ରାମମନ୍ଦିର ଚାନ୍ଦା ଆଦାୟରୁ ଉତ୍ତେଜନା
ଭୋପାଳ,୩୧।୧୨ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ମଧ୍ୟପ୍ରଦେଶରେ ଚାନ୍ଦା ଆଦାୟ ବେଳେ ଦୁଇଟି ସ୍ଥାନରେ ଉତ୍ତେଜନା ଦେଖାଦେବା ସହ ସଂଘର୍ଷ ହୋଇଛି। ମଙ୍ଗଳବାର ମଣ୍ଡସୌର ଜିଲାର ଦୋରାନା ଗ୍ରାମରେ ଏକ ମସ୍ଜିଦ ଭାଙ୍ଗିବାକୁ ଗୋଟିଏ ଗୋଷ୍ଠୀ ଉଦ୍ୟମ କରିଥିଲେ। ସେମାନଙ୍କ…
ମଡର୍ନା ନେଲେ କମଲା ହାରିସ୍
ଓ୍ବାଶିଂଟନ୍, ୩୧ା୧୨: ଆମେରିକାର ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍ ବୁଧବାର କୋଭିଡ୍ ଟିକା ମଡର୍ନାର ପ୍ରଥମ ଡୋଜ ନେଇଛନ୍ତି। ଟିକାର ବିଶ୍ୱସନୀୟତା ଏବଂ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବା ପାଇଁ କମଲା ଭାକ୍ସିନ ନେବା ଦୃଶ୍ୟର ସିଧାପ୍ରସାରଣ କରାଯାଇଥିଲା। ହାରିସ୍ଙ୍କ ସହ…
ଆର୍ଜେଣ୍ଟିନାରେ ଗର୍ଭପାତକୁ ଅନୁମତି
ବୁଏନ୍ସ ଏରିସ୍, ୩୧ା୧୨: ପ୍ରସବ ପାଇଁ ଇଚ୍ଛା କରୁ ନ ଥିବା ମହିଳା ଗର୍ଭପାତ କରାଇଲେ ତାହା ଆଇନସମ୍ମତ। ଏ ସଂକ୍ରାନ୍ତ ବିଲ୍ ଆର୍ଜେଣ୍ଟିନା ସିନେଟ୍ରେ ଅନୁମୋଦିତ ହୋଇଛି। ଦଶନ୍ଧି ଧରି ମହିଳାଙ୍କ ଏହି ଅଧିକାର ପାଇଁ ଦାବି ରଖି ଆସୁଥିବା…
ଡିଜାଇନର ପିୟରେ କାର୍ଡିନ୍ଙ୍କ ପରଲୋକ
ପ୍ୟାରିସ୍, ୩୧।୧୨: ଫ୍ରାନ୍ସର ଖ୍ୟାତନାମା ଡିଜାଇନର ପିୟରେ କାର୍ଡିନ୍ଙ୍କର ୯୮ ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଯାଇଛି। ଏହି ଡିଜାଇନରଙ୍କ ନାଁ ବ୍ରାଣ୍ଡରେ ପରିଣତ ହୋଇଥିଲା। ହାତଘଡ଼ିଠାରୁ ଆରମ୍ଭ କରି ବେଡ୍ଶିଟ୍ ସବୁଥିରେ ତାଙ୍କର ସ୍ବତନ୍ତ୍ର ସ୍ପେସ୍ ଏଜ୍ ଷ୍ଟାଇଲ୍ ୬୦…
ସ୍ବାମୀଙ୍କ ସହ କ୍ଲିନିକ୍ ଗଲେ ଅନୁଷ୍କା ଶର୍ମା
ମୁମ୍ବାଇ,୩୧।୧୨: ଆଜିକାଲି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏହି ସମୟରେ ସେ କୌଣସି କାରଣରୁ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ସେ ଫଟୋଶୁଟ୍ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ଏବେ ସ୍ବାମୀ ତଥା ଭାରତୀୟ କ୍ରିକେଟ୍…
ବିଦେଶକୁ ରପ୍ତାନି ହେବ ‘ଆକାଶ’
ନୂଆଦିଲ୍ଲୀ, ୩୧।୧୨(ଆଇଏଏନ୍ଏସ୍): ଭାରତର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆକାଶ ମିସାଇଲ୍ ସିଷ୍ଟମ୍ ବିଦେଶକୁ ରପ୍ତାନି ହେବ। ବୁଧବାର କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିବା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ୨୫ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ଭୂପୃଷ୍ଠରୁ ଆକାଶକୁ…
ଲିଭ୍ ଇନ୍ରେ ରହିପାରିବେ ପ୍ରେମୀଯୁଗଳ
ଚଣ୍ଡୀଗଡ, ୩୧ା୧୨: ବିବାହ ବୟସ ହୋଇ ନ ଥିଲେ ବି ଯୁବତୀଯୁବକ ଏକାଠି ଲିଭ୍ ଇନ୍ ରିଲେଶନଶିପ୍ରେ ରହିପାରିବେ ବୋଲି କହିଛନ୍ତି ପଞ୍ଜାବ ହରିୟାଣା ହାଇକୋର୍ଟ। ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଜଣେ ବ୍ୟକ୍ତି କିପରି ଜୀବନଶୈଳୀରେ ବଞ୍ଚିବେ…
ପାରାଦୀପ ବନ୍ଦର ହେବ ବିଶ୍ୱସ୍ତରୀୟ
ନୂଆଦିଲ୍ଲୀ,୩୧।୧୨: ପାରାଦୀପ ବନ୍ଦରରେ ଓ୍ବେଷ୍ଟର୍ନ ଡକ୍(ପୋତାଶ୍ରୟ) ପ୍ରକଳ୍ପ ସ୍ଥାପନ କରାଯିବ। ଏହି ପ୍ରକଳ୍ପ ସମେତ ବନ୍ଦର ମଧ୍ୟରେ ଆଭ୍ୟନ୍ତରୀଣ ସୁବିଧାକୁ ବଢ଼ାଇବା ନେଇ ମଧ୍ୟ ଯୋଜନା ଧାର୍ଯ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ…
୧,୨୮,୨୫୦ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା
ଖୋର୍ଦ୍ଧା ଅଫିସ,୩୧।୧୨:ପୋଲିଓ ପ୍ରତିଷେଧକ ଟିକାକରଣ ଲାଗି ଜିଲା ଟାସ୍କ ର୍ଫୋସ କମିଟି ବୈଠକ ବୁଧବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସନତ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଜିଲାରେ ଜାନୁୟାରୀ ୧୭,୧୮ ଓ ୧୯ରେ…
ଆଉ ୪ ବ୍ରିଟେନ୍ ଫେରନ୍ତା ମିଳୁନାହାନ୍ତି
ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ଭୁବନେଶ୍ୱରକୁ ଗତ ୨୯ ତାରିଖ ସୁଦ୍ଧା ବ୍ରଟେନ୍ରୁ ୬୨ଜଣ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ବୁଧବାର ସନ୍ଧ୍ୟା ସୁଦ୍ଧା ୫୮ ଜଣଙ୍କ ସହ ଯୋଗାଯୋଗ ହୋଇପାରିଛି। କିନ୍ତୁ ଏବେବି ଆଉ ୪ଜଣଙ୍କ ଠିକଣା ମିଳୁ ନାହିଁ। କ୍ଷେତ୍ରସ୍ତରୀୟ ଯାଞ୍ଚ କରିବାକୁ ଗଠିତ ହୋଇଥିବା…
ରେଳପଥ ଐତିହ୍ୟକୁ ନେଇ ହେବ ସଂଗ୍ରହାଳୟ
ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ପୂର୍ବତଟ ରେଳପଥ ପକ୍ଷରୁ ରେଳ ଐତିହ୍ୟ ସଂଗ୍ରହାଳୟ ପାଇଁ ବୁଧବାର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଓ ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ରେଲ୍ଓ୍ବେ ଷ୍ଟାଡିୟମ୍ଠାରେ ଏହି ଐତିହ୍ୟ…
ମୟୂରୀ ଗୋ ତୁମ…ମହ୍ଲାରେ ମେଘ ସାଜିଲି…
ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ‘ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମହ୍ଲାରେ ମେଘ ସାଜିଲି…’। ଓଡ଼ିଆ ସିନେମା ଇତିହାସର ଏହି କାଳଜୟୀ ଗୀତକୁ ଗାଇଥିଲେ ମହମ୍ମଦ ରଫି। ତେବେ ପ୍ରଚ୍ଛଦପଟରେ ରହି ଯିଏ ଏହାର ସଙ୍ଗୀତକୁ ସଜାଇଥିଲେ ସେ ହେଉଛନ୍ତି ଓଡ଼ିଆ ସଙ୍ଗୀତ…
Archives


