Posted inଜାତୀୟ

ଏନ୍‌ସିପିକୁ ଡାକିଲେ ରାଜ୍ୟପାଳ

ନୂଆଦିଲ୍ଲୀ/ମୁମ୍ବାଇ,୧୨ା୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ସୋମବାର ବି ଅନିଶ୍ଚିତତା ଜାରି ରହିଛି। ଧାର୍ଯ୍ୟ ସମୟ ସୁଦ୍ଧା ଶିବସେନା ସମର୍ଥନ ପତ୍ର ଦେଖାଇ ନ ପାରିବାରୁ ରାଜ୍ୟପାଳ ଭଗତ ସିଂ କୋଶୟାରୀ ତୃତୀୟ ବୃହତ୍‌ ଦଳ ଏନ୍‌ସିପିକୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି। ମଙ୍ଗଳବାର ରାତି ୮ଟା ୩୦ ସୁଦ୍ଧା ସରକାର ଗଠନ ଦାବି ଜଣାଇବାକୁ ଏହି ଦଳକୁ କୁହାଯାଇଛି। ସମର୍ଥନ ନିଷ୍ପତ୍ତିକୁ କଂଗ୍ରେସ ଝୁଲାଇ ରଖିବା ଫଳରେ ଶିବସେନା ଅପଦସ୍ଥ ହୋଇଛି। ଆଦିତ୍ୟ ଠାକ୍‌ରେଙ୍କ ନେତୃତ୍ୱରେ ଶିବସେନା ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଅଧିକ ୪୮ ଘଣ୍ଟା ସମୟ ମାଗିଥିଲେ। ସେମାନଙ୍କ ଅନୁରୋଧକୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସରକାର ଗଠନ ନେଇ ଏନ୍‌ସିପି ମଙ୍ଗଳବାର ନିଷ୍ପତ୍ତି ନେବ ବୋଲି କହିଛି।
ଏକକ ସଂଖ୍ୟାଗରିଷ୍ଠ ଦଳ ଭାଜପା ରବିବାର ସରକାର ଗଠନ ଦାବିରୁ ଓହରିଯିବା ପରେ ଦ୍ୱିତୀୟ ବୃହତ୍‌ ଦଳ ଶିବସେନା ଏଥିପାଇଁ ଅଣ୍ଟା ଭିଡିଥିଲା। ଏହି ଦଳକୁ ସମର୍ଥନ ଦେବା ଲାଗି ଏନ୍‌ସିପି ପ୍ରସ୍ତୁତ ଥିଲାବେଳେ କଂଗ୍ରେସ ନିଷ୍ପତ୍ତିକୁ ଝୁଲାଇ ରଖିଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରରେ ଶିବସେନାର ଏକମାତ୍ର ମନ୍ତ୍ରୀ ଥିବା ଅରବିନ୍ଦ ସାଓ୍ବନ୍ତ ସୋମବାର ଇସ୍ତଫା ଦେବା ସହ ଏହି ଦଳ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନ୍‌ଡିଏ)ରୁ ଓହରିଯାଇଥିବା ସ୍ପଷ୍ଟ ହୋଇଯାଇଛି।
ରାଜଭବନରୁ ଫେରିବା ପରେ ଶିବସେନା ନେତା ଆଦିତ୍ୟ ଠାକ୍‌ରେ କହିଥିଲେ, ତାଙ୍କ ଦଳ ସରକାର ଗଠନ ଲାଗି ପ୍ରସ୍ତୁତ ରହିଛି। ତେବେ ଏନ୍‌ସିପି ଏବଂ କଂଗ୍ରେସଠାରୁ ସମର୍ଥନ ପତ୍ର ପାଇବା ପାଇଁ ସମୟ ଆବଶ୍ୟକ। ଶିବସେନା ସରକାରଙ୍କୁ ସମର୍ଥନ ଦେବା ଲାଗି ଉଭୟ ଦଳ ନୀତିଗତ ଭାବେ ରାଜି ହୋଇଥିବା ଆଦିତ୍ୟ କହିଥିଲେ। ସରକାର ଗଢ଼ିବା ଲାଗି ସୋମବାର ସନ୍ଧ୍ୟା ୭ଟା ୩୦ ମିନିଟ ସୁଦ୍ଧା ଦାବି ଜଣାଇବା ନିମନ୍ତେ ରାଜ୍ୟପାଳ ଶିବସେନାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟସୀମା ଶେଷ ହେବା ପର୍ଯ୍ୟନ୍ତ କଂଗ୍ରେସ ସମର୍ଥନ ନେଇ ନିଷ୍ପତ୍ତି ନେଇପାରିଲା ନାହିଁ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏନ୍‌ସିପି ନେତା ଶରଦ ପାଓ୍ବାରଙ୍କ ସହ ଆଲୋଚନା କରିଥିଲେ। ସହଯୋଗୀ ଦଳ ସହ ଅଧିକ ଆଲୋଚନା କରିବା ଆବଶ୍ୟକ ଥିବା କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଥିଲେ।
ସୋମବାର ସକାଳେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ବସି ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା। ଏହା ପରେ ମହାରାଷ୍ଟ୍ର କଂଗ୍ରେସ ନେତାମାନଙ୍କ ପରାମର୍ଶ ନିଆଯାଇଥିଲା। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ସୋନିଆଙ୍କ ସହ ଟେଲିଫୋନରେ କଥା ହୋଇ ସରକାର ଗଠନ ଲାଗି ତାଙ୍କ ସହଯୋଗ ଲୋଡିଥିଲେ।
ଦିଲ୍ଲୀରେ ଦଳର ବରିଷ୍ଠ ନେତାମାନଙ୍କୁ ଭେଟିବା ପରେ ମହାରାଷ୍ଟ୍ରର ନବନିର୍ବାଚିତ କଂଗ୍ରେସ ବିଧାୟକମାନେ ଜୟପୁର ଫେରିଛନ୍ତି। ମହାରାଷ୍ଟ୍ରରେ ସରକାର ଗଠନ ଲାଗି ଶିବସେନାର ଦାବିକୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିନାହାନ୍ତି, ଅଧିକ ସମୟ ଦେବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଆଦିତ୍ୟ ଠାକ୍‌ରେ କହିଛନ୍ତି। ୨୪ ଘଣ୍ଟା ମଧ୍ୟରେ ସରକାର ଗଠନ ନେଇ ଦାବି ଜଣାଇବା ନିମନ୍ତେ ରାଜ୍ୟପାଳ ରବିବାର ଶିବସେନା ନେତା ଏକନାଥ ସିନ୍ଧେଙ୍କ ପାଖକୁ ପତ୍ର ଲେଖିଥିଲେ। ଏନେଇ ଆମେ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବା ପରେ ରାଜ୍ୟପାଳଙ୍କୁ ଜଣାଇଦେଇଛୁ। ସମର୍ଥନ ପତ୍ର ପାଇ ନ ଥିବାରୁ ଅଧିକ ସମୟ ମାଗିଥିଲୁ, କିନ୍ତୁ ରାଜ୍ୟପାଳ ଆମକୁ ସମୟ ଦେଲେନି ବୋଲି ଆଦିତ୍ୟ କହିଛନ୍ତି।

https://www.facebook.com/DharitriNews/videos/953015035071781/


Enter your email to get our daily news in your inbox.

All Right Reserved By Dharitri.Com

ଚିନିକୁ ନେଇ ଦେଶରେ ହଇଚଇ: ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍‌ ସଂଘ, ଆଗକୁ…

ନୂଆଦିଲ୍ଲୀ,୨୪।୮: ଦେଶରେ ଚିନିର କୌଣସି ଅଭାବ ନାହିଁ ଏବଂ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନି ଦର କମିବାର ଆଶା ରହିଛି ବୋଲି ଭାରତୀୟ ଚିନି ମିଲ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

ଚହଳ ପକାଇଲା ଅଭିଜିତ ଦୀପକେଙ୍କ ଚିଠି: ସରକାରଙ୍କଠୁ ମାଗିଲେ ୬ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଛାନିଆ ହେଲେ…

ନୂଆଦିଲ୍ଲୀ,୨୪।୮:କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶର ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri