Posted inଜାତୀୟ

ଜୁନ୍‌ ୧ରେ କେରଳ ଛୁଇଁବ ମୌସୁମୀ…

ନୂଆଦିଲ୍ଲୀ,୬।୫: ଚଳିତ ବର୍ଷ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ବାଭାବିକ ଭାବେ ଭାରତ ଉପମହାଦେଶରେ ପ୍ରବେଶ କରିବ। ଜୁନ୍‌ ୧ରେ ଏହା କେରଳ ଛୁଇଁବ ବୋଲି ପାଣିପାଗ ବ୍ୟୁରୋ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ପାରସ୍ପରିକ ଭୂମଣ୍ଡଳ ସ୍ଥିତି ଅନୁସାରେ ମୌସୁମୀ ଆଗମନ ସମ୍ପର୍କରେ ଏଭଳି ପୂର୍ବାନୁମାନ କରାଯାଇଥିବା ପାଣିପାଗ ବିଶେଷଜ୍ଞ ତଥା ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ୍‌. ରାଜୀବନ୍‌ ପ୍ରକାଶ କରିଛନ୍ତି। ସେହିପରି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୨୦୨୧ରେ ମୌସୁମୀ ସ୍ବାଭାବିକ ହେବାର ସମ୍ଭାବନା ୯୮ ପ୍ରତିଶତ ରହିଛି। କରୋନା ମହାମାରୀ ସଙ୍କଟ ସମୟରେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଦେଶର ଆର୍ଥିକ କାର୍ଯ୍ୟକଳାପ ପୁଣି ମନ୍ଥର ହୋଇଯାଇଛି। ଏପରିସ୍ଥଳେ ସାଧାରଣ ମୌସୁମୀ ଉପରେ ଦେଶର କୃଷକମାନଙ୍କ ସ୍ଥିତି ତଥା କୃଷି ମାନଦଣ୍ଡ ନିର୍ଭର କରୁଛି। ମୌସୁମୀର ଭାରତ ପ୍ରବେଶ ସ୍ଥିତି ଅନୁସାରେ କୃଷକମାନେ ବିହନ ବୁଣିବା କାର୍ଯ୍ୟ ଶେଷ କରିଥାନ୍ତି। ଗତବର୍ଷ ଜୁନ୍‌ ୧ରେ ମୌସୁମୀ କେରଳ ଉପକୂଳ ଛୁଇଁଥିଲା। ତେବେ, ୨୦୧୯ ରେ, ଏହା ଜୁନ୍‌ ୮ରେ କେରଳରେ ପ୍ରବେଶ କରିଥିଲା, ଯାହା ଫଳରେ ୩୫ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ସାଧାରଣତଃ ମୌସୁମୀର ପ୍ରବେଶ ଏବଂ ପ୍ରତ୍ୟାବର୍ତ୍ତନରେ ହାରାହାରି ୭ରୁ ୧୫ ଦିନ ପର୍ଯ୍ୟନ୍ତ ପାର୍ଥକ୍ୟ ରହିଥାଏ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଭାରତ ଉପମହାଦେଶରେ ମୌସୁମୀର ପ୍ରବେଶ ସମ୍ପର୍କିତ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବାନୁମାନ ପାଣିପାଗ ବିଭାଗ ପକ୍ଷରୁ ମେ’ ୧୫ରେ କରାଯିବ। ଏହାଦ୍ୱାରା ସ୍ଥିତି ଅଧିକ ସ୍ପଷ୍ଟ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

ଜଣେ ଯୁବତୀଙ୍କୁ ପ୍ରେମ କରି ବସିଲେ ୨ ଘନିଷ୍ଠ ବନ୍ଧୁ: ଶେଷରେ ଘଟିଲା…

ନାଗପୁର,୨୧।୮: ରଣବୀର ସିଂହ ଓ ଅର୍ଜୁନ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଣ୍ଡେ’ ଦେଖିଛନ୍ତି? ଫିଲ୍ମରେ ଦୁଇ ଘନିଷ୍ଠ ବନ୍ଧୁ ଗୋଟିଏ ଯୁବତୀଙ୍କୁ ଭଲ ପାଇବା ପରେ ପରସ୍ପରଙ୍କ…

ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରି ନ ଥିଲେ ପୂର୍ଣ୍ଣବାସୀ: ମାଟିତଳୁ ମିଳିଲା…

ସୋରଡା,୨୧।୮(ରଜନି ମହାପାତ୍ର):ଗଞ୍ଜାମ ସୋରଡା ଥାନା ସାପଡିହ ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ। ମାଟିତଳୁ ଉଦ୍ଧାର ହେଲା ମୃତଦେହ। ମୃତକ ହେଲେ ସାପଡିହ…

ଭୁବନେଶ୍ୱରରୁ ଆସିଲା ଦଳୀୟ ସୁପ୍ରିମୋଙ୍କ ଡାକରା, ଶଙ୍ଖଭବନରେ ପହଞ୍ଚିଲେ ଗଞ୍ଜାମ ବିଜେଡି ନେତା, ବଡ଼ଧରଣର…

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ଶଙ୍ଖଭବନ। ଦଳୀୟ ସଂଗଠନ କିଭଳି ସୁଦୃଢ଼ ହେବ ସେଥିପାଇଁ ଚାଲିଛି ମାନସ ମନ୍ଥନ। ରାଜ୍ୟ…

ଶିକ୍ଷା ବିଭାଗରେ ଚହଳ! ନାବାଳିକାଙ୍କୁ ଗର୍ଭବତୀ କଲେ ଶିକ୍ଷକ, ଗର୍ଭପାତ ପାଇଁ ଯାଉଥିବାବେଳେ ବାଟରେ…

କିଶ୍ତୱାଡ,୨୧।୮: ଜମ୍ମୁ-କଶ୍ମୀରର କିଶ୍ତୱାଡରେ ୧୪ ବର୍ଷୀୟା ଜଣେ ନାବାଳିକାଙ୍କ ସହ ବଳାତ୍କାର ଅଭିଯୋଗକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଅଭିଯୋଗ ଅନୁସାରେ, ବଳାତ୍କାର ଯୋଗୁ ନାବାଳିକା ଗର୍ଭବତୀ…

‘ଏବେ ଆପଣ ମୁଖ୍ୟମନ୍ତ୍ରୀ, ଫିଲ୍ମ ଭଳି ଡାଏଲଗ କୁହନ୍ତୁ ନାହିଁ’: ବିଧାନସଭାରେ CM ବିଜୟଙ୍କୁ ଏମିତି କହିଦେଲେ ଉଦୟନିଧି ଷ୍ଟାଲିନ

ଚେନ୍ନାଇ,୨୧।୮: ତାମିଲନାଡୁରେ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ପୂର୍ବତନ DMK ସରକାର ସମୟର କଥିତ…

ନାବାଳକଙ୍କ ନାରକୀୟ କାଣ୍ଡ: ସାମାନ୍ୟ ବଚସାରୁ ବାପ-ପୁଅଙ୍କୁ ମାରିଲେ ଛୁରି

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ସାମାନ୍ୟ ବଚସାକୁ କେନ୍ଦ୍ର କରି ଜ୍ଯଯଯ ହତ୍ୟାକାଣ୍ଡ। ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଗୌଡସୁଗୁଡା ଗ୍ରାମରେ ଶୁକ୍ରବାର ସକାଳୁ ଛୁରା ମାଡରେ…

କିନ୍ନର ବେଶ ଯାଇ ପ୍ରଥମେ ପାଣି ଛିଞ୍ଚିଲେ, ଏୟାର ହୋଷ୍ଟେସଙ୍କୁ ଏକା ଦେଖି ଯାହା କଲେ…

ମୁମ୍ବାଇ,୨୧।୮: ମୁମ୍ବାଇର ପୱାଇ ଅଞ୍ଚଳରେ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଟ୍ରାନ୍ସଜେଣ୍ଡର ବେଶ ଧାରଣ କରି ଜଣେ ଏୟାର ହୋଷ୍ଟେସଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଆଶୀର୍ବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri