଦ୍ୱୈତନଗରୀରେ କରୋନା ବେକାବୁ ପରିସ୍ଥିତିକୁ ଚାଲିଯାଉଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଣୁ କୋଭିଡ୍‌ ନିୟମ ଓ କଟକଣାକୁ କଡାକଡି ପାଳନ କରିବାକୁ ଡିଜିପି ନିର୍ଦ୍ଦେଶ ଦେବା ପରେ ଗୁରୁବାରଠାରୁ କଟକ ଓ ଭୁବନେଶ୍ୱରରେ ଯାଞ୍ଚକୁ ଜୋର୍‌ଦାର କରାଯାଇଛି।…

କରୋନାରେ ନବନିର୍ବାଚିତ ଏମ୍‌ପିଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୯: ରାଜ୍ୟ ସଭାର ନବନିର୍ବଚିତ ସଦସ୍ୟ ଅଶୋକ ଗସ୍ତିଙ୍କ କରୋନାରେ ଦେହାନ୍ତ ଘଟିଛି। ମୃତ୍ୟୁବେଳକୁ ତାଙ୍କର ବୟସ ୫୫ ବର୍ଷ ଥିଲା। ସେପ୍ଟେମ୍ବର ୨ରେ କରୋନା ଆକ୍ରାନ୍ତ ହୋଇ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗସ୍ତି ଗୁରୁତର ଅସୁସ୍ଥ ଥିଲେ। ତାଙ୍କର…

୪ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ ପାଇଁ ୯୩ ପ୍ରତିଶତ ପୂଜା କମିଟି ରାଜି

କଟକ ଅଫିସ୍‌,୧୮ା୯: ଦଶହରା ପାଇଁ ଦେବୀଙ୍କ ମୃଣ୍ମୟ ମୂର୍ତ୍ତି ଉଚ୍ଚତାକୁ ନେଇ ହାଇକୋର୍ଟରେ ହୋଇଥିବା ମାମଲାକୁ ଆଧାର କରି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଗୁରୁବାର ଆଡ୍‌ଭୋକେଟ ଜେନେରାଲଙ୍କ ନିକଟରେ ଜବାବ ଦାଖଲ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ,…

ପ୍ରୋଷ୍ଟେଟ୍‌ ସମସ୍ୟାରେ ପୀଡ଼ିତ ୬୫% ପୁରୁଷ: ଲୁଚାଇଲେ ହୋଇପାରେ ଘାତକ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଭାରତୀୟଙ୍କ ମଧ୍ୟରେ ବୃଦ୍ଧିପାଉଛି ବିନାଇନ୍‌ ପ୍ରୋଷ୍ଟାଟିକ୍‌ ହାଇପର୍‌ପ୍ଲାସିଆ(ବିପିଏଚ୍‌) ଜନିତ ସମସ୍ୟା। ମୂତ୍ରାଶୟର ବାହ୍ୟପଥରେ ବାଧା ସୃଷ୍ଟି କରୁଥିବା ବିପିଏଚ୍‌ ପ୍ରୋଷ୍ଟେଟ୍‌ ଏକ ବୟସ ସମ୍ବନ୍ଧିତ ରୋଗ ହୋଇଥିବାବେଳେ ବୟସ୍କ ପୁରୁଷଙ୍କ ମଧ୍ୟରେ ଏହା ଅଧିକ ଦେଖିବାକୁ ମିଳୁଛି। ଭାରତରେ ୪୫…

ତେଲଙ୍ଗାନା ଏନ୍‌ଟିପିସି ନେଲା ଓଡ଼ିଶା କୋଇଲା ଖଣି

ଭୁବନେଶ୍ୱର,୧୮ା୯(ବ୍ୟୁରୋ): କେନ୍ଦ୍ର ସରକାର ଓଡିଶାର ମନ୍ଦାକିନୀ-ବି କୋଇଲା ଖଣିକୁ ତେଲଙ୍ଗାନାର ଏନ୍‌ଟିପିସିକୁ ପ୍ରଦାନ କରିଛନ୍ତି। ତେଲଙ୍ଗାନାର ରାମଗୁଣ୍ଡମ୍‌ ଠାରେ ଥିବା ଏନ୍‌ଟିପିସିର ୪ ହଜାର ମେଗାଓ୍ବାଟ୍‌ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ଏହି ଖଣିରୁ କୋଇଲା ଯୋଗାଣ ହେବ। ଟିଆର୍‌ଏସ୍‌ ଏମ୍‌ପି ରଞ୍ଜିତ…

ସଂସଦରେ ପର୍ନ ଦେଖୁଥିବାବେଳେ ଧରାପଡିଲେ ଏମ୍‌ପି

ବ୍ୟାଙ୍କ୍‌କ,୧୮।୯: ଥାଇଲାଣ୍ଡର ସଂସଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଗୁରୁବାର ଏଠାରେ ବଜେଟ ଉପସ୍ଥାପନ କରାଯାଇଥିଲା। ଏହି ସମୟ ମଧ୍ୟରେ ଜଣେ ଏମ୍‌ପି ମୋବାଇଲରେ ପର୍ନ ଫଟୋ ଦେଖୁଥିବାବେଳେ ଧରାପଡିଥିଲେ। ଏମ୍‌ପିଙ୍କ ନାମ ରୋନାଥେପ ଅନୁଭତ୍‌। ଅଶ୍ଳୀଳ ଫଟୋ ଦେଖୁଥିବାବେଳେ ତାଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri