ଲକ୍‌ଡାଉନ୍‌ରେ ଚର୍ଚ୍ଚ ଖୋଲିବା ଉପରେ ଲାଗିଥିଲା ପ୍ରତିବନ୍ଧକ: ଏପରି କଲେ ପାଦ୍ରୀ

ମହାମାରୀ କରୋନା ଯୋଗୁ ଆମେରିକାର କାଲିଫର୍ନିଆ ସହରରେ ପୁଣିଥରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ତେବେ ଏହି ଳକ୍‌ଡାଉନ୍‌ରେ ପେଟ୍ରୋଲ ଷ୍ଟେଶନ ଏବଂ ସୁପର ମାର୍କେଲ ଖୋଲିବାକୁ ଅନୁମତି ମିଳିଛି। ଏଥିସହ ଷ୍ଟିପ୍‌ କ୍ଲବ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଏହାକୁ ନେଇ ଅନେକ ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଛନ୍ତି। କିନ୍ତୁ ଏହାଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ହେଉଛି ଲକ୍‌ଡାଉନ୍‌ ନିୟମରୁ ରକ୍ଷା ପାଇବା ପାଇଁ ଏବେ ଚର୍ଚ୍ଚ ନିଜକୁ ଷ୍ଟ୍ରିପ୍‌ କ୍ଲବ ରୂପେ ଘୋଷଣା କରିଛି।
ସାନ ଡିଏଗୋରେ ଅବସ୍ଥିତ ଗାଡସ୍ପିକ୍‌ କଲଭେରୀ ଚାପେଲ ଏବଂ ଅଭେକନ ଚର୍ଚ୍ଚ ନିଜକୁ ଷ୍ଟ୍ରିପ୍‌ କ୍ଲବ ବୋଲି ଘୋଷଣା କରିଛନ୍ତି, ଯାହାଦ୍ୱାରା ସେମାନେ ଲକ୍‌ଡାଉନ୍‌ ନିୟମକୁ ଏଡାଇ ପାରିବେ। ଅଭେକନ ଚର୍ଚ୍ଚର ପାଦ୍ରି ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି ଯେ, ଲକ୍‌ଡାଉନ୍‌ ସମୟରେ ଷ୍ଟ୍ରିପ୍‌ କ୍ଲବ ଖୋଲିବାକୁ ଅନୁମତି ମିଳିଛି, କିନ୍ତୁ ଚର୍ଚ୍ଚ ନୁହେଁ। ତେଣୁ ଆମେ ସ୍ଥିର କରିଛୁ ଯେ, ଆମେ ଏକ ପରିବାର ବନ୍ଧୁତ୍ୱପୂର୍ଣ୍ଣ ଭାବେ ଷ୍ଟ୍ରିପ୍‌ କ୍ଲବରେ ପରିଣତ ହେବୁ।
ଜର୍ଗନ ନାମକ ଏହି ପାଦ୍ରୀ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଏହି ଭିଡିଓରେ ୨ ଜଣ ଲୋକ ମଞ୍ଚ ଉପରେ ଚଢ଼ି ନିଜର ଜ୍ୟାକେଟ ଏବଂ ଟାଏ ଖୋଲୁଥିବା ବେଳେ ଦର୍ଶକମାନେ କରତାଳି ଦେଉଛନ୍ତି। ଜଣେ ବ୍ୟକ୍ତି ଏହା ମଧ୍ୟ କହୁଛନ୍ତି ଯେ, ଯଦି ସେମାନେ ଚର୍ଚ୍ଚକୁ ଆନୁଷ୍ଠାନିକଭାବେ ଷ୍ଟ୍ରିପ୍‌ କ୍ଲବ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ୩୦ ସେକେଣ୍ଡ ପାଇଁ ଷ୍ଟେଜ ଉପରେ ଅଭିନୟ କରିବାକୁ ପଡ଼ିବ। ଏହା ପରେ ଜଣେ ବ୍ୟକ୍ତି କେବଳ ମଞ୍ଚ ଉପରେ ଛିଡା ହେଉଥିବା ଦେଖିବାକୁ ମିଳୁଛି। ସୁପ୍ରିମକୋର୍ଟ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ୧୦ ଲକ୍ଷ ବ୍ୟାରେଲ ଇରାନି ତୈଳର କାର୍ଗୋ ଜବତ, ବଢିପାରେ ଉତ୍ତେଜନା

ଓ୍ବାଶିଂଟନ,୯।୯: ଆମେରିକାର ନ୍ୟାୟ ବିଭାଗ ଶୁକ୍ରବାର ରିପୋର୍ଟ କରିଛି ଯେ ସେମାନେ ଚଳିତ ବର୍ଷ ୧୦ ଲକ୍ଷ (ଏକ ମିଲିୟନ) ବ୍ୟାରେଲ ଇରାନ ତେଲର ଏକ...

ଇରାକ, ସିରିଆରେ ଆମେରିକାର ବିମାନ ଆକ୍ରମଣ

ଡମାସ୍‌କସ୍‌/ଓ୍ବାଶିଂଟନ, ୨୯।୬(ଆଇଏଏନ୍‌ଏସ୍‌): ଇରାକ୍‌ ଏବଂ ସିରିଆ ସୀମାନ୍ତ ଅଞ୍ଚଳରେ ରବିବାର ଆମେରିକା ବିମାନରୁ ବୋମାମାଡ଼ କରାଯାଇଛି। ଏହି ଆକ୍ରମଣରେ ସିରିଆ ପାର୍ଶ୍ୱରେ ଅର୍ଦ୍ଧସାମରିକ ବାହିନୀର ୫...

‘ଜଳବାୟୁ ପରିବର୍ତ୍ତନରେ ଭାରତ ସୁପରପାଓ୍ବାର ହୋଇପାରିବ’

ନୂଆଦିଲ୍ଲୀ/ନୁୟର୍କ, ୨୯ା୮: ଆଗାମୀ ଦିନରେ ଭାରତ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସୁପର ପାଓ୍ବାର ହୋଇପାରିବ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଶୁକ୍ରବାର କହିଛନ୍ତି। ଏଥିଲାଗି...

ଫ୍ରାନ୍ସରେ ମିଳିଥିବା କରୋନାର ନୂଆ ଭାରିଏଣ୍ଟ ‘ଆଇଏଚ୍‌ୟୁ’ ନୁହେଁ ଭୟଙ୍କର

ପ୍ୟାରିସ,୮ ।୧: ଫ୍ରାନ୍ସରେ ମିଳିଥିବା କରୋନାର ନୂଆ ଭାରିଏଣ୍ଟ ‘ଆଇଏଚ୍‌ୟୁ’ କୁ ନେଇ ଅଧ୍ୟୟନ କରାଯିବା ପରେ ଏକ ଆଶ୍ୱସ୍ତିକର ଖବର ଆସିଛି । ବିଶେଷଜ୍ଞମାନେ...

ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ମାଡ: ୫ ମୃତ୍ୟୁ, ୧୦ ଆହତ

ତେହରାନ,୧୭।୧୧: ଇରାନରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ସୁରକ୍ଷା ବାହିନୀ ତେହେରାନର ଏକ ମେଟ୍ରୋ ଷ୍ଟେଶନରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଏଥିରେ...

‘ଅନ୍ୟ ସହ ନିଜକୁ ତୁଳନା ନ କରି ଆତ୍ମବିଶ୍ୱାସ ବୃଦ୍ଧି କରିବା ଉଚିତ’ ଉତ୍ତର ଦେଲେ ହରନାଜ୍‌…

ଇଲାଟ୍‌, ୧୩।୧୨: ଲାରା ଦତ୍ତା ମିସ୍‌ ୟୁନିଭର୍ସ ଭାବରେ ବିଜୟୀ ହେବାର ୨୧ବର୍ଷ ପରେ ପୁଣି ଥରେ ଭାରତ ପାଇଁ ଗର୍ବର ଏକ ମୁହୂର୍ତ୍ତ ଆସିଛି।...

ପୁଣି ଥରିଲା ଇଣ୍ଡୋନେସିଆ: ଗତ ୩ ଦିନରେ ୩ ଥର ଭୂକମ୍ପ

ଜାକର୍ତ୍ତା,୧୬।୭: ଇଣ୍ଡୋନେସିଆର ବାଲିରେ ମଙ୍ଗଳବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା...

କୋହିନୁର ପିନ୍ଧିବେ ନାହିଁ ରାଣୀ କାମିଲା, ଭାରତୀୟ ଅଧିକାରୀ କହିଲେ ଏହା ଔପନିବେଶିକ ଅତୀତର ସ୍ମୃତିକୁ ଫେରାଇ ଆଣିବ

ଲଣ୍ଡନ,୧୪ ।୧୦: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଏବେ ରାଜ ପରିବାରର କିଙ୍ଗ ଚାର୍ଲସ ତୃତୀୟ ଇଂଲଣ୍ଡର ନୂଆ ରାଜା ଓ ତାଙ୍କ...

Advertisement
Archives

Model This Week