ଏହି ୫ ଭୁଲ୍‌ କରୁଛନ୍ତି କି, ହୋଇଯିବେ ବରବାଦ: ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ..

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ର ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ଏଥିରେ ବର୍ଣ୍ଣିତ ବିଭିନ୍ନ ନୀତି ମଧ୍ୟରେ ବ୍ୟକ୍ତି କେଉଁ ୫ଟି ଭୁଲ କରିବା ଉଚିତ ନୁହେଁ ବୋଲି ଚାଣକ୍ୟ କହିଛନ୍ତି। କାରଣ ଏହାଦ୍ୱାରା ବଡ଼ କ୍ଷତି ହୋଇଥାଏ। ଜାଣନ୍ତୁ…

धर्म धनं च धान्यं च गुरोर्वचनमौषधम्।
सुगृहीतं च कत्र्तव्यमन्यथा तु न जीवति।।

ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି, ଯଦି କେହି ବ୍ୟକ୍ତି ଧର୍ମ ସହ ଜଡ଼ିତ କାମକୁ କରିବାରେ ଭୁଲ କରିଥାଏ ଏବଂ ତାହା ଜାଣିବା ପରେ ମଧ୍ୟ ସୁଧାରେ ନାହିଁ, ତେବେ ତାଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଥାଏ। ଅନେକ ସମୟରେ ଧାର୍ମିକ କାମରେ କରିଥିବା ଭୁଲ ଯୋଗୁ ବ୍ୟକ୍ତି ବରବାଦ ହୋଇଯାଏ।

-ଔଷଧକୁ ନେଇ ବ୍ୟକ୍ତିକୁ ସର୍ବଦା ସଜାଗ ରହିବା ଉଚିତ। ରୋଗୀ ବ୍ୟକ୍ତି ଯଦି ଔଷଧ ନେବାରେ ଅବହେଳା କରିଥାଏ ତେବେ ତାର ଜୀବନ ବି ଯାଇପାରେ। ଏଥିନେଇ ଔଷଧକୁ ଠିକ୍‌ ଭାବେ ଓ ଠିକ୍‌ ସମୟରେ ବ୍ୟବହାର ନ କରିବା ଅସୁବିଧାରେ ପକାଇପାରେ ବୋଲି ଚାଣକ୍ୟ କହିଛନ୍ତି।

-ଗରିବ ହୁଅନ୍ତୁ ଅବା ଧନୀ, ସବୁ ବର୍ଗର ବ୍ୟକ୍ତିଙ୍କୁ ଧନର ଉପଯୁକ୍ତ ବ୍ୟବହାର ବିଷୟରେ ଧାରଣା ରହିବା ଉଚିତ। ଧନକୁ ସଠିକ୍‌ ଉପାୟରେ ଖର୍ଚ୍ଚ କରିବାର ଉପାୟ ଜଣା ନ ଥିଲେ ବ୍ୟକ୍ତି ବରବାଦ ହୋଇଯାଏ। ଏଥିପାଇଁ ବ୍ୟକ୍ତିକୁ ନିଜର ରୋଜଗାର ଏବଂ ଖର୍ଚ୍ଚ ବିଷୟରେ ଜଣାଥିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।

-ଅଧିକ ଖାଇବା ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଖରାପ। ଅତ୍ୟଧିକ ଭୋଜନ ଦରିଦ୍ରତାର କାରଣ ବୋଲି କୁହାଯାଏ। ଏଥିନେଇ ଉକ୍ତ ବ୍ୟକ୍ତି କିଛି ସମୟ ପରେ ବରବାଦ ହୋଇଯାଏ ବୋଲି ଚାଣକ୍ୟ କହିଛନ୍ତି।

-ଶେଷରେ ଗୁରୁ ଆଦେଶକୁ ଅବମାନନା କରିଥିବା ବ୍ୟକ୍ତି ଜୀବନରେ ଅନେକ ପ୍ରକାର କଷ୍ଟର ସମ୍ମୁଖୀନ ହୋଇଥାଏ। ଏଥିନେଇ ବ୍ୟକ୍ତିଙ୍କୁ ଗୁରୁଙ୍କ ଆଦେଶ ପାଳନ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜ ଥିବା ଶିଶୁ ଜନ୍ମ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ଏମିତି ଜଣେ ଶିଶୁ ଜନ୍ମ ହୋଇଛି, ଯାହାର ଲାଞ୍ଜ ଅଛି। ବିଶ୍ୱାସ ହେଉ ନ ଥିଲେ ବି ସତ। ଏପରି ଶିଶୁ ବ୍ରାଜିଲରେ ଜନ୍ମ ନେଇଛି।...

ଏପରି ଛଡ଼ାନ୍ତୁ ମେକ୍‌ଅପ୍‌

ପରଫେକ୍ଟ ମେକ୍‌ଅପ୍‌ ଯେକୌଣସି ଚେହେରାକୁ ବି ଅଧିକ ସୁନ୍ଦର ଏବଂ ଆକର୍ଷଣୀୟ ଲୁକ୍‌ ଦେଇପାରେ। ହେଲେ ଆପଣ ଜାଣନ୍ତିକି, ଏହି ଇନ୍‌ଷ୍ଟାଣ୍ଟ ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା...

ରକ୍ତହୀନତା ସମସ୍ୟାରୁ ରକ୍ଷା କରେ ହ୍ବାଇଟ୍‌ ଟି’

ଗ୍ରୀନ୍‌ ଟି’ ଉପକାରିତା ବିଷୟରେ ତ ଶୁଣିଥିବେ। କିନ୍ତୁ ହ୍ବାଇଟ୍‌ ଟି’ ଆପଣଙ୍କ ସ୍ବାସ୍ଥ୍ୟକୁ ସୁନ୍ଦର, ସତେଜ ରଖିବା ସହ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ...

ଅଧିକ ଷ୍ଟିରଏଡ୍‌ ବ୍ୟବହାର ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରେ

ସାଧାରଣତଃ ଅଙ୍ଗ ପ୍ରତିରୋପଣ, ଶ୍ୱାସ, ଆଣ୍ଠୁଗଣ୍ଠି ବାତ, ଚର୍ମ ଓ କ୍ୟାନ୍‌ସର ଆଦି ରୋଗୀମାନଙ୍କ କ୍ଷେତ୍ରରେ ଷ୍ଟିରଏଡ ଔଷଧ ବହୁଳ ଭାବେ ବ୍ୟବହାର କରାଯାଇଥାଏା ଦୀର୍ଘ...

ଅବସାଦ ପାଇଁ ଦାୟୀ ଶୟନରେ ଅନିୟମିତତା

ଠିକ୍‌ ସମୟରେ ଏବଂ ଆବଶ୍ୟକ ମୁତାବକ ଶୋଇବା ଆମ ଶରୀର ପାଇଁ ବେଶ୍‌ ହିତକର। ଜଣେ ବ୍ୟକ୍ତି ପ୍ରତିଦିନ ଅତିକମ୍‌ରେ ୬-୭ ଘଣ୍ଟା ଶୋଇବା ନିହାତି...

ଘରର ଏସବୁ ଦିଗରେ ଲଗାନ୍ତୁ ଏହି ୪ ବୃକ୍ଷ: ବଢ଼ିବ ଧନପ୍ରାପ୍ତିର ଯୋଗ…

ବାସ୍ତୁଶାସ୍ତ୍ର ଅନୁଯାୟୀ ବିଭିନ୍ନ ବୃକ୍ଷ ଘର ଏବଂ ପରିବାରର ସଦସ୍ୟଙ୍କ ଜୀବନରେ ପ୍ରଭାବ ପକାଇଥାଏ। ଏପରିକି ସଠିକ୍‌ ଦିଗରେ ରଖିବା ଦ୍ୱାରା ଧନପ୍ରାପ୍ତିର ଯୋଗ ବଢ଼ିଥାଏ।...

ଅନ୍ୟର ହୃଦୟ ଜିତିବାରେ ମାହିର୍‌ ଏହି ୪ ରାଶିର ଲୋକେ; ସହଜରେ ନିଜର କରିନିଅନ୍ତି…

ଜ୍ୟୋତିଷଶାସ୍ତ୍ରରେ ୧୨ ରାଶି ବିଷୟରେ ଅଧ୍ୟୟନ କରାuଯାଇଛି। ପ୍ରତ୍ୟେକ ରାଶିର ବିଶେଷତା ଏବଂ ସ୍ବଭାବ ଭିନ୍ନ ଥାଏ। ଏହାଦ୍ୱାରା କୌଣସି ବ୍ୟକ୍ତିର ଗୁଣ ଓ ଦୋଷ...

ପ୍ରେମରେ ପଡ଼ିଛନ୍ତି କି.. ମନେରଖନ୍ତୁ ଏହି ୪ଟି କଥା ପ୍ରେମଜୀବନକୁ କରିଥାଏ ସଫଳ..

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେପରି ଗୋଟିଏ ହେଲା ପ୍ରେମ ଜୀବନକୁ...

Advertisement
Archives

Model This Week