Posted inଜାତୀୟ

ଡିସେମ୍ବର ୧୭ରେ ସିଏମ୍‌ଏସ୍‌-୦୧ ଉପଗ୍ରହ ଉତ୍‌କ୍ଷେପଣ କରିବ ଇସ୍ରୋ: ପାଗ ଉପରେ ଭରସା

ହାଇଦ୍ରାବାଦ୍‌,୧୨।୧୨: ପାଗ ଭଲ ରହିଲେ ଇସ୍ରୋ ପକ୍ଷରୁ ଡିସେମ୍ବର ୧୭ରେ ସିଏମ୍‌ଏସ୍‌-୦୧ ଉପଗ୍ରହକୁ ମହାକାଶକୁ ଉତ୍‌କ୍ଷେପଣ କରାଯିିବ। ଏନେଇ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି। ଆନ୍ଧ୍ରପ୍ରଦେଶର ନେଲୁର ଜିଲାର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ ଗବେଷଣା କେନ୍ଦ୍ରର ଦ୍ୱିତୀୟ ଲଞ୍ଚ୍‌ପ୍ୟାଡ୍‌ରୁ ଏହାକୁ ଅପରାହ୍ନ ୩ଟା ୧୪ରେ ଉତ୍‌କ୍ଷେପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଗତ କିଛି ସପ୍ତାହ ଧରି ଦକ୍ଷିଣ ଭାରତରେ ବର୍ଷା ଲାଗି ରହିଛି। ତେଣୁ ଆକାଶ ନିର୍ମଳ ଏବଂ ପାଗ ଭଲ ରହିଲେ ଉପଗ୍ରହକୁ ଉତ୍‌କ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ପିଏସ୍‌ଏଲ୍‌ଭି-ସି-୫୦ ରକେଟ ଦ୍ୱାରା ଏହି ଯୋଗାଯୋଗ ଉପଗ୍ରହକୁ ଉତ୍‌କ୍ଷେପଣ କରାଯିବ। ସିଏମ୍‌ଏସ୍‌-୦୧ର କାର୍ଯ୍ୟ କରିବା ସମୟ ସୀମା ୭ ବର୍ଷ ରହିଛି। ଏହା ଜିସାଟ୍‌-୧୨ ସ୍ଥାନରେ କାର୍ଯ୍ୟ କରିବ। ଜିସାଟ୍‌-୧୨ ଉପଗ୍ରହ ୨୦୧୧ ଜୁଲାଇ ୧୧ରେ ଉତ୍‌କ୍ଷେପଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ୮ ଟଙ୍କାରେ ମିଳିବ ପେଟପୁରା ସ୍ବାଦିଷ୍ଟ ଭୋଜନ

ଜୟପୁର,୧୯।୮: ବର୍ତ୍ତମାନ ରାଜ୍ୟରେ କେହି ଭୋକରେ ଶୋଇବେ ନାହିଁ। ଏହି ସଂକଳ୍ପ ନେଇ ଅଶୋକ ଗେହଲଟ ସରକାର ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଗୁରୁବାରଠାରୁ...

ଟୁଇଟରକୁ ପ୍ରଶ୍ନ: କାହିଁକି ବନ୍ଦ କରିଥିଲ କେନ୍ଦ୍ରମନ୍ତ୍ରୀଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ,୨୯।୬: କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ ବିରୋଧୀ ଏମ୍‌ପି ଶଶି ଥରୁରଙ୍କ ଆକାଉଣ୍ଟକୁ କାହିଁକି ଲକ୍‌ କରାଯାଇଥିଲା? ମାଇକ୍ରୋବ୍ଲଗିଂ...

ଲଗାତାର ୪ର୍ଥ ଥର କମିଲା ରେପୋ ରେଟ୍‌

ମୁମ୍ବାଇ,୭।୮: ଲଗାତାର ୪ର୍ଥ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ରେପୋ ରେଟ୍‌ କମାଇଛି। ଏକ ବୈଠକରେ ରେପୋ ରେଟ୍‌କୁ ୩୫ ବେସିସ୍‌ ପଏଣ୍ଟ୍‌...

ନାଗାଲାଣ୍ଡ ବିଧାନସଭା ବାଚସ୍ପତିଙ୍କ ଦେହାନ୍ତ

କୋହିମା,୩୧ା୧୨(ପି.ଟି.): ନାଗାଲାଣ୍ଡ ବିଧାନସଭାର ବାଚସ୍ପତି ଭିଖୋ ହୋସୁଙ୍କ ସୋମବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ...

ଓ୍ବେବ୍‌ସିରିଜ୍‌ ଦେଖିବା ନିଶାରେ ୭୫ ଲୋକଙ୍କ ଜୀବନ ବଞ୍ଚାଇ ପାରିଲେ ଏହି ନାବାଳକ

ମୁମ୍ବାଇ, ୩୧।୧୦: ମୁମ୍ବାଇ ଡୋମ୍ବିଭଲିରେ ଜଣେ ନାବାଳକଙ୍କ ଓ୍ବେବ୍‌ସିରିଜ୍‌ ଦେଖିବା ନିଶା ଯୋଗୁ ୭୫ ଲୋକଙ୍କ ଜୀବନ ରକ୍ଷା ପାଇଯାଇଛି। ଘଟଣାଟି ହେଉଛି, ଡୋମ୍ବିଭଲିର କୋପର...

ଚିକିତ୍ସା କରିବାକୁ ମନା କଲେ ୩ ହସ୍ପିଟାଲ: କରୋନା ଆକ୍ରାନ୍ତ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କୋଲକାତା, ୧୨।୭: କରୋନା ମହାମାରୀ ସଂକ୍ରମଣ ଠାରୁ ଲୋକଙ୍କ ମଧ୍ୟରେ ଅଧିକ ଆତଙ୍କ ସୃଷ୍ଟି କରୁଛି ଏହା ପ୍ରତି ଥିବା ଭୟ। ଫଳରେ କେତେକ ରୋଗୀଙ୍କୁ...

ଥାନାରେ ଅଶ୍ଳୀଳ ଡ୍ୟାନ୍ସ ଘଟଣା: ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶ ମିର୍ଜାପୁର ଜିଲାର ଏକ ଥାନାରେ ଅଶ୍ଳୀଳ ଡ୍ୟାନ୍ସ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ମିର୍ଜାପୁର ଏସ୍‌ପି ଅବଧେଶ ପାଣ୍ଡେ ସର୍କଲ ଅଫିସରଙ୍କୁ ଏହି...

ଜଣେ କଏଦୀଙ୍କ ପାଇଁ ଦିନକୁ ଖର୍ଚ୍ଚ ୧୧୮ ଟଙ୍କା: ଏନ୍‌ସିଆର୍‌ବି ରିପୋର୍ଟ

ନୂଆଦିଲ୍ଲୀ, ୬।୯: ଦେଶରେ ଥିବା ବିଭିନ୍ନ ଜେଲ୍‌ରେ ଥିବା କଏଦୀଙ୍କ ପାଇଁ ଦିନକୁ କେତେ ଟଙ୍କା ଖର୍ଚ୍ଚ ହେଉଛି ତାହାର ରିପୋଟ ପ୍ରକାଶ ପାଇଛି। ନ୍ୟାଶନାଲ...

Advertisement


Archives

Model This Week