ଭାରତୀୟଙ୍କ ଦାବିଦାରହୀନ ଜମା; ସ୍ବିସ୍‌ ସରକାରଙ୍କୁ ହସ୍ତାନ୍ତର ହୋଇପାରେ

ନୂଆଦିଲ୍ଲୀ,୧୧-୧୧: ସ୍ବିଜରଲ୍ୟାଣ୍ଡର ବିଭିନ୍ନ ବ୍ୟାଙ୍କରେ ରହିଥିବା ଭାରତୀୟଙ୍କ ସମେତ ଅନ୍ୟ ଦେଶର ଲୋକଙ୍କ ଦାବିଦାରହୀନ ଜମା ସେଠାକାର ସରକାରଙ୍କ ହସ୍ତାନ୍ତର ହୋଇପାରେ। ଏଭଳି ଭାବେ ଭାରତ ସହ ସଂଯୋଗ ଥିବା ୧୨ ଆକାଉଣ୍ଟର କୌଣସି ଦାବିଦାର ନ ଥିବା ଜଣାପଡିଛି। ସ୍ବିସ୍‌ ବ୍ୟାଙ୍କଗୁଡିକରେ ୩୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅଣଦାବିଦାର ଅର୍ଥ ରହିଥିବା ଏକ ଖବର ସାମ୍ନାକୁ ଆସିଛି। ସେଠାକାର ସରକାର ୨୦୧୫ରେ ନିଷ୍କ୍ରିୟ ଖାତା ସମ୍ପର୍କରେ ସୂଚନାକୁ ସାର୍ବଜନୀନ କରିଥିଲେ। ଦାବିଦାର ପ୍ରମାଣ ଦେଇ ଅର୍ଥ ପାଇବା ଲାଗି ବ୍ୟାଙ୍କ ନିର୍ଦ୍ଦିଷ୍ଟ ସମୟ ସୀମା ଜାରି କରିଛି। ହେଲେ ପ୍ରାୟ ୧୦ ଭାରତୀୟ ଆକାଉଣ୍ଟର କେହି ଦାବିଦାର ସାମ୍ନାକୁ ଆସି ନ ଥିବା ଜଣାପଡିଛି। ଆକାଉଣ୍ଟଗୁଡିକ ଭାରତୀୟ ମୂଳ ନିବାସୀ ଏବଂ ବ୍ରିଟିଶ ସରକାରଙ୍କ ଅମଳରେ ନାଗରିକଙ୍କ ସହ ଜଡିତ ବୋଲି ଖବର ପ୍ରକାଶ ପାଇଛି। ଗତ ୬ ବର୍ଷ ମଧ୍ୟରେ କୌଣସି ଗୋଟିଏ ଖାତା ଲାଗି ମଧ୍ୟ ଭାରତୀୟଙ୍କ ପକ୍ଷରୁ ସ୍ପଷ୍ଟ ଭାବେ ଦାବି କରାଯାଇ ନ ଥିବା ସ୍ବିସ୍‌ ବ୍ୟାଙ୍କିଙ୍ଗ କର୍ତ୍ତୃପକ୍ଷ କହିଛନ୍ତି। ଏହି ଆକାଉଣ୍ଟଗୁଡିକ ମଧ୍ୟରେ ୨ଟି କଲିକତା, ଗୋଟିଏ ଡେରାଡୁନ ଏବଂ ୨ଟି ମୁମ୍ବାଇ ଭଳି ସ୍ଥାନ ସହ ସମ୍ପର୍କ ରହିଛି। ଏଭଳି ମଧ୍ୟ କିଛି ଆକାଉଣ୍ଟ ରହିଛି ଯାହାର ମାଲିକ ଏବେ ଫ୍ରାନ୍ସ ଏବଂ ଇଂଲଣ୍ଡରେ ରହୁଛନ୍ତି।
କିଛି ଆକାଉଣ୍ଟର ଦାବି ଲାଗି ରହିଥିବା ସମୟ ସୀମା ଆସନ୍ତା ମାସରେ ଶେଷ ହେଉଛି। ଅପରପକ୍ଷରେ ଆଉ କିଛି ଆକାଉଣ୍ଟ କ୍ଷେତ୍ରରେ ସମୟ ସୀମା ୨୦୨୦ ଯାଏ ରହିଛି। ସ୍ବିସ୍‌ ବ୍ୟାଙ୍କରେ ଥିବା କିଛି ନିଷ୍ପ୍ରିୟ ଆକାଉଣ୍ଟ ଲାଗି ପାକିସ୍ତାନର ବାସିନ୍ଦା ଦାବି କରିଛନ୍ତି। ଏହାବାଦ୍‌ ସୁଇଜରଲାଣ୍ଡ ଏବଂ ଅନ୍ୟ ଦେଶର ବାସିନ୍ଦା ମଧ୍ୟ ଆଉ କିଛି ଆକାଉଣ୍ଟଧାରୀଙ୍କ ଉତ୍ତରାଧିକାରୀ ବୋଲି ଦାବିରେ ଜଣାଇଛନ୍ତି। ୨୦୧୫ରେ ସୁଇଜରଲାଣ୍ଡ ପ୍ରଥମଥର ଲାଗି ଆକାଉଣ୍ଟ ତଥ୍ୟ ସାର୍ବଜନୀନ କରିଥିଲା। ସୂଚୀରେ ମୋଟ ୨୬୦୦ ଆକାଉଣ୍ଟ ରହିଛି। ଆକାଉଣ୍ଟଗୁଡିକରେ ୪.୫ କୋଟି ସ୍ବିସ୍‌ ଫ୍ରାଙ୍କ୍‌ (ପ୍ରାୟ ୩୦୦ କୋଟି ଟଙ୍କା) ରହିଛି। ୧୯୫୫ରୁ ଏହି ରାଶି ଉପରେ କୌଣସି ଦାବି କରାଯାଇ ନାହିଁ। ଏହି ସୂଚୀରେ ପ୍ରତିବର୍ଷ ନୂଆ ଆକାଉଣ୍ଟ ଯୋଡି ହେଉଛି। ଏହି କ୍ରମରେ ସବୁ ଦେଶକୁ ମିଶାଇ ୩,୫୦୦ ଆକାଉଣ୍ଟ ଯୋଡି ହୋଇଛି।
ସ୍ବିସ୍‌ ବ୍ୟାଙ୍କ ଆକାଉଣ୍ଟରେ କଳାଧନ ପ୍ରସଙ୍ଗ ଭାରତରେ ଏକ ବିବାଦୀୟ ବିଷୟ ହୋଇପଡିଛି। ଭାରତୀୟମାନେ ଟିକସ ଲୁଚାଇବା ଲାଗି ସେମାନଙ୍କ ଟଙ୍କାକୁ ସ୍ବିସ୍‌ ବ୍ୟାଙ୍କ ଆକାଉଣ୍ଟରେ ରଖୁଥିବା ସାଧାରଣରେ ବିଶ୍ୱାସ ରହିଛି। ସେହିଭଳି ରାଜରାଜୁଡା ମଧ୍ୟ ସ୍ବିସ ବ୍ୟାଙ୍କରେ ଟଙ୍କା ରଖିଥିବା ସନ୍ଦେହ କରାଯାଇଥାଏ। ଟିକସ ଆଦାନପ୍ରଦାନ ଚୁକ୍ତି ତଥା ବିଶ୍ୱ ସ୍ତରର ଚାପ ଯୋଗୁ ସ୍ବିଜରଲାଣ୍ଡ ଏହାର ବ୍ୟାଙ୍କିଙ୍ଗ ତଥ୍ୟକୁ ବିଭିନ୍ନ ଦେଶ ସହ ଆଦାନ ପ୍ରଦାନ କରୁଛି। ଭାରତ ସମେତ ଅନ୍ୟ ଦେଶ ସ୍ବିଜରଲାଣ୍ଡ ସହ ସୂଚନାର ସ୍ବତଃ ଆଦାନପ୍ରଦାନ ଚୁକ୍ତିରେ ସାମିଲ ହୋଇଛନ୍ତି। ଏହି ଚୁକ୍ତି ମୁତାବକ ଭାରତକୁ ପ୍ରଥମ ପର୍ଯ୍ୟାୟ ତଥ୍ୟ ମିଳିଛି। ଦ୍ୱିତୀୟ ପର୍ଯ୍ୟାୟ ତଥ୍ୟ ୨୦୨୦ ସେପ୍ଟେମ୍ବରରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri