Posted inଖେଳ

ବିବାହ ପରେ ତୁମେ କ’ଣ କାମ କରିବ ବୋଲି ଏହି କ୍ରିକେଟରଙ୍କୁ ପ୍ରଶ୍ନ କରିଥିଲେ ଭାବି ସ୍ତ୍ରୀ

ଭାରତୀୟ ଦଳର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଫେବୃୟାରୀ ୫ରେ ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଗୋଟିଏ ପଟେ ଭାରତୀୟ ଦଳ ଶୁକ୍ରବାରଠାରୁ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳୁଛି। ମାତ୍ର ଆଘାତ ଯୋଗୁ ଭୁବନେଶ୍ୱର ଟିମ୍‌ର ଅଂଶ ହୋଇପାରି ନାହାନ୍ତି। କିଛି ଦିନ ହେବ ସୟଦ ମୁସ୍ତାକ ଅଲି ଟ୍ରଫି ଜରିଆରେ ଭୁବନେଶ୍ୱର ଘରୋଇ କ୍ରିକେଟକୁ ଫେରିଥିଲେ, କିନ୍ତୁ ଟିମ୍‌ ଇଣ୍ଡିଆରେ ଏପର୍ଯ୍ୟନ୍ତ ତାଙ୍କ ସ୍ଥାନ ନିଶ୍ଚିତ ହୋଇ ନାହିଁ। ଦ୍ରୁତ ବୋଲିଂ ପାଇଁ ଜଣାଶୁଣା ଭୁବନେଶ୍ୱରଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ ଠାରୁ କମ୍‌ ନୁହେଁ। ନିଜ ପଡୋଶୀକୁ ଭଲପାଇ ବସିଥିବା ଭୁବନେଶ୍ୱର ୨୦୧୭ରେ ତାଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପୂର୍ବରୁ ସ୍ତ୍ରୀଙ୍କ ଏକ ପ୍ରଶ୍ନ ତାଙ୍କୁ ଅସୁବିଧାରେ ପକାଇ ଦେଇଥିଲା।
ପିଲାଟି ଦିନରୁ ଭୁବନେଶ୍ୱରଙ୍କ କ୍ରିକେଟ ପ୍ରତି ଦୁର୍ବଳତା ରହିଥିଲା। କ୍ରିକେଟ ଖେଳିବା ସାଙ୍ଗକୁ ସେ ନିଜର ପଡୋଶୀ ଝିଅ ନୁପୁର ନଗରଙ୍କୁ ଭଲପାଇ ବସିଥିଲେ। ମାତ୍ର ଉଭୟ ସେମାନଙ୍କ ପ୍ରେମ ସମ୍ପର୍କରେ ଘରେ କହିବାକୁ ଡରୁଥିଲେ। କାରଣ ଉଭୟଙ୍କ ବାପା ପୋଲିସରେ ଥିଲେ। ବାହାର ଲୋକଙ୍କ ଠାରୁ ଜଣାପଡ଼ିବା ପରେ ଉଭୟଙ୍କ ପରିବାର ସେମାନଙ୍କ ବିବାହ କରିବା ପାଇଁ ରାଜି ହୋଇଥିଲେ। ବିବାହ ପୂର୍ବରୁ ଭାବି ସ୍ତ୍ରୀ ନୁପୁର ଭୁବନେଶ୍ୱରଙ୍କୁ ପ୍ରଶ୍ନ କରିଥିଲେ ଯେ, ବିବାହ ପରେ ତୁମେ କ’ଣ କରିବ? ଏପରି ପ୍ରଶ୍ନ ଶୁଣିବା ପରେ ଭୁବନେଶ୍ୱର ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେ କ୍ରିକେଟରେ ତାଙ୍କର କ୍ୟାରିୟର କରିବେ ବୋଲି କହିଥିଲେ। ଉକ୍ତ ସମୟରେ ଭୁବନେଶ୍ୱର ଭାରତୀୟ ଦଳ ପାଇଁ ନୁହେଁ ବରଂ ରଣଜୀ କ୍ରିକେଟ ଖେଳୁଥିଲେ। ଏହା ଶୁଣିବା ପରେ ନୂପୁର କହିଥିଲେ ଏବେ ପାଇଁ ଠିକ୍‌ ଅଛି ତୁମେ କ୍ରିକେଟ ଖେଳୁଛ। ମାତ୍ର ବିବାହ ପରେ ତୁମେ କ’ଣ ଚାକିରି କରିବ ବୋଲି ସେ ପ୍ରଶ୍ନ କରିଥିଲେ।
ପରେ ଉଭୟଙ୍କ ବିବାହ ହୋଇଥିଲା। ନୂପୁର ପେସାରେ ଜଣେ ଇଞ୍ଜିନିୟର। ସେ ନୋଏଡାର ଏକ କମ୍ପାନୀରେ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ କୋହଲିଙ୍କ ପାଇଁ ପାଗଳ ଥିଲେ ଏହି ପାକିସ୍ତାନ ମହିଳା କ୍ରିକେଟର, ଶେଷରେ…

ବିଶ୍ୱର ସବୁଠୁ ସୁନ୍ଦର ମହିଳା କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ ପାକିସ୍ତାନର ଷ୍ଟାର ଅଲରାଉଣ୍ଡର କ୍ୟାନନ୍‌ ଇମ୍‌ତିଆଜ୍‌ଙ୍କ ଗତ ଜୁଲାଇ-୯ରେ ନିର୍ବନ୍ଧ ସମ୍ପନ୍ନ ହୋଇଛି। ସେ ନିର୍ବନ୍ଧ...

୭ ବର୍ଷ ଝିଅର ଶଟ୍‌ ଦେଖି ଏମିତି କହିଲେ ଏହି କ୍ରିକେଟର

ଆଗାମୀ ଆଇପିଏଲ୍‌ ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀଙ୍କ ହେଲିକପ୍ଟର ଶଟ୍‌ ଦେଖିବା ପାଇଁ ସମଗ୍ର ବିଶ୍ୱ ଉତ୍ସାହର ସହ ଅପେକ୍ଷା କରିଛି। ଏହି ସମୟ ମଧ୍ୟରେ...

ରୋହିତ୍‌, କୋହଲିଙ୍କୁ ପଛରେ ପକାଇଲେ ଧାଓ୍ବନ

ଦୁବାଇ, ୧୫।୧୦: ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣରେ ବୁଧବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୧୩ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ...

ଲଗାତାର ବାଉନ୍ସର ମାରିବାରୁ ବୁମରାଙ୍କୁ ସମାଲୋଚନା

ଲଣ୍ଡନ,୧୫।୮: ଚଳିତ ଲଡର୍‌ସ ଟେଷ୍ଟର ତୃତୀୟ ଦିନ ଶେଷ ଆଡ଼କୁ ଭାରତୀୟ ପେସର ଯଶପ୍ରୀତ ବୁମରା ଓ ଇଂଲଣ୍ଡର ଜିମ୍ମି ଆଣ୍ଡରସନଙ୍କ ମଧ୍ୟରେ ଏକ ରୋମାଞ୍ଚକର...

କ୍ଷମା ମାଗିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଜୋହାନ୍ସବର୍ଗ,୨୪।୮: ଦକ୍ଷିଣ ଆଫ୍ରିକାର ପୂର୍ବତନ ଉଇକେଟ କିପର ତଥା ବର୍ତ୍ତମାନର ମୁଖ୍ୟ କୋଚ ମାର୍କ ବାଉଚର୍‌ କ୍ଷମା ମାଗିଛନ୍ତି। ସେ ଖେଳୁଥିବା ସମୟରେ ଅପମାନଜନକ ଗୀତ...

ସୁପର ଓଭରରେ ଜିତିଲା ଆରସିବି

ଦୁବାଇ, ୨୯।୯- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ...

ସଚିନ୍‌ଙ୍କ ପରେ ଏହି କ୍ରିକେଟର ହେଲେ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୮।୩: ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପରେ ଆଉ ଜଣେ କ୍ରିକେଟରେ କରୋନା ସଂକ୍ରମିତ ହୋଇଛନ୍ତି। ସେ ହେଲେ ପୂର୍ବ ଅଲ୍‌ରାଉଣ୍ଡର ୟୁସୁଫ ପଠାନ।...

ଦକ୍ଷିଣ ଆଫ୍ରିକା ଟି୨୦ ଦଳରେ ପରିବର୍ତ୍ତନ

ଜୋହାନ୍ସବର୍ଗ,୫।୯(ପିଟି): ଆସନ୍ତା ୧୫ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ଘୋଷିତ ଦକ୍ଷିଣ ଆଫ୍ରିକା ଦଳରେ ପରିବର୍ତ୍ତନ ହୋଇଛି।...

Advertisement
Ten Cric Info


Archives

Model This Week