Home

୨୮ ପ୍ରକଳ୍ପକୁ ୫୮୮ କୋଟିର ଜମି ଆବଣ୍ଟନ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ରାଜ୍ୟରେ ପ୍ରାୟ ୫୮୮ କୋଟି ଟଙ୍କା ପୁଞ୍ଜି ନିବେଶ ହେବାକୁ ଥିବା ୨୮ଟି ଶିଳ୍ପ ପ୍ରକଳ୍ପକୁ ଜମି ଯୋଗାଇ ଦିଆଯାଇଛି। ଏହି ଶିଳ୍ପ କାର୍ଯ୍ୟକ୍ଷମ ହେଲେ ୩୨୪୫ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିପାରିବ। ଗୁରୁବାର ଲୋକସେବା ଭବନଠାରେ ଡିଜିଟାଲ ମୋଡରେ…

୩୫ବର୍ଷ ଧରି ପାଣି ବୋହୁଛନ୍ତି କୃଷ୍ଣଚନ୍ଦ୍ର

ଖୋର୍ଦ୍ଧା ଅଫିସ,୧୧।୧୨: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଗୁଡୁମ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ। ବୟସ ପାଖାପାଖି ୬୫ ଛୁଇଁଲାଣି। ହେଲେ ସେ ଥକି ପଡ଼ିନାହାନ୍ତି। ଏହି ବୟସରେ ବି ସେ ଦିନକୁ ୮କି.ମି. ସାଇକେଲରେ ଯାତ୍ରା କରି ୨୦୦ରୁ ୩୦୦ଲିଟର ପାଣି ବୋହି…

କରୋନା ସହ ଲଢ଼ିବାକୁ ଶାହାରୁଖ୍‌ଙ୍କ ବଡ଼ ସହାୟତା: ସ୍ବାସ୍ଥ୍ୟମନ୍ତ୍ରୀ ଜଣାଇଲେ ଧନ୍ୟବାଦ

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରମାନେ ସହଯୋଗର ହାତ ବଢ଼ାଇ ଦେଶକୁ ଏହି କଠିନ ପରିସ୍ଥିତିରେ ଲଢ଼ିବା ପାଇଁ ଶକ୍ତି ଦେଇଛନ୍ତି। ସୋନୁ ସୁଦ ପ୍ରବାସୀ ଶ୍ରମିକଙ୍କ ସମେତ ଅସହାୟ ଲୋକଙ୍କୁ ସାହାଯ୍ୟ କରିଚାଲିଛନ୍ତି। ସେହିପରି କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ମଧ୍ୟ…

ବର୍ଷା-ଅନୁଭବ ବିବାଦର ସମାଧାନ ପାଇଁ ଆଲୋଚନା

କଟକ ଅଫିସ,୧୧ା୧୨: ବିଜେଡି ଏମ୍‌ପି ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବୈବାହିକ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ଗୁରୁବାର ଷଷ୍ଠ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେଙ୍କ କହିବା ଅନୁଯାୟୀ,…

ବଇଦଙ୍କ ଗାଁ ଭୋଇସାହି

ନିରାକାରପୁର,୧୧।୧୨(ଡି.ଏନ୍‌.ଏ.): ବିଜ୍ଞାନ ଯୁଗରେ ବି ଲୋକେ ବୈଦ୍ୟଙ୍କ ଉପରେ ନିର୍ଭର କରିବା ସହ ଆୟୁର୍ବେଦ ପଦ୍ଧତିର ଚିକିତ୍ସାକୁ ଭରସା କରୁଛନ୍ତି। ତେଣୁ କେତେଜଣ ବୈଦ୍ୟ ପରିବାର ନିଜର କୌଳିକ ବୃତ୍ତିକୁ ଜାବୋଡି ଧରିଛନ୍ତି। ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଡିଆ ପଞ୍ଚାୟତର…

‘ବ୍ଲାକ୍‌ ସ୍ପଟ୍‌’ ଭୁଲିଗଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଗାଡ଼ିମୋଟର ସହ ବଢ଼ି ଚାଲିଛି ଦୁର୍ଘଟଣା। ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବାବେଳେ ଜୀବନ ପରେ ଜୀବନ ଯାଉଛି। ଅନେକ ନିୟମ ଓ କଟକଣା ସତ୍ତ୍ୱେ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିହେଉନି। ବେପରୁଆ ଗାଡିଚାଳନା ଯୋଗୁ ଯେତିକି ଦୁର୍ଘଟଣା ଘଟୁଛି,…

ବର୍ଷକର ହେଲେ କମେଡି କିଙ୍ଗ୍‌ଙ୍କ ଅଲିଅଳି

ଛୋଟ ପରଦାର କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଝିଅ ଗୁରୁବାର ଏକ ବର୍ଷର ହୋଇଯାଇଛନ୍ତି। କପିଲ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅନାୟରାଙ୍କର ଅନେକ ଫଟୋ ଶେୟାର କରିଛନ୍ତି। କିଛି ଫଟୋରେ ଅନାୟରା କପିଲଙ୍କ ମା’ଙ୍କ ସହ ଖେଳୁଥିବା ବେଳେ ଆଉ କିଛିରେ…

୧୫ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଉତ୍ସବ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବ ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବ। ୨୦୧୫ ଓ ୨୦୧୬ ମସିହା ପାଇଁ ଓଡ଼ିଆ ସାହିତ୍ୟର ୯ଟି ବିଭାଗରେ ୧୦ଜଣ ଲେଖାଏ ସାହିତ୍ୟ ପ୍ରତିଭାଙ୍କୁ ପୁରସ୍କୃତ କରାଯିବ। ଏହାସହ ୨୦୧୯…

ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ଯିବେ ୮ ସଦସ୍ୟ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ବୈଠକ ଶୁକ୍ରବାର ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହେବ। ସାଧାରଣ ପରିଷଦରେ ଖାଲି ପଡ଼ିଥିବା ୮ଜଣ ସଦସ୍ୟଙ୍କ ମନୋନୟନ ପାଇଁ ଏହି ବୈଠକ…

ଆଜିଠୁ ୫ ଦିନିଆ ରିମାଣ୍ଡରେ ଆକାଶ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଆଇଏଫ୍‌ଏସ୍‌ ଅଧିକାରୀ ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ଶୁକ୍ରବାରଠାରୁ ପୁଣି ରିମାଣ୍ଡରେ ଆସିବେ। ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରାଯାଇଥିବାବେଳେ ଗୁରୁବାର କୋର୍ଟ ଅନୁମତି ପ୍ରଦାନ…

୨୧ ସ୍ପେଶାଲ ଟ୍ରେନ୍‌ର ସମୟ ପରିବର୍ତ୍ତନ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ପୂର୍ବତଟ ରେଳପଥ ଓ ଏହା ପରିସୀମା ମଧ୍ୟରେ ଚଳାଚଳ କରୁଥିବା ସ୍ପେଶାଲ ଟ୍ରେନଗୁଡିକର ସମୟ ସାରଣୀକୁ ବିଭିନ୍ନ ଷ୍ଟେଶନରେ ପରିବର୍ତ୍ତନ କରାଯାଇଛି। ଯାତ୍ରୀଙ୍କ ସୁବିଧା ସହ ଟ୍ରେନ ପରିଚାଳନାକୁ ସହଜ କରିବାପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ଦ୍ୱି-ସାପ୍ତାହିକ…

ବରମୁଣ୍ଡା ବସ୍‌ ଟର୍ମିନାଲ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ବରମୁଣ୍ଡା ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପର ଦୁଇଟି ଭାଗ ରହିଛି। ଗୋଟିଏ ଖଣ୍ଡଗିରିସ୍ଥିତ ବସ୍‌ ଡିପୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri