୨୦ ମାସର ଶିଶୁ ୫ ଜଣଙ୍କ ଜୀବନ ରକ୍ଷା କଲେ

ନୂଆଦିଲ୍ଲୀ,୧୪।୧: କୁହାଯାଏ ଖୁସି ବାଣ୍ଟିଲେ ବଢ଼ିଥାଏ। ଏଭଳି କାର୍ଯ୍ୟ ଜଣେ ୨୦ ମାସର ଶିଶୁ କରିଛନ୍ତି। ସେ ୫ ଜଣ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ଅଙ୍ଗଦାନ କରି ସେ ଏଭଳି ମହାନ୍‌ କାର୍ଯ୍ୟ କରିପାରିଛନ୍ତି। ଏହାଦ୍ୱାରା ସେ ସର୍ବ କନିଷ୍ଠ କାଡାଭେର ଡୋନର ପାଲଟିଛନ୍ତି। ଏଭଳି କାର୍ଯ୍ୟ କରିଥିବା ଶିଶୁ ହେଉଛନ୍ତି ଧନିଷ୍ଠା। ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ଅନ୍ୟମାନଙ୍କ ଠାରେ ପ୍ରତ୍ୟାରୋପଣ କରାଯାଇଛି। ଜାନୁୟାରୀ ୮ରେ ଧନିଷ୍ଠା ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ତାଙ୍କ ଘରେ ଖେଳୁଥିବା ସମୟରେ ପ୍ରଥମ ମହଲାରୁ ଖସି ପଡ଼ିଥିଲେ। ସେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ଲାଗି ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କର ହୋସ୍‌ ଆଣିବାର ଉଦ୍ୟମ କରିଥିଲେ ବି ଏହା ଅସଫଳ ରହିଥିଲା। ଜାନୁୟାରୀ ୧୧ରେ ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରାଯାଇଥିଲା। ମାତା ବବିତା ଏବଂ ପିତା ଅଶିଷ କୁମାର ଧନିଷ୍ଠାଙ୍କ ଅଙ୍ଗ ଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଧନିଷ୍ଠାଙ୍କର ହୃଦୟ, ଲିଭର, ଦୁଇ କିଡ୍‌ନୀ ଏବଂ କୋର୍ନିଆ ବାହାର କରାଯାଇ ୫ ଜଣଙ୍କଠାରେ ପ୍ରତ୍ୟାରୋପଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମହାମାରୀ ସମୟରେ ହୋଟେଲ୍‌ରେ ରହୁଛନ୍ତି କି? ଜାଣନ୍ତୁ କିପରି ନିଜକୁ ରଖିବେ ସୁରକ୍ଷିତ

ମହାମାରୀ କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ସରକାର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ୩ ମାସର ଲକ୍‌ଡାଉନ୍‌ ପରେ ଲୋକେ ଧୀରେ ଧୀରେ ବାହାରକୁ...

ଜୋତା ଚୋରାଇବାରୁ ରାଗିଗଲେ ବର, ବିବାହ ଭାଙ୍ଗିଦେଲେ କନ୍ୟା

ମୁଜାଫରନଗର, ୧୫।୧୨: ବିବାହ ସମୟରେ ଜୋତା ଚୋରାଇବା ଏକ ପରମ୍ପରା ରହିଛି। କନ୍ୟାଙ୍କ ଭଉଣୀ ଏହି ପରମ୍ପରା ନିଭାଇବାର ବିଧି ରହିଛି। କିନ୍ତୁ ଏହି ଜୋତା...

ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌

ନୂଆଦିଲ୍ଲୀ,୨୨।୨: ଭାରତୀୟ ମିଡ଼ିଆର ବହିର୍ବ୍ୟାପାର ପ୍ରସଙ୍ଗ ଉପରେ ଦୃଷ୍ଟି ରଖୁଥିବା ଗଣମାଧ୍ୟମ ପ୍ରତିନିଧି ଏବଂ ପାକିସ୍ତାନ ହାଇକମିଶନ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ...

ସାମ୍ନାକୁ ଆସିଲା ଦିଲ୍ଲୀ ନାବାଳିକା ବଳାତ୍କାର ଘଟଣାର ସତ୍ୟତା

ନୂଆଦିଲ୍ଲୀ,୨୨।୯: ଗତ ୨ ତାରିଖରେ ଜଣେ ୯ ବର୍ଷୀୟା ଝିଅକୁ ଦିଲ୍ଲୀର କଣ୍ଟେନମେଣ୍ଟ ଅଞ୍ଚଳରେ ବଳାତ୍କାର କରାଯାଇଥିଲା। ବଳାତ୍କାର ବେଳେ ଅଣ ନିଶ୍ୱାସ ହୋଇ ପୀଡ଼ିତା...

ଡେଲ୍‌ଟାକୁ ଟପିବ ଓମିକ୍ରନ୍‌ ସଂକ୍ରମଣ

ନୂଆଦିଲ୍ଲୀ, ୧୬।୧୨: ଆସନ୍ତାବର୍ଷ ଜାନୁୟାରୀ-ଫେବୃୟାରୀ ବେଳକୁ କୋଭିଡ୍‌-୧୯ର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ ଭାରତରେ ଶୀର୍ଷ ଛୁଇଁପାରେ। ସେତେବେଳକୁ ଏହା ଡେଲ୍ଟା ଭାରିଆଣ୍ଟର ସଂକ୍ରମଣକୁ ଟପିଯିବ ବୋଲି...

ଜେଲ ଗଲେ ପାଦ୍ରୀ

ଚେନ୍ନାଇ, ୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ହିନ୍ଦୁଧର୍ମ ଏବଂ ତାମିଲନାଡୁ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେବା ଜଣେ ରୋମାନ କାଥୋଲିକ୍‌ ପାଦ୍ରୀଙ୍କ...

ଗୋଡରେ ଚେନ୍‌ ବାନ୍ଧି ୨୫ ମିନିଟ୍‌ରେ ପହଁରିଲେ ୧ କି.ମି.

ବେଙ୍ଗାଲୁରୁ: ଗୋଡ଼ ଚେନ୍‌ରେ ବନ୍ଧାହୋଇଥିବା ଅବସ୍ଥାରେ ପଦ୍ମାସନରେ ସମୁଦ୍ର ମଧ୍ୟରେ ପହଁରି ରେକର୍ଡର ଆଶା ରଖିଛନ୍ତି କର୍ନାଟକର ଜଣେ ଶିକ୍ଷକ। ଉଡୁପି ଜିଲା କୁଣ୍ଡପୁର ଜାତୀୟସ୍ତରୀୟ...

ଚୌରି-ଚୌରା ଶତାବ୍ଦୀ ସମାରୋହ: ଭର୍ଚୁଆଲ ଉତ୍ସବରେ ଯୋଗଦେଲେ ମୋଦି

ଗୋରଖପୁର, ୪।୨: ଉତ୍ତରପ୍ରଦେଶରେ ଚୌରି-ଚୌରା ଶତାବ୍ଦୀ ସମାରୋହ ଗୁରୁବାର ଆରମ୍ଭ ହୋଇଛି। ଏନେଇ ଆୟୋଜିତ ଏକ ଭର୍ଚୁଆଲ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଶହୀଦ୍‌ଙ୍କ...

Advertisement
Archives

Model This Week