Posted inଜାତୀୟ

କୋର୍ଟ ଶୁଣାଣିର ମିଡ଼ିଆ ରିପୋର୍ଟିଂ ରୋକା ଯାଇ ପାରିବ ନାହିଁ: ଇସିଙ୍କୁ ଏସ୍‌ସିଙ୍କ ଉତ୍ତର..

ନୂଆଦିଲ୍ଲୀ,୬।୫: କୋର୍ଟ ଶୁଶାଣିର ମିଡ଼ିଆ ରିପୋର୍ଟିଂକୁ ରୋକା ଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ(ଏସ୍‌ସି) ନିର୍ବାଚନ ଅୟୋଗ(ଇସି)ଙ୍କୁ ଉତ୍ତର ଦେଇଛନ୍ତି। ମାଡ୍ରାସ୍‌ ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ ବିରୋଧରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟ ଦାଖଲ କରାଯାଇଥିବା ଆବେଦନର ବିଚାର କରି ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ,କୋର୍ଟର ଶୁଣାଣିର ମୌଖିକ ବିବରଣୀର ରିପୋର୍ଟିଂ କରିବା କ୍ଷେତ୍ରରେ ମିଡ଼ିଆକୁ ବାଧା ଦିଆଯାଇ ପାରିବ ନାହିଁ। ଔପଚାରିକ ଭାବେ କୋର୍ଟର ଆଦେଶକୁ ରିପୋର୍ଟିଂ ପରିସରଭୁକ୍ତ କରିବା ଲାଗି ମିଡ଼ିଆକୁ ନିଦ୍ଦେର୍ଶ ଜାରି ନିମନ୍ତେ ନିର୍ବାଚନ ଆୟୋଗ ଆବେଦନରେ ଉଲ୍ଲେଖ କରିଥିଲେ। ତେବେ ଏଭଳି ନିର୍ଦ୍ଦେଶ ଲାଗି ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ କୁହାଯାଇଛି ଯେ, ମିଡ଼ିଆର ସ୍ବାଧିନତାକୁ କେବଳ କୋର୍ଟର ଔପଚାରିକ ଆଦେଶ ମଧ୍ୟରେ ସୀମିତ ରଖାଯାଇ ପାରିବ ନାହିଁ। ଶୁଣାଣିର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ମିଡ଼ିଆ ରିପୋର୍ଟିଂ କରିପାରିବେ। ଉଦାହରଣ ଦେଇ ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଇଣ୍ଟରନ୍ୟାଶନାଲ କୋର୍ଟ ପକ୍ଷରୁ ମାମଲା ଶୁଣାଣିର ଲାଇଭ୍‌ ଷ୍ଟ୍ରିମିଂର ଅନୁମତି ପ୍ରଦାନ କରାଯାଇଛି। ସେହିପରି ଗୁଜରାଟ ହାଇକୋର୍ଟ ମଧ୍ୟ ଏହାକୁ ସ୍ବୀକୃତି ଦେଇଛନ୍ତି। ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ, କରୋନା ମହାମାରୀ ପରିଚାଳନା କ୍ଷେତ୍ରରେ ହାଇକୋର୍ଟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ସେହିପରି ଗତ ୭୦ ବର୍ଷ ଧରି ଦେଶରେ ନିରପେକ୍ଷ ନିର୍ବାଚନ ପରିଚାଳନା କରିବାରେ ନିର୍ବାଚନ ଆୟୋଗଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଆସିଛି। କରୋନା ମହାମାରୀ ସଂକ୍ରମଣ ନେଇ ମାଡ୍ରାସ୍‌ ହାଇକୋର୍ଟ ଟିପ୍ପଣୀ ଦେଇଥିଲେ। ତେବେ ଏହା ଅଧିକ କଡ଼ା ସ୍ବରରେ ଥିଲା ବୋଲି ଚନ୍ଦ୍ରଚୂଡ଼ ପ୍ରକାଶ କରିଛନ୍ତି। ଟିପ୍ପଣୀ ସମୟରେ ସାବଧାନତା ଅବଲମ୍ବନର ଆବଶ୍ୟକତା ଥିଲା। କାରଣ ଏହାର ଭିନ୍ନ ଅର୍ଥ ମଧ୍ୟ ଦର୍ଶାଯିବାର ଆଶଙ୍କା ରହିଛି। ମାତ୍ର ଟିପ୍ପଣୀ ଆଦେଶର ଅଂଶବିଶେଷ ନୁହେଁ। ମିଡ଼ିଆ ରିପୋର୍ଟିଂ ନ୍ୟାୟପାଳିକାର ଦାୟିତ୍ୱବୋଧର ପ୍ରତିପାଳନ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥା ଅପରିହାର୍ଯ୍ୟ। ତେଣୁ ଏହାକୁ ରୋକା ଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ଦେଶରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେଉଁ କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ,୧।୭: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର: ୬ରୁ ୧୯ ଜୁଲାଇ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ, ଜାଣନ୍ତୁ କେବେ ଖୋଲିବ…

ନୂଆଦିଲ୍ଲୀ,୧।୭: କଶ୍ମୀର ଉପତ୍ୟକାରେ ବଢୁଥିବା ଗରମ ଓ ଗୁଳୁଗୁଳି ମଧ୍ୟରେ ସ୍କୁଲ ପିଲାମାନଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ଆସିଛି। ଜମ୍ମୁ-କଶ୍ମୀର ସରକାର କଶ୍ମୀର…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri