Home Middle

ଶିଶୁଙ୍କ ବିରୋଧରେ ଯୌନ ହିଂସା: ତଦନ୍ତ, ଶୁଣାଣି ସ୍ଥିତି ଚିନ୍ତାଜନକ

ନୂଆଦିଲ୍ଲୀ,୨୦ା୧୧(ପି.ଟି.) : ଦେଶରେ ଶିଶୁଙ୍କ ବିରୋଧରେ ଯୌନ ହିଂସା ବଢ଼ିବାରେ ଲାଗିଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ଶିଶୁଙ୍କୁ ଯୌନ ଉତ୍ପୀଡ଼ନ କ୍ଷେତ୍ରରେ ତଦନ୍ତ ଓ ଶୁଣାଣି ସ୍ଥିତି ଅଚମ୍ବିତ କରିଦେବା ଭଳି ବୋଲି ସର୍ବୋଚ୍ଚ ଅଦାଲତ ଟିପ୍ପଣୀ ଦେଇଛନ୍ତି।…

ଜେଏନ୍‌ୟୁରେ ଥମୁନି ବିବାଦ: ଛାତ୍ରୀଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ, ୨୦ା୧୧(ପି.ଟି.): ବିକ୍ଷୋଭରତ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ) ଛାତ୍ରୀଛାତ୍ରଙ୍କ ବିରୋଧରେ ମଙ୍ଗଳବାର ପୋଲିସ ମାମଲା ରୁଜୁକରିଛି। ହଷ୍ଟେଲ ଫି ବୃଦ୍ଧିକୁ ନେଇ ଏମାନେ ପ୍ରତିବାଦ ସ୍ବରୂପ ବିକ୍ଷୋଭ କରୁଥିବାବେଳେ ସୋମବାର ଏମାନଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଥିଲା। ଏବେ ଆଇପିସିର ଧାରା…

ମହାରାଷ୍ଟ୍ର ରାଜନୀତି: ଶିବସେନା ସୂତ୍ରରୁ ପ୍ରକାଶ,ପାଓ୍ବାରଙ୍କୁ ‘ରାଷ୍ଟ୍ରପତି’ ଲୋଭ

ମୁମ୍ବାଇ,୨୦-୧୧:ରାଷ୍ଟ୍ରପତି ଶାସନ ଜାରି ହୋଇଥିତ୍ବା ମହାରାଷ୍ଟ୍ରରେ ଭାଜପା ଯଦି ୫୦:୫୦ ସୂତ୍ରକୁ ଗ୍ରହଣ କରିବ ତେବେ ଶିବସେନା ପୁନର୍ବାର ମେଣ୍ଟକୁ ଫେରିବ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡ଼ିବସିବା ପରେ ଭାଜପା ସହ ୩ ଦଶନ୍ଧିର ସମ୍ପର୍କ ଛିନ୍ନ କରିଥିବା ଶିବସେନା ପକ୍ଷରୁ…

ଧାନ କିଣାରେ ମଧ୍ୟସ୍ଥ ଉଚ୍ଛେଦ

ଭୁବନେଶ୍ୱର,୨୦-୧୧(ବ୍ୟୁରୋ):ପଶ୍ଚିମ ଓଡ଼ିଶାର ୭ଟି ଜିଲାର ୮୫୧ ପ୍ୟାଡି ପ୍ରୋକ୍ୟୁରମେଣ୍ଟ ସେଣ୍ଟର(ପିପିସି) ମଧ୍ୟରୁ ୩୪୭ଟି କେନ୍ଦ୍ରରୁ ଧାନ କ୍ରୟ ପାଇଁ ଟୋକନ୍‌ ଦିଆଯାଇସାରିଛି। ଏହିପରି ଭାବେ ଚଳିତ ମାସ ୧୯(ମଙ୍ଗଳବାର) ସୁଦ୍ଧା ଚାଷୀଙ୍କୁ ୨୬,୫୪୩ ଟୋକନ୍‌ ଦିଆଯାଇସାରିଛି। ୧୫,୫୪,୦୧୭ କୁଇଣ୍ଟାଲ ଧାନ କ୍ରୟ…

ମହାପ୍ରଭୁଙ୍କ ପାଇଁ ଆସିଲା ପୋଢୁଆଁ ଭାର

ପୁରୀ ଅଫିସ, ୧୯ା୧୧: ବୁଧବାର ପ୍ରଥମାଷ୍ଟମୀ। ପୋଢୁଆଁ ହେବେ ମହାପ୍ରଭୁ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଅନ୍ୟପକ୍ଷେ ମଙ୍ଗଳବାର ସନ୍ଧ୍ୟାରେ ନିଆଳି ମାଧବ ମନ୍ଦିରରୁ ଆସିଛି ପୋଢୁଆଁ ଭାର। ତେବେ ଏହାକୁ ନେଇ ଏବେ ଦ୍ୱିମତ ପ୍ରକାଶ…

ମୌସୁମୀ ବର୍ଷା ନେଇଛି ୨ହଜାର ୩ଶହ ୯୧ ଜୀବନ: ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୧: ମୌସୁମୀ ବର୍ଷାରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁ ଦେଶରେ ୨ହଜାର ୩ଶହ ୯୧ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଲୋକସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଏକ ପ୍ରଶ୍ନର ଉତ୍ତରରେ ଏପରି କହିଛନ୍ତି। ବନ୍ୟା ଯୋଗୁ ୧୫ ହଜାର…

ବାଚସ୍ପତି ନିରପେକ୍ଷ ହେବା ଜରୁରୀ: ବିରୋଧୀ ଦଳ ନେତା

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ସୋମବାର ଅପରାହ୍ନଣରେ ଭାଜପା ଗୃହ କାର୍ଯ୍ୟରେ ସହଯୋଗ କରିଥିଲେ ମଧ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବକ୍ତବ୍ୟ ପାଇଁ ସୁଯୋଗ ଦେଇ ନ ଥିଲେ। ବିରୋଧୀ ଦଳ ନେତା ସ୍ମିତାରାଣୀ ପ୍ରସଙ୍ଗ…

୩୫ ବର୍ଷ ମଧ୍ୟରେ ବିନା ଯୁଦ୍ଧରେ ସିଆଚୀନ୍‌ରେ ଶହୀଦ୍‌ ହୋଇଛନ୍ତି ୮୭୩ ଯବାନ: ପାକିସ୍ତାନଠାରୁ ଭୟଙ୍କର ଶତ୍ରୁ ପାଲଟିଛି ସ୍ଥାନୀୟ ପାଣିପାଗ

ଜମ୍ମୁ,୧୯।୧୧:ସିଆଚୀନ୍‌ ଗ୍ଲାସିୟର ପୃଥିବୀର ଉଚ୍ଚତମ ଯୁଦ୍ଧସ୍ଥଳ। ଏଠାରେ ଭାରତୀୟ ଯବାନ ୧୬ ରୁ ୨୦ ହଜାର ଫୁଟ ଉଚ୍ଚରେ ମୁତୟନ ହୋଇଥାନ୍ତି। ଦେଶ ସୀମାର ସୁରକ୍ଷା ପାଇଁ ମାଇନସ୍‌ ୫୦ ଡିଗ୍ରୀରୁ କମ୍‌ ତାପମାତ୍ରାରେ ଯବାନମାନେ ସୁରକ୍ଷା କାର୍ଯ୍ୟ କରିଥାନ୍ତି। ଏଠାରେ…

ନଭେମ୍ବର ୨୫ରେ କାଟ୍ରୋସାଟ୍‌-୩ ସହିତ ଆମେରିକାର ୧୩ ଉପଗ୍ରହ ଉତ୍‌କ୍ଷେପଣ କରିବ ଇସ୍ରୋ

ଶ୍ରୀହରିକୋଟା,୧୯।୧୧: ନଭେମ୍ବର ୨୫ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଦ୍ୱାରା ୧୪ଟି ଉପଗ୍ରହ ଉତ୍‌କ୍ଷେପଣ କରାଯିବ। ପୂର୍ବାହ୍ନ ୯ଟା ୨୮ରେ ଉପଗ୍ରହଗୁଡ଼ିକୁ ପିଏସ୍‌ଏଲ୍‌ଭି-୪୭-ସି ଦ୍ୱାରା ଉତ୍‌କ୍ଷେପଣ କରାଯିବାର ଯୋଜନା ରହିଛି। ସେଥିମଧ୍ୟରେ ଭାରତୀୟ ଉପଗ୍ରହ କାଟ୍ରୋସାଟ୍‌-୩…

ସିଆଚୀନ୍‌ ଗ୍ଲାସିୟରରେ ଭୟଙ୍କର ବରଫ ଝଡ଼: ୧୯ ହଜାର ଫୁଟ ଉଚ୍ଚରେ ୪ ଯବାନଙ୍କ ସମେତ ୬ ଶହୀଦ୍‌

ଜମ୍ମୁ,୧୯।୧୧: ଉତ୍ତର ଲଦାଖଠାରେ ଥିବା ସିଆଚୀନ୍‌ ଗ୍ଲାସିୟରରେ ଭୟଙ୍କର ବରଫ ଝଡ଼ରେ ୪ ଯବାନଙ୍କ ସମେତ ୬ ଶହୀଦ୍‌ ହୋଇଛନ୍ତି। ୧୯ ହଜାର ଫୁଟ ଉଚ୍ଚାରେ ଥିବା ଏହି ଗ୍ଲାସିୟରରେ ବରଫ ତଳେ ଯବାନମାନେ ପୋତି ହୋଇଯାଇଛନ୍ତି। ଶହୀଦ୍‌ଙ୍କ ମଧ୍ୟରେ ୨…

ଆଇରନ୍‌ ଲେଡିଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୯।୧୧: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୨ତମ ଜୟନ୍ତୀ ଅବସରରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ର୍ପୂବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଶକ୍ତି ସ୍ଥଳ ଯାଇ…

୩ ମାସରେ ୯୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ, ୧୯ା୧୧(ପି.ଟି.) ପାକିସ୍ତାନ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଛି। ଚଳିତବର୍ଷ ଗତ ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ୯୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ରେ ୭ ସୁରକ୍ଷାକର୍ମୀ ଆହତ ହୋଇଥିବାବେଳେ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?