ତୃତୀୟ ଲହର ପାଇଁ ପ୍ରସ୍ତୁତ ହୁଅ
ନୂଆଦିଲ୍ଲୀ,୭ା୫:କରୋନା ଭାଇରସ୍ର ଦ୍ୱିତୀୟ ଲହର ଦେଶରେ ମୃତ୍ୟୁର ତାଣ୍ଡବ ରଚିଚାଲିଛି। ଦ୍ୱିତୀୟ ଲହର ଶୁକ୍ରବାର ପରେ ଶୀର୍ଷକୁ ଛୁଇଁବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିବାବେଳେ ତୃତୀୟ ଲହର ଆସନ୍ତା ସେପ୍ଟେମ୍ବରରେ ଆସିପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ତୃତୀୟ…
ନୂଆ ଲୋକଙ୍କୁ ଦିଆଯିବ ନାହିଁ ଟିକା
ଭୁବନେଶ୍ୱର,୬।୫: ସ୍ବାସ୍ଥ୍ୟ ଏସିଏସ୍ ପ୍ରଦୀପ୍ତ ମହାପାତ୍ର ଗୁରୁବାର ରାଜ୍ୟର ଟିକାକରଣ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ରାଜ୍ୟରେ ୯୭ ପ୍ରତିଶତ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଥମ ଓ ୮୭ ପ୍ରତିଶତ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି। ସେହିପରି ୯୭ ପ୍ରତିଶତ ସମ୍ମୁଖ ଯୋଦ୍ଧା…
କୋର୍ଟ ଶୁଣାଣିର ମିଡ଼ିଆ ରିପୋର୍ଟିଂ ରୋକା ଯାଇ ପାରିବ ନାହିଁ: ଇସିଙ୍କୁ ଏସ୍ସିଙ୍କ ଉତ୍ତର..
ନୂଆଦିଲ୍ଲୀ,୬।୫: କୋର୍ଟ ଶୁଶାଣିର ମିଡ଼ିଆ ରିପୋର୍ଟିଂକୁ ରୋକା ଯାଇ ପାରିବ ନାହିଁ ବୋଲି ସୁପ୍ରିମ୍କୋର୍ଟ(ଏସ୍ସି) ନିର୍ବାଚନ ଅୟୋଗ(ଇସି)ଙ୍କୁ ଉତ୍ତର ଦେଇଛନ୍ତି। ମାଡ୍ରାସ୍ ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ ବିରୋଧରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟ ଦାଖଲ କରାଯାଇଥିବା ଆବେଦନର ବିଚାର କରି ବିଚାରପତି…
ଜୁନ୍ ୧ରେ କେରଳ ଛୁଇଁବ ମୌସୁମୀ…
ନୂଆଦିଲ୍ଲୀ,୬।୫: ଚଳିତ ବର୍ଷ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ବାଭାବିକ ଭାବେ ଭାରତ ଉପମହାଦେଶରେ ପ୍ରବେଶ କରିବ। ଜୁନ୍ ୧ରେ ଏହା କେରଳ ଛୁଇଁବ ବୋଲି ପାଣିପାଗ ବ୍ୟୁରୋ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ପାରସ୍ପରିକ ଭୂମଣ୍ଡଳ ସ୍ଥିତି ଅନୁସାରେ ମୌସୁମୀ ଆଗମନ…
୨୦୨୪ ପର୍ଯ୍ୟନ୍ତ ରହିବ କରୋନା, ବଢ଼ାଇବାକୁ ପଡ଼ିବ ଭାକ୍ସିନ୍ ଉତ୍ପାଦନ: ଫ୍ରାନ୍ସ୍…
ପ୍ୟାରିସ୍,୬।୫: କରୋନା ମହାମାରୀ ସଂକ୍ରମଣ ନେଇ ଜି-୭ ସମ୍ମିଳନୀରେ ଫ୍ରାନ୍ସ୍ ପକ୍ଷରୁ ଚେତାବନୀ ଦିଆଯାଇଛି। ଭାକ୍ସିନ୍ ଉତ୍ପାଦନ ନ ବଢ଼ାଇଲେ କରୋନା ସଂକ୍ରମଣ ୨୦୨୪ ପର୍ଯ୍ୟନ୍ତ ରହିବ ବୋଲି ଫ୍ରାନ୍ସ୍ ପକ୍ଷରୁ ବହିର୍ବ୍ୟାପାର ମନ୍ତ୍ରୀ ଜିନ୍ ୟବେସ୍ ଲି ଡ୍ରିଆନ୍ ସୂଚନା…
ତୃତୀୟ ଲହରରେ ଶିଶୁ-କିଶୋରଙ୍କୁ କିଭଳି ମିଳିବ ସୁରକ୍ଷା: ଜବାବ୍ ତଲବ କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୬।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ୍ ଅଭାବ ମାମଲାର ବିଚାର ସମୟରେ ସୁପ୍ରିମ୍କୋର୍ଟ ଦିଲ୍ଲୀ ସରକାରଙ୍କୁ ଜବାବ୍ ତଲବ କରିଛନ୍ତି। ଆଗକୁ ଆସିବାକୁ ଥିବା କରୋନାରେ ତୃତୀୟ ଲହରରେ ଶିଶୁ ଏବଂ କିଶୋର ଅଧିକ…
ଦିଲ୍ଲୀକୁ ଯୋଗାଇ ଦିଆଯାଇଛି ୭୩୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍: କେନ୍ଦ୍ର
ନୂଆଦିଲ୍ଲୀ,୬।୫: କରୋନା ମହାମାରୀ ସଂକ୍ରମଣ ସଙ୍କଟ ସମୟରେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ୍ ଅଭାବ ମାମଲାରେ କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟରେ ନିଜର ଉତ୍ତର ରଖିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ, ଆବଶ୍ୟକତାଠାରୁ ଅଧିକ ପରିମାଣର ଅକ୍ସିଜେନ୍ ଦିଲ୍ଲୀକୁ ଯୋଗାଇ ଦିଆଯାଇଛି।…
ମାଡ଼ି ଆସୁଛି ବିପଦ: ଚାଇନାର ଜଳନ୍ତା ରକେଟ ପୃଥିବୀକୁ ଶନିବାର ଦେବ ଧକ୍କା …
ଓ୍ବାଶିଂଟନ,୬।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ସୃଷ୍ଟି କରିଥିବା ଚାଇନା ଯୋଗୁ ଏବେ ନୂଆ ବିପଦ ମାଡ଼ି ଆସୁଛି। ଚାଇନା ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଥିବା ରକେଟ ଲଙ୍ଗ୍ ମାର୍ଚ୍ଚ-୫ବି ଏବେ ନିୟନ୍ତ୍ରଣ ହରାଇଛି। ଏହା ତୀବ୍ରବେଗରେ ପୃଥିବୀ ମୁହାଁ ହୋଇଛି।…
କରୋନାରେ ସିଆରପିଏଫ୍ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ ଦେହାନ୍ତ
ଭୁବନେଶ୍ୱର,୬।୫(ବ୍ୟୁରୋ): ଭୁବନେଶ୍ୱର ସିଆରପିଏଫ୍ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ କରୋନାରେ ଗୁରୁବାର ଦେହାନ୍ତ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ଭୁବନେଶ୍ୱର ସିଆରପିଏଫ୍ରେ ଏ ପର୍ଯ୍ୟନ୍ତ କରୋନାରେ କାହାର…
ରାଜଭବନର ୮ ବରିଷ୍ଠ ଅଧିକାରୀ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୬।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗିଡ଼ି ଚାଲିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା କାୟାରୁ ମୁକୁଳି ପାରିନି ରାଜ୍ୟ ରାଜଭବନ। ରାଜଭବନର ୮ ବରିଷ୍ଠ ଅଧିକାରୀ…
ଏମ୍ସ୍ର ବିଦେଶୀ ଡାକ୍ତର ବର୍ଷେ ହେଲା ବିନା ଦରମାରେ…
ନୂଆଦିଲ୍ଲୀ,୬।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଏପରିସ୍ଥଳେ ନୂଆଦିଲ୍ଲୀସ୍ଥିତ ଏମ୍ସ୍ରେ କାର୍ଯ୍ୟ କରୁଥିବା ୬୫ ଜର ବିଦେଶୀ ଡାକ୍ତରଙ୍କୁ ବର୍ଷେ ହେଲା ଦରମା ମିଳି ନାହିଁ। ସେମାନେ ବିନା ଦରମାରେ କାମ କରୁଥିବା ରେସିଡେଣ୍ଟ୍ ଡକ୍ଟରର୍ସ ଆସୋସିଏଶନ୍ ପକ୍ଷରୁ ସୂଚନା…
ପୁଣି କରୋନା ଭାଙ୍ଗିଲା ସବୁ ରେକର୍ଡ: ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ୩୯୦୦ ଟପିଲା…
ନୂଆଦିଲ୍ଲୀ,୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେକାବୁ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସହିତ ମୃତକଙ୍କ ସଂଖ୍ୟା…

