Home Middle

ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ଚିର ଋଣୀ। ଗତ ଆଠ…

ସହରୀ ମାଓବାଦ-ଜେହାଦ୍‌ ସମ୍ପର୍କର ପର୍ଦ୍ଦାଫାଶ୍‌: ଏନ୍‌ଆଇଏ ଚାର୍ଜଶିଟ୍‌ରେ ଉଲ୍ଲେଖ

ନୂଆଦିଲ୍ଲୀ, ୧୫।୧୦: ସହରୀ ମାଓବାଦ ଏବଂ ଜେହାଦ୍‌ ମଧ୍ୟରେ ଥିବା ସମ୍ପର୍କର ପର୍ଦ୍ଦାଫାଶ୍‌ ହୋଇଛି। ଏନେଇ ଏନ୍‌ଆଇଏ ଚାର୍ଜଶିଟ୍‌ରେ ଉଲ୍ଲେଖ କରାଯାଇଛି। ସହରୀ ମାଓବାଦକୁ ଜେହାଦୀ ସଂଗଠନ ପାଣ୍ଠି ସଂଗ୍ରହ କରି ଯୋଗାଉ ଥିବା ନେଇ ଏନ୍‌ଆଇଏ କହିଛି। ସହରୀ ମାଓବାଦ…

ଭାରତୀୟ ସେନାରେ ମୁସ୍ଲିମ୍‌ ରେଜିମେଣ୍ଟ୍‌ ନେଇ ମିଥ୍ୟା ଖବର: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୧୨୦ ଅବସରପ୍ରାପ୍ତ ଯବାନ

ନୂଆଦିଲ୍ଲୀ, ୧୫।୧୦: ଭାରତୀୟ ସେନାରେ ମୁସ୍ଲିମ୍‌ ରେଜିମେଣ୍ଟ୍‌ ଥିବା ନେଇ ମିଥ୍ୟା ଖବର ସୋସିଆଲ୍‌ ମିଡ଼ିଆରେ ୨୦୧୩ ମେ’ଠାରୁ ପ୍ରଚାରିତ ହେବାରେ ଲାଗିଛି। ଏହାର ବିରୋଧ କରି ୧୨୦ ଅବସରପ୍ରାପ୍ତ ଯବାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ଚିଠି ଲେଖିଛନ୍ତି। ଏନେଇ…

ମୋଦିଙ୍କ ସମ୍ପତ୍ତି ବଢ଼ିଛି, ଶାହାଙ୍କର କମିଛି

ନୂଆଦିଲ୍ଲୀ, ୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ନିଜ ନିଜର ସମ୍ପତ୍ତିର ସୂଚନାକୁ ସାର୍ବଜନୀକ କରିଛନ୍ତି। ଏହି ସୂଚନା www.pmindia.gov.inରେ ଉପଲବ୍ଧ ହେଉଛି। ଏଥିରେ ସମସ୍ତ ମନ୍ତ୍ରୀ ସେମାନଙ୍କୁ ସମ୍ପତ୍ତିି ସୂଚନା ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରଦାନ…

ଆଜି ରାଜ୍ୟରେ ପୁଣି ୨୪୭୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୨୪୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୬୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୦୦୮ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ…

କୁପଓ୍ବାରାରେ ବାଟ୍‌ ଆକ୍ରମଣ ଉଦ୍ୟମ ପଣ୍ଡ: ଜୀବନ ବିକଳରେ ଦୌଡ଼ିଲେ ପାକିସ୍ତାନୀ କମାଣ୍ଡର-ଆତଙ୍କବାଦୀ

ଶ୍ରୀନଗର, ୧୫।୧୦: ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ସୈନ୍ୟ ବାହିନୀର ବର୍ଡର ଆକ୍ସନ୍‌ ଟିମ୍‌(ବାଟ୍‌)ର ଏକ ଆକ୍ରମଣ ଉଦ୍ୟମକୁ ପଣ୍ଡ କରି ଦିଆଯାଇଛି। କୁପଓ୍ବାରା ଜିଲାର ତଙ୍ଗଧାର ସେକ୍ଟରରେ ପାକିସ୍ତାନୀ କମାଣ୍ଡରଙ୍କ ସହିତ ଆତଙ୍କବାଦୀମାନେ ଭାରତୀୟ ଫରଓ୍ବାର୍ଡ ପୋଷ୍ଟ୍‌ ଆଡ଼କୁ…

ଶେଷ ହେଉନି ପାଲା କଳାକାରଙ୍କ ସଂଘର୍ଷ

ବଇଣ୍ଡା, ୧୫ା୧୦ (ପରିକ୍ଷିତ ସାହୁ): ବର୍ଷକ ୧୨ ମାସରୁ ୯ ମାସ ବିତୁଥିଲା ଧର୍ମ ଚର୍ଚ୍ଚାରେ। କିଏ ମାନସିକ ପୂରଣ ପାଇଁ ଖୋଜୁଥିଲେ ତ ଆଉ କିଏ ଏକୋଇଶିଆ ପାଲା ପରିବେଷଣ ନିମନ୍ତେ ବଇନା ଦେବାକୁ ପହଞ୍ଚିଯାଉଥିଲେ ଗାୟକଙ୍କ ଦୁଆରେ। ହେଲେ…

ମୁଣ୍ଡ ପିଛା ଜିଡିପିରେ ଭାରତକୁ ଟିପିବ ବାଂଲାଦେଶ

ନୂଆଦିଲ୍ଲୀ: ଚଳିତ କ୍ୟାଲେଣ୍ଡର ବର୍ଷରେ ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ବାଂଲାଦେଶ ଭାରତକୁ ପଛରେ ପକାଇଦେବ। କୋଭିଡ୍‌-୧୯ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଝଟକା ଲାଗିଛି। ଫଳରେ ଏହା ଜିଡିପି ଉପରେ ପ୍ରଭାବ ପକାଇଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ପକ୍ଷରୁ ଏକ…

ରାଜ୍ୟରେ ଆରୋଗ୍ୟ ହେଲେ ଆଉ ୨୭୭୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୨୭୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ନୂଆପଡାରୁ ୧୮୯, କଟକରୁ ୧୮୩, ବରଗଡରୁ ୧୪୮, କେନ୍ଦ୍ରାପଡାରୁ ୧୩୬, ଅନୁଗୋଳରୁ ୧୨୩, ଯାଜପୁରରୁ ୧୧୭, ଭଦ୍ରକରୁ ୧୧୪, ସମ୍ବଲପୁରରୁ…

୫୮ ବର୍ଷରେ ପ୍ରଥମ ଥର ପାଇଁ ଏଲ୍‌ଏସିରେ ମାଇନସ୍‌ ତାପମାତ୍ରାରେ ବି ଭାରତ-ଚାଇନା ମୁହାଁମୁହିଁ

ଲେହ, ୧୪।୧୦: ପୂର୍ବ ଲଦାଖର ଏଲ୍‌ଏସିରେ ଗତ ୫୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମାଇନସ୍‌ ତାପମାତ୍ରାରେ ଭାରତ ଏବଂ ଚାଇନା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ଅକ୍ଟୋବର ନଭେମ୍ବରରେ ଏଠାକାର ତାପମାତ୍ରା ମାଇନସ୍‌ ୧୪ ଡିଗ୍ରୀ ପର୍ଯ୍ୟନ୍ତ ଖସି ଯାଇଥାଏ।…

ଡ୍ରୋନ୍‌ ଆକ୍ରମଣ ହେବ ବିଫଳ: ଏଲ୍‌ଓସିରେ ଭାରତୀୟ ଯବାନଙ୍କୁ ୨୮ ଦିନିଆ ତାଲିମ

ଶ୍ରୀନଗର, ୧୪।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଡ୍ରୋନ୍‌ ଆକ୍ରମଣର ଭୟ ରହିଛି। ଏହାଦ୍ୱାରା ଭାରତୀୟ ଯବାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ପାକିିସ୍ତାନ ସୈନ୍ୟ ଅବା ଆତଙ୍କବାଦୀଙ୍କ ପକ୍ଷରୁ କରାଯାଉଥିବା ଡ୍ରୋନ୍‌ ଆକ୍ରମଣକୁ…

ହାଥରସ୍‌ ମାମଲାରେ ସତ୍ୟପାଠ ଦାଖଲ କଲେ ଯୋଗୀ ସରକାର: ଯାଞ୍ଚ୍‌ର ତଦାରଖ କରନ୍ତୁ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୪।୧୦: ଉତ୍ତରପ୍ରଦେଶ ହାଥରସ୍‌ ବଳାତ୍କାର ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଗୁରୁବାର ଏହି ମାମଲାର ଶୁଣାଣି ହେବାର ଗୋଟିଏ ଦିନ ପୂର୍ବରୁ ରାଜ୍ୟ ସରକାର ସତ୍ୟପାଠ ବୁଧବାର ଦାଖଲ କରିଛନ୍ତି। ସତ୍ୟପାଠରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri