Posted inଜାତୀୟ

ମହାରାଷ୍ଟ୍ର ରାଜନୀତି: ଶିବସେନା ସୂତ୍ରରୁ ପ୍ରକାଶ,ପାଓ୍ବାରଙ୍କୁ ‘ରାଷ୍ଟ୍ରପତି’ ଲୋଭ

ମୁମ୍ବାଇ,୨୦-୧୧:ରାଷ୍ଟ୍ରପତି ଶାସନ ଜାରି ହୋଇଥିତ୍ବା ମହାରାଷ୍ଟ୍ରରେ ଭାଜପା ଯଦି ୫୦:୫୦ ସୂତ୍ରକୁ ଗ୍ରହଣ କରିବ ତେବେ ଶିବସେନା ପୁନର୍ବାର ମେଣ୍ଟକୁ ଫେରିବ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡ଼ିବସିବା ପରେ ଭାଜପା ସହ ୩ ଦଶନ୍ଧିର ସମ୍ପର୍କ ଛିନ୍ନ କରିଥିବା ଶିବସେନା ପକ୍ଷରୁ ମଙ୍ଗଳବାର ଏଭଳି ସଙ୍କେତ ଦିଆଯାଇଛି। କାରଣ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବଂ କଂଗ୍ରେସକୁ ଧରି ଶିବସେନାର ସରକାର ଗଠନ ସ୍ବପ୍ନ ମଉଳିଯାଇଛି। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭାଜପା ରାଷ୍ଟ୍ରପତି ପଦ ଲୋଭ ଦେଖାଇଥିବାରୁ ସେ ସରକାର ଗଠନ ପାଇଁ ସମର୍ଥନ ଘୋଷଣା କରୁ ନ ଥିବା ଶିବସେନା ପକ୍ଷରୁ କୁହାଯାଇଛି।
ƒ଼ହାରାଷ୍ଟ୍ରରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନ ମିଳିବା ପରେ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି। ଫିଫ୍ଟି ଫିଫ୍ଟି ଫର୍ମୁଲାରେ ସରକାର ଗଠନ ଦାବିକୁ ଭାଜପା ପ୍ରତ୍ୟାଖ୍ୟାନ କରିଦେବାରୁ ଶିବସେନା ଅଲଗା ହୋଇଯାଇଛି। ଏନ୍‌ସିପି ଏବଂ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ଉଦ୍ଧବ ଠାକ୍‌ରେଙ୍କ ଦଳ ଚାହୁଁଛି। କିନ୍ତୁ ବିରୋଧୀ ଏନ୍‌ସିପି-କଂଗ୍ରେସ ମେଣ୍ଟ ପକ୍ଷରୁ ସବୁଜ ସଙ୍କେତ ମିଳୁନାହିଁ। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ସୋମବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ପ୍ରାୟ ଘଣ୍ଟାଏ ଧରି କଥାବାର୍ତ୍ତା ହେବା ପରେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅଧିକ ଆଲୋଚନା ଆବଶ୍ୟକ ବୋଲି କହିଥିଲେ। ଏହାକୁ ନେଇ ମଙ୍ଗଳବାର ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ କହିଛନ୍ତି, ପାଓ୍ବାରଙ୍କ ସହ ଆମ ମେଣ୍ଟକୁ ନେଇ ଚିନ୍ତା କରିବା ଅନୁଚିତ। ଖୁବ୍‌ଶୀଘ୍ର ଅର୍ଥାତ୍‌ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଶିବସେନା ନେତୃତ୍ୱରେ ଏକ ସ୍ଥିର ସରକାର ଗଠନ ହୋଇଯିବ। ଅନ୍ୟପକ୍ଷରେ ଶିବସେନାର ଅନ୍ୟ ନେତାମାନେ ସ୍ବୀକାର କରିଛନ୍ତି ଯେ, ମହାରାଷ୍ଟ୍ରରେ ସରକାର ଗଢ଼ିବା ଦୌଡ଼ରୁ ଶିବସେନାକୁ ବାଦ୍‌ ଦେବା ପାଇଁ ଚାହୁଁଥିବା ଭାଜପା ଏନ୍‌ସିପିକୁ ଧରି ଖେଳ କରିବା ପାଇଁ ଉଦ୍ୟମ ଚଳାଇଛି। ମହାରାଷ୍ଟ୍ର ସରକାରରେ ବଡ଼ ଭୂମିକା ଦିଆଯିବ ବୋଲି ପାଓ୍ବାରଙ୍କ ଦଳକୁ ବୁଝାଶୁଝା କରୁଛି। କେବଳ ଏତିକି ନୁହେଁ, ପାଓ୍ବାରଙ୍କୁ ଭାରତର ରାଷ୍ଟ୍ରପତି କରିବା ପାଇଁ ମଧ୍ୟ ଭାଜପା ଲୋଭ ଦେଖାଇଛି। ଏଥିପାଇଁ ଶିବସେନାକୁ ସମର୍ଥନ ଦେବା ପାଇଁ ପୂର୍ବରୁ ରାଜି ହୋଇଥିବା ଏନ୍‌ସିପି ଏବେ ସମର୍ଥନ ଘୋଷଣା କରୁନାହିଁ। ଶିବସେନାର ଦାବି ହେଉଛି ଏନ୍‌ସିପି-କଂଗ୍ରେସ ସହ ଗୋଟିଏ ସର୍ତ୍ତରେ ମେଣ୍ଟ ସରକାର ଗଠନ କରାଯିବ। ତାହା ହେଉଛି ସମ୍ପୂର୍ଣ୍ଣ ୫ ବର୍ଷ ପାଇଁ ଶିବସେନା ପାଖରେ ମୁଖ୍ୟମନ୍ତ୍ରୀ ପଦ ରହିବ। କିନ୍ତୁ ଭାଜପା ସହିତ ମେଣ୍ଟ କଲେ ୫୦:୫୦ ସୂତ୍ର ଏବେ ବି ଗ୍ରହଣୀୟ ବୋଲି ଶିବସେନା ସୂତ୍ରରୁ ପ୍ରକାଶ।
ସୂଚନାଯୋଗ୍ୟ, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହୋଇଥିବାବେଳେ ଫଳାଫଳ ୨୪ ତାରିଖରେ ଆସିଥିଲା। ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୧୪୫ ହୋଇଥିବାବେଳେ ଭାଜପାକୁ ୧୦୫ ଆସନରେ ସଫଳତା ମିଳିଛି। ଶିବସେନା ୫୬ ଆସନ ଦଖଲ କରିବା ପରେ ପ୍ରଥମ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ନିଜେ ରଖିବା ପାଇଁ ଭାଜପା ନିକଟରେ ଦାବି ରଖିଥିଲା, ଯାହାକି ଅଗ୍ରାହ୍ୟ ହୋଇଯାଇଛି। ବିରୋଧୀ ଏନ୍‌ସିପିକୁ ୫୪ ଓ କଂଗ୍ରେସକୁ ୪୪ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରୁ ଶିବସେନା ଓହରିବା ପୂର୍ବରୁ ତାକୁ ସମର୍ଥନ କରିବା ନେଇ ଏନ୍‌ସିପି ପକ୍ଷରୁ ଯେତିକି ତତ୍ପରତା ପ୍ରକାଶ ପାଉଥିଲା, ଏବେ ସେଭଳି ଦେଖିବାକୁ ମିଳୁନାହିଁ। ଇତିମଧ୍ୟରେ ପାର୍ଲାମେଣ୍ଟର ଶୀତ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍‌ସିପିକୁ ପ୍ରଶଂସା କରିଥିଲେ। ଏନ୍‌ସିପି ଏବଂ ବିଜେଡିଠାରୁ ଅନ୍ୟ ଦଳଗୁଡ଼ିକ ଶୃଙ୍ଖଳା ଶିଖିବା ଉଚିତ ବୋଲି ମୋଦି କହିଥିଲେ। ଏହି ସବୁ ସମୀକରଣକୁ ଦେଖିଲେ ପାଓ୍ବାରଙ୍କୁ ରାଷ୍ଟ୍ରପତି ପଦ ଯଚାଯିବା ନେଇ ହେଉଥିବା ଚର୍ଚ୍ଚା ଅମୂଳକ ନୁହେଁ ବୋଲି କେତେକ ମହଲରେ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri