Posted inଜାତୀୟ

ଏନ୍‌ସିପିକୁ ଡାକିଲେ ରାଜ୍ୟପାଳ

ନୂଆଦିଲ୍ଲୀ/ମୁମ୍ବାଇ,୧୨ା୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ସୋମବାର ବି ଅନିଶ୍ଚିତତା ଜାରି ରହିଛି। ଧାର୍ଯ୍ୟ ସମୟ ସୁଦ୍ଧା ଶିବସେନା ସମର୍ଥନ ପତ୍ର ଦେଖାଇ ନ ପାରିବାରୁ ରାଜ୍ୟପାଳ ଭଗତ ସିଂ କୋଶୟାରୀ ତୃତୀୟ ବୃହତ୍‌ ଦଳ ଏନ୍‌ସିପିକୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି। ମଙ୍ଗଳବାର ରାତି ୮ଟା ୩୦ ସୁଦ୍ଧା ସରକାର ଗଠନ ଦାବି ଜଣାଇବାକୁ ଏହି ଦଳକୁ କୁହାଯାଇଛି। ସମର୍ଥନ ନିଷ୍ପତ୍ତିକୁ କଂଗ୍ରେସ ଝୁଲାଇ ରଖିବା ଫଳରେ ଶିବସେନା ଅପଦସ୍ଥ ହୋଇଛି। ଆଦିତ୍ୟ ଠାକ୍‌ରେଙ୍କ ନେତୃତ୍ୱରେ ଶିବସେନା ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଅଧିକ ୪୮ ଘଣ୍ଟା ସମୟ ମାଗିଥିଲେ। ସେମାନଙ୍କ ଅନୁରୋଧକୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସରକାର ଗଠନ ନେଇ ଏନ୍‌ସିପି ମଙ୍ଗଳବାର ନିଷ୍ପତ୍ତି ନେବ ବୋଲି କହିଛି।
ଏକକ ସଂଖ୍ୟାଗରିଷ୍ଠ ଦଳ ଭାଜପା ରବିବାର ସରକାର ଗଠନ ଦାବିରୁ ଓହରିଯିବା ପରେ ଦ୍ୱିତୀୟ ବୃହତ୍‌ ଦଳ ଶିବସେନା ଏଥିପାଇଁ ଅଣ୍ଟା ଭିଡିଥିଲା। ଏହି ଦଳକୁ ସମର୍ଥନ ଦେବା ଲାଗି ଏନ୍‌ସିପି ପ୍ରସ୍ତୁତ ଥିଲାବେଳେ କଂଗ୍ରେସ ନିଷ୍ପତ୍ତିକୁ ଝୁଲାଇ ରଖିଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରରେ ଶିବସେନାର ଏକମାତ୍ର ମନ୍ତ୍ରୀ ଥିବା ଅରବିନ୍ଦ ସାଓ୍ବନ୍ତ ସୋମବାର ଇସ୍ତଫା ଦେବା ସହ ଏହି ଦଳ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନ୍‌ଡିଏ)ରୁ ଓହରିଯାଇଥିବା ସ୍ପଷ୍ଟ ହୋଇଯାଇଛି।
ରାଜଭବନରୁ ଫେରିବା ପରେ ଶିବସେନା ନେତା ଆଦିତ୍ୟ ଠାକ୍‌ରେ କହିଥିଲେ, ତାଙ୍କ ଦଳ ସରକାର ଗଠନ ଲାଗି ପ୍ରସ୍ତୁତ ରହିଛି। ତେବେ ଏନ୍‌ସିପି ଏବଂ କଂଗ୍ରେସଠାରୁ ସମର୍ଥନ ପତ୍ର ପାଇବା ପାଇଁ ସମୟ ଆବଶ୍ୟକ। ଶିବସେନା ସରକାରଙ୍କୁ ସମର୍ଥନ ଦେବା ଲାଗି ଉଭୟ ଦଳ ନୀତିଗତ ଭାବେ ରାଜି ହୋଇଥିବା ଆଦିତ୍ୟ କହିଥିଲେ। ସରକାର ଗଢ଼ିବା ଲାଗି ସୋମବାର ସନ୍ଧ୍ୟା ୭ଟା ୩୦ ମିନିଟ ସୁଦ୍ଧା ଦାବି ଜଣାଇବା ନିମନ୍ତେ ରାଜ୍ୟପାଳ ଶିବସେନାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟସୀମା ଶେଷ ହେବା ପର୍ଯ୍ୟନ୍ତ କଂଗ୍ରେସ ସମର୍ଥନ ନେଇ ନିଷ୍ପତ୍ତି ନେଇପାରିଲା ନାହିଁ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏନ୍‌ସିପି ନେତା ଶରଦ ପାଓ୍ବାରଙ୍କ ସହ ଆଲୋଚନା କରିଥିଲେ। ସହଯୋଗୀ ଦଳ ସହ ଅଧିକ ଆଲୋଚନା କରିବା ଆବଶ୍ୟକ ଥିବା କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଥିଲେ।
ସୋମବାର ସକାଳେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ବସି ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା। ଏହା ପରେ ମହାରାଷ୍ଟ୍ର କଂଗ୍ରେସ ନେତାମାନଙ୍କ ପରାମର୍ଶ ନିଆଯାଇଥିଲା। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ସୋନିଆଙ୍କ ସହ ଟେଲିଫୋନରେ କଥା ହୋଇ ସରକାର ଗଠନ ଲାଗି ତାଙ୍କ ସହଯୋଗ ଲୋଡିଥିଲେ।
ଦିଲ୍ଲୀରେ ଦଳର ବରିଷ୍ଠ ନେତାମାନଙ୍କୁ ଭେଟିବା ପରେ ମହାରାଷ୍ଟ୍ରର ନବନିର୍ବାଚିତ କଂଗ୍ରେସ ବିଧାୟକମାନେ ଜୟପୁର ଫେରିଛନ୍ତି। ମହାରାଷ୍ଟ୍ରରେ ସରକାର ଗଠନ ଲାଗି ଶିବସେନାର ଦାବିକୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିନାହାନ୍ତି, ଅଧିକ ସମୟ ଦେବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଆଦିତ୍ୟ ଠାକ୍‌ରେ କହିଛନ୍ତି। ୨୪ ଘଣ୍ଟା ମଧ୍ୟରେ ସରକାର ଗଠନ ନେଇ ଦାବି ଜଣାଇବା ନିମନ୍ତେ ରାଜ୍ୟପାଳ ରବିବାର ଶିବସେନା ନେତା ଏକନାଥ ସିନ୍ଧେଙ୍କ ପାଖକୁ ପତ୍ର ଲେଖିଥିଲେ। ଏନେଇ ଆମେ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବା ପରେ ରାଜ୍ୟପାଳଙ୍କୁ ଜଣାଇଦେଇଛୁ। ସମର୍ଥନ ପତ୍ର ପାଇ ନ ଥିବାରୁ ଅଧିକ ସମୟ ମାଗିଥିଲୁ, କିନ୍ତୁ ରାଜ୍ୟପାଳ ଆମକୁ ସମୟ ଦେଲେନି ବୋଲି ଆଦିତ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri