ଟ୍ରମ୍ପ୍ଙ୍କ ପାଖକୁ ଜହର ପ୍ୟାକେଟ: ସୁରକ୍ଷା ଅଧିକାରୀଙ୍କ ହାତରେ ପଡ଼ିଲା ଧରା
ଓ୍ବାଶିଂଟନ, ୨୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପାଖକୁ ପଠାଯାଇଥିବା ଏକ ଜହର ପ୍ୟାକେଟ ସୁରକ୍ଷା ଅଧିକାରୀଙ୍କ ହାତରେ ଧରା ପଡ଼ିଛି। ଏଥିରେ ରିସିନ୍ ନାମକ ଜହର ଥିବା ପରୀକ୍ଷାରୁ ଜଣାପଡ଼ିଛି। ଏହି ଜହରକୁ କାଷ୍ଟର ବିନ୍ସ୍ରୁ ପ୍ରସ୍ତୁତ କରାଯାଇଥାଏ। ପ୍ରାୟତଃ…
ଚିକିତ୍ସାଠୁ ବଳିଗଲା ସ୍ଥାନାନ୍ତର ଯାତନା
କଟକ ଅଫିସ, ୨୦।୯: ଜଣେ ସଙ୍କଟାପନ୍ନ ନାବାଳିକାଙ୍କୁ ୯ଦିନରେ ୫ଟି ହସ୍ପିଟାଲ ସ୍ଥାନାନ୍ତର କରାଗଲାଣି। ତେବେ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳର ଜଣେ ୧୪ବର୍ଷୀୟା ନାବାଳିକା କୌଣସି ଏକ ଦୁର୍ଘଟଣା ପରେ…
୪୨ ପ୍ରତିଶତ କମିଲା ରାଜସ୍ବ ଆଦାୟ:ଯାନବାହନ କ୍ଷେତ୍ର ବିପର୍ଯ୍ୟସ୍ତ
ଭୁବନେଶ୍ୱର,୨୦। ୯(ବ୍ୟୁରୋ): କରୋନା ମହାମାରୀ ସ୍ବାସ୍ଥ୍ୟ ସେବା ସହିତ ଆର୍ଥିକ ଅବସ୍ଥାକୁ କ୍ଷତିଗ୍ରସ୍ତ କରିଛି। ଲୋକମାନଙ୍କର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବା ବେଳେ ରାଜକୋଷ ଉପରେ ଏହାର ପ୍ରଭାବ ପଡିଛି। ମାର୍ଚ୍ଚ ମାସ ଲକ୍ଡାଉନ ପରଠାରୁ ଯାନବାହନ ବିକ୍ରି ଏକ ପ୍ରକାର…
କୃଷି ବିଧେୟକ ରାଜ୍ୟ ସଭାରେ ଉପସ୍ଥାପିତ: ମଞ୍ଜୁରୀ ପାଇଁ ଛୋଟ ଦଳଙ୍କ ଭରସାରେ ଭାଜପା
ନୂଆଦିଲ୍ଲୀ, ୨୦।୯: ମୌସୁମୀ ଅଧିବେଶନର ୭ମ ଦିନରେ ରବିବାର ରାଜ୍ୟ ସଭାରେ କୃଷି ବିଧେୟକ ଉପସ୍ଥାପିତ ହୋଇଛି। ଏହାକୁ ଉପସ୍ଥାପନ କରି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଏହି ବିଲ୍ କୃଷକଙ୍କ ଜୀବନରେ ବହୁ ପରିବର୍ତ୍ତନ ଆଣିବାକୁ…
ବୁଧବାର ଶେଷ ହୋଇପାରେ ଲୋକ ସଭା ଅଧିବେଶନ
ନୂଆଦିଲ୍ଲୀ, ୨୦ା୯: ଲୋକ ସଭାର ଚଳିତ ମୌସୁମୀ ଅଧିବେଶନରେ ଯୋଗ ଦେଇଥିବା ୩ ଜଣ ଏମ୍ପି କୋଭିଡ୍-୧୯ ପଜିଟିଭ ହେବା ପରେ ଅଧିବେଶନକୁ ବୁଧବାର ବନ୍ଦ କରିଦିଆଯାଇପାରେ ବୋଲି ଜଣାପଡ଼ିଛି। ଶନିବାର ସନ୍ଧ୍ୟାରେ ବିଜନେସ୍ ଆଡଭାଇଜରି କମିଟି ସହ ସରକାର ଆଲୋଚନା…
ପୁଣେରେ ଅକ୍ସଫୋର୍ଡ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ
ପୁଣେ,୨୦ା୯: ମହାମାରୀ କରୋନା ଭାଇରସ୍ ରୋକିବାକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଭାରତର ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରସ୍ତୁତ ହେଉଥିବା ଟିକା କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆସନ୍ତା ସପ୍ତାହରେ ପୁଣେରୁ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପୁଣେର…
ଆରୋଗ୍ୟରେ ଆମେରିକାଠୁ ଭାରତ ଆଗରେ
ନୂଆଦିଲ୍ଲୀ,୨୦।୯(ପି.ଟି.): କୋଭିଡ୍-୧୯ ଆରୋଗ୍ୟ ହାର ଦୃଷ୍ଟିରୁ ଭାରତ ଆମେରିକାକୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ପହଞ୍ଚତ୍ଛି। ଗତ ୨୪ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ୯୫ହଜାର ୮୮୦ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହ କୋଭିଡ୍ ଆରୋଗ୍ୟ ହାର…
କୋରାପୁଟରେ ପ୍ରତିଦିନ ୧୦୦ ଟପୁଛି କରୋନା ପଜିଟିଭ୍ ସଂଖ୍ୟା
କୋରାପୁଟ,୧୯ା୯(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ କିଛିଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପୁଛି। ଜିଲାରେ ଶନିବାର ଆଉ ୧୧୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨ଟି ରିପିଟ କେସ୍ ରହିଛି। ତେଣୁ ବାସ୍ତବରେ ଜିଲାରୁ ୧୧୨ ପଜିଟିଭ୍ ଚିହ୍ନଟ…
ପୁଣି ଭାଇରାଲ ହେଲା ପ୍ରିୟା ପ୍ରକାଶଙ୍କ ଭିଡିଓ
ମୁମ୍ବାଇ: ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଆଖିର ଇଶାରା ଭିଡିଓ ସୋସିଆଲ ମିଡିଆରେ ଏକଦା ବେଶ୍ ଭାଇରାଲ ହୋଇଥିଲା। ତାଙ୍କର ଏହି ଇସାରା ପାଇଁ ସେ ଯୁବବର୍ଗଙ୍କ ହୃଦୟ ଜିଣି ନେଇଥିଲେ। ଏବେ ପ୍ରିୟାଙ୍କର ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା…
ଥାଇରଏଡ୍ ସମସ୍ୟା ଥିଲେ ଖାଆନ୍ତୁ ଏସବୁ
ଅଧିକାଂଶ ଲୋକଙ୍କଠାରେ ବର୍ତ୍ତମାନ ଥାଇରଏଡ୍ ସମସ୍ୟା ଦେଖାଦେଉଛି। ମାନସିକ ଦୁଃଶ୍ଚିନ୍ତା, ଖାଦ୍ୟରେ ଆୟୋଡିନ୍ ମାତ୍ରା କମ୍ କିମ୍ବା ଅଧିକ ହେଲେ ଏହି ସମସ୍ୟା ଦେଖାଦେଇଥାଏ। ଏହା ବଂଶାନୁଗତ ମଧ୍ୟ ହୋଇପାରେ। ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କଠାରେ ଥାଇରଏଡ୍ ସମସ୍ୟା ଅଧିକ ଦେଖା ଦେଇଥାଏ।…
ଆଜି ରାଜଧାନୀରୁ ୩୪୨ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୬୭କୁ ବୃଦ୍ଧି
ଭୁବନେଶ୍ୱର,୧୯ା୯(ବ୍ୟୁରୋ): ଶନିବାର ରାଜଧାନୀରୁ ଆଉ ୩୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୨୬୭ରେ ପହଞ୍ଚିଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩୮…
ହୋମ୍ ଆଇସୋଲେଶନରେ ରହିପାରିବେ ନାହିଁ ଦୂରାରୋଗ୍ୟରେ ପୀଡ଼ିତ ଆକ୍ରାନ୍ତ: ଶିଶୁମାନେ କୋଭିଡ୍ ହସ୍ପିଟାଲରେ ରୁହନ୍ତୁ
ଭୁବନେଶ୍ୱର,୧୯।୯(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଲଗାତର ତିନି ଦିନରୁ ଅଧିକ ହେବ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ଟପୁଥିବା ଦେଖାଯାଉଛି। ଏପରିସ୍ଥଳେ ହୋମ୍ କ୍ୱାରାଣ୍ଟାଇନ୍ରେ ରହିଥିବା ଅଧିକାଂଶ ରୋଗୀ ଚିକିତ୍ସିତ ହେଉଛନ୍ତି। ଏନେଇ ଶନିବାର…
Archives


