ଏପଟେ ୩୨୫ କରୋନା ପଜିଟିଭ୍‌ ଚିହ୍ନଟ, ସେପଟେ ୩ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୩୨୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୮୬୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୮୭ ଜଣ ଚିହ୍ନଟ ହୋଇଥିବା ବେଳେ ୧୩୮ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୩ ଏବଂ ଅନୁଗୋଳରୁ ୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୨୮, ବରଗଡ଼ ୧୮, ବଲାଙ୍ଗୀର ୧୨, ଭଦ୍ରକ ୪, କଟକ ୧୯, ଦେବଗଡ଼ ୪, ଢେଙ୍କାନାଳ ୧, ଗଞ୍ଜାମ ୫, ଜଗତସିଂହପୁର ୧, ଯାଜପୁର ୧୭, ଝାରସୁଗୁଡ଼ା ୧୧, କଳାହାଣ୍ଡି ୫, କେନ୍ଦ୍ରାପଡ଼ା ୧୦, କେନ୍ଦୁଝର ୧୧, ମୟୂରଭଞ୍ଜ ୧୮, ନବରଙ୍ଗପୁର ୨ ନୟାଗଡ଼ ୪, ନୂଆପଡ଼ା ୧୮, ପୁରୀ ୪ ଏବଂ ସୋନପୁରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୯।

ସେହିପରି ଆଜି ରାଜ୍ୟରେ ୩ ଜଣଙ୍କ ଜୀବନ ନେଇଛି କରୋନା। ଖୋର୍ଦ୍ଧା, ଢେଙ୍କାନାଳ ଏବଂ ବାଲେଶ୍ୱରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୮୬୭ ରେ ପହଞ୍ଚିଥିବା ବେଳେ ୩,୨୨,୯୭୨ଜଣ ସୁସ୍ଥ ହୋଇଛନ୍ତି। ୨୯୮୯ ଜଣ ଚିକିତ୍ସିତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ୧୮୫୩କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସାଢେ ୭ କୋଟି ଦାନ କଲେ ବାଗ୍‌ଚୀ ଦମ୍ପତି

ଭୁବନେଶ୍ୱର,୧୦।୮(ବ୍ୟୁରୋ)-ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଏବଂ ଓଡ଼ିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରୋତ ବାଗ୍‌ଚୀ ସୋମବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୭କୋଟି ୫୦ଲକ୍ଷ...

CORONAVIRUS UPDATE: ଯାଜପୁରରେ ପୁଣି ୧୪ କରୋନା ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୪୨

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ ପୁଣି ୧୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଯାଜପୁର ଜିଲାର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌...

ରାଜ୍ୟରେ ନିର୍ମାଣ ହେବ ୮୯ ଇନ୍‌ଡୋର ଷ୍ଟାଡିୟମ

ଭୁବନେଶ୍ୱର,୯।୮(ବ୍ୟୁରୋ): ଆଗକୁ ରାଜ୍ୟରେ ହେବ ପଞ୍ଚାୟତ ଏବଂ ପୌର ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲାରେ ୮୯ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ...

ଆସିଲା କି ତୃତୀୟ ଲହର! ଭୀମସାର ୨ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ

ସମ୍ବଲପୁର ଅଫିସ,୧୪ା୮: ବୁର୍ଲା ବଡ଼ ଡାକ୍ତରଖାନାରେ ଦୁଇ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୮ ମାସର ଶିଶୁ ଥିବାବେଳେ ଆଉ...

ଶେଷ ମୁହାଁ ତୃତୀୟ ଲହର…

ନୂଆଦିଲ୍ଲୀ, ୧୦।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

କୁଳିପୋଷ ବନାଞ୍ଚଳ ପକ୍ଷରୁ ସଚେତନତା ଶିବିର :ଜଙ୍ଗଲ ନିଆଁ ନିବାରଣ ଉପରେ ଗୁରୁତ୍ୱ

ଲହୁଣୀପଡା, ୧୫।୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଳକ ଡଳେଇସରଠାରେ କୁଳିପୋଷ ବନାଞ୍ଚଳ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି...

୩ ବର୍ଷରେ ୧୫ ହଜାର ବଳାତ୍କାର ମାମଲା

ଭୁବନେଶ୍ୱର,୫ା୭(ବ୍ୟୁରୋ):ରାଜ୍ୟରେ ଚିନ୍ତାଜନକ ଭାବେ ବଳାତ୍କାର ମାମଲା ବଢ଼ିଚାଲିଛି । ଗତ ୩ ବର୍ଷରେ ୧୫ ହଜାର ୭୧୩ ଦୁଷ୍କର୍ମ ମାମଲା ରାଜ୍ୟର ବିଭିନ୍ନ ଥାନାରେ ରୁଜୁ...

ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ବୋଲଗଡ଼,୨୭ା୬(ଡି.ଏନ.ଏ.): ବୋଲଗଡ଼ ଥାନା ଅନ୍ତର୍ଗତ ଡାବରଧୁଆ ଗ୍ରାମସ୍ଥିତ ଏକ ପୋଖରୀରେ ବୁଡ଼ି ଜଣେ ମହିଳାଙ୍କ ବୁଧବାର ଅପରାହ୍ନରେ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ଉକ୍ତ...

Advertisement
Archives

Model This Week