Posted inଜାତୀୟ

ତୃତୀୟ ଲହର ପାଇଁ ପ୍ରସ୍ତୁତ ହୁଅ

ନୂଆଦିଲ୍ଲୀ,୭ା୫:କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଦେଶରେ ମୃତ୍ୟୁର ତାଣ୍ଡବ ରଚିଚାଲିଛି। ଦ୍ୱିତୀୟ ଲହର ଶୁକ୍ରବାର ପରେ ଶୀର୍ଷକୁ ଛୁଇଁବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିବାବେଳେ ତୃତୀୟ ଲହର ଆସନ୍ତା ସେପ୍ଟେମ୍ବରରେ ଆସିପାରେ
ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ଗୁରୁବାର କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଏହାସହ ମେଡିକାଲ ଅକ୍ସିଜେନର ସମ୍ଭାବ୍ୟ କଳାବଜାର ରୋକିବା ପାଇଁ ଅମ୍ଳଜାନ ଭଣ୍ଡାର ବା ବଫର ପ୍ରତିଷ୍ଠା କରିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍‌-୧୯ର ତୃତୀୟ ଲହର ଅବଶ୍ୟମ୍ଭାବୀ। ତେବେ ଏହା କେବେ ଆସିବ ସେନେଇ ବର୍ତ୍ତମାନ ନିର୍ଦ୍ଦିଷ୍ଟ ଭାବେ କହିହେବ ନାହିଁ ବୋଲି ବୁଧବାର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା ଡକ୍ଟର କେ.ଭି. ରାଘବନ ଚେତାଇ ଦେଇଥିବାବେଳେ ଏହାର ଦିନକ ପରେ କେନ୍ଦ୍ରକୁ ସୁପ୍ରିମକୋର୍ଟ ଦେଇଥିବା ଏହି ପରାମର୍ଶ ବିଶେଷ ଗୁରୁତ୍ୱ ବହନ କରେ।
କୋଭିଡ୍‌-୧୯ ଭୂତାଣୁର ଦ୍ୱିତୀୟ ଲହରରେ ଦେଶବ୍ୟାପୀ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଅକ୍ସିଜେନ ଅଭାବରୁ ହସ୍ପିଟାଲଗୁଡ଼ିକରେ ଚିକିତ୍ସାଧୀନ ରୋଗୀ ପ୍ରାଣ ହରାଉଛନ୍ତି। ଏପରି କି ଅନେକ ହସ୍ପିଟାଲ ଅମ୍ଳଜାନ ନ ପାଇ ସଂକ୍ରମିତଙ୍କୁ ଭର୍ତ୍ତି କରିବାକୁ ମନା କରିଦେଉଛନ୍ତି। କିଛି ଦିନ ତଳେ ସୁପ୍ରିମକୋର୍ଟ ଏହି ଅବସ୍ଥାକୁ ଜାତୀୟ ଜରୁରୀ ପରିସ୍ଥିତି ବୋଲି ଅଭିହିତ କରିଥିଲେ। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏନେଇ ଗୁରୁବାର କେନ୍ଦ୍ର ସରକାରଙ୍କୁ ସତର୍କ କରାଇଦେଇଛନ୍ତି। କହିଛନ୍ତି, ଆମେ ଯଦି ଆଜି ପ୍ରସ୍ତୁତ ହେବା ତେବେ ଭାଇରସ୍‌ର ତୃତୀୟ ଲହରକୁ ସାମ୍ନା କରିପାରିବା। ଯାହାକିଛି ଜରୁରୀ ସାମଗ୍ରୀ ରହିଛି ସେଗୁଡ଼ିକୁ ତୁରନ୍ତ ହସ୍ପିଟାଲଗୁଡ଼ିକୁ ପଠାଯିବା ଆବଶ୍ୟକ। କେବଳ ରାଜ୍ୟଗୁଡ଼ିକୁ ଆବଣ୍ଟନ କରିଦେଲେ ହେବନାହିଁ, ବରଂ ସେଗୁଡ଼ିକୁ ହସ୍ପିଟାଲଗୁଡ଼ିକୁ କିପରି ପଠାଯାଇପାରିବ ତା’ ଉପରେ ମଧ୍ୟ କେନ୍ଦ୍ର ପଦକ୍ଷେପ ନେଉ। ଦିଲ୍ଲୀକୁ ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଣରେ ବିଫଳ ହେବା ନେଇ କେନ୍ଦ୍ର ପକ୍ଷରୁ ଜବାବ ଦାଖଲ ବେଳେ ଖଣ୍ଡପୀଠ ଶୁଣାଣି କରି ଏହି କଠୋର ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ଖଣ୍ଡପୀଠ ଆହୁରି କହିଛନ୍ତି, ଅକ୍ସିଜେନ ଯୋଗାଣକୁ ତ୍ୱରାନ୍ବିତ କରିବାରେ ଅସୁବିଧା କେଉଁଠି ରହିଛି? ଯେଉଁଠି ଅମ୍ଳଜାନ ଆବଶ୍ୟକ ହେଉନାହିଁ ଅନ୍ତତଃ ସିଲିଣ୍ଡରଗୁଡ଼ିକୁ ସଂରକ୍ଷିତ କରି ରଖିହେବ। କିନ୍ତୁ ତାହା ଏପରି ସମୟରେ ଗଚ୍ଛିତ ରଖାଯାଇପାରିବ, ଯେତେବେଳେ କି ଅକ୍ସିଜେନ ଅଭାବରୁ କେହି ରୋଗୀ ମରୁ ନ ଥିବେ। କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ (ଏସ୍‌ଜି) ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ ଯେ, କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ୭୩୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଣକୁ ସୁନିଶ୍ଚିତ କରାଯାଇଛି। ଏହାସହ ସେ ଅମ୍ଳଜାନ ଅଧିଗ୍ରହଣ ଓ ବିଭିନ୍ନ ରାଜ୍ୟକୁ ଆବଣ୍ଟନ ନେଇ ଏକ ବିସ୍ତୃତ ଯୋଜନା ଉପସ୍ଥାପନ କରିଥିଲେ। ଏସ୍‌ଜି ଯୁକ୍ତି ବାଢ଼ିଥିଲେ, ଦିଲ୍ଲୀକୁ ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଇକୁ ହେଲେ କେନ୍ଦ୍ର ସରକାରଙ୍କୁ ଅନ୍ୟ ରାଜ୍ୟର ଅଂଶରୁ ନେବାକୁ ପଡ଼ିବ। ଏପରି କରିବା ଫଳରେ କିଛି ନକାରାମତ୍କ ପରିଣାମ ଆସିଲେ ଅନ୍ୟ କାହାର ଅସାମର୍ଥ୍ୟ ପାଇଁ କେନ୍ଦ୍ରକୁ ଦାୟୀ କରାଯାଇ ପାରିବ ନାହିଁ। ଏନେଇ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଥିଲେ, ରାଜ୍ୟଗୁଡ଼ିକୁ ଅମ୍ଳଜାନ ଆବଣ୍ଟନ ନେଇ କେନ୍ଦ୍ର ଫର୍ମୁଲାର ସମୀକ୍ଷା (ଅକ୍ସିଜେନ ଅଡିଟ୍‌) କରାଯିବା ଆବଶ୍ୟକ।
ପ୍ରକାଶ ଯେ, ଦିଲ୍ଲୀକୁ ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଣରେ ବିଫଳତାକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ବିରୋଧରେ ଅବମାନନା ନୋଟିସ୍‌ ଜାରି କରିଥିଲେ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଶୀର୍ଷ ଅଦାଲତ ବୁଧବାର ହାଇକୋର୍ଟଙ୍କ ନୋଟିସ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ତେବେ କୋଭିଡ୍‌-୧୯ ମୁକାବିଲା ସମ୍ପର୍କିତ ବିଚାର ପାଇଁ ହାଇକୋର୍ଟଙ୍କୁ ମନା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?