ମୁଣ୍ଡ ପିଛା ଜିଡିପିରେ ଭାରତକୁ ଟିପିବ ବାଂଲାଦେଶ

ନୂଆଦିଲ୍ଲୀ: ଚଳିତ କ୍ୟାଲେଣ୍ଡର ବର୍ଷରେ ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ବାଂଲାଦେଶ ଭାରତକୁ ପଛରେ ପକାଇଦେବ। କୋଭିଡ୍‌-୧୯ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଝଟକା ଲାଗିଛି। ଫଳରେ ଏହା ଜିଡିପି ଉପରେ ପ୍ରଭାବ ପକାଇଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଆଇଏମ୍‌ଏଫ୍‌ର ଓ୍ବାର୍ଲଡ ଇକୋନୋମିକ ଆଉଟ୍‌ଲୁକ ରିପୋର୍ଟରେ କୁହାଯାଇଛି ଯେ, ବାଂଲାଦେଶର ମୁଣ୍ଡ ପିଛା ଜିଡିପି ୨୦୨୦ରେ ୪% ବୃଦ୍ଧି ଘଟି ୧୮୮୮ ଡଲାର ରହିବ। ସେହିଭଳି ଭାରତର ମୁଣ୍ଡ ପିଛା ଜିଡିପି ୧୦.୫% ହ୍ରାସ ଘଟି ୧୮୭୭ ଡଲାରକୁ ଖସିଯିବ ବୋଲି ଆକଳନ କରାଯାଇଛି। ଗତ ୪ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ବୋଲି ରିପୋର୍ଟରେ କୁହାଯାଇଛି। ସଦ୍ୟତମ ସ୍ଥିତିକୁ ନେଇ ଜିଡିପିରେ ଏଭଳି ଆକଳନ କରାଯାଇଛି। ଏହି ଆକଳନ ମୁତାବକ ଭାରତ ଦକ୍ଷିଣ ଏସିଆର ତୃତୀୟ ସବୁଠାରୁ ଗରିବ ଦେଶ ବୋଲି କୁହାଯାଇଛି। ଭାରତ ବାଦ୍‌ ପାକିସ୍ତାନ ଏବଂ ତୃତୀୟ ମୁଣ୍ଡପିଛା ଜିଡିପି ନିମ୍ନରେ ରହିଛନ୍ତି। ଏଭଳି ସ୍ଥିତିରେ ବାଂଲାଦେଶ, ଭୁଟାନ, ଶ୍ରୀଲଙ୍କା, ମାଳଦ୍ୱୀପର ମୁଣ୍ଡ ପିଛା ଜିଡିପି ଭାରତଠାରୁ ବହୁ ଉନ୍ନତ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ମହାମାରୀ ଭାରତୀୟ ଅର୍ଥବ୍ୟବସ୍ଥାକୁ ଗଭୀର ଝଟକା ଦେଇଛି। ଦକ୍ଷିଣ ଏସିଆରେ ଶ୍ରୀଲଙ୍କା ପରେ ଭାରତ ସବୁଠାରୁ ବେଶି ପ୍ରଭାବିତ ହୋଇଛି। ଶ୍ରୀଲଙ୍କାରେ ମଧ୍ୟ ମୁଣ୍ଡ ପିଛା ଜିଡିପି ୪% ହ୍ରାସ ହେବ ବୋଲି ଜଣାପଡିଛି। ଚଳିତ ବର୍ଷ ନେପାଳ ଏବଂ ଭୁଟାନ ଅର୍ଥ ବ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଆସନ୍ତା ଆର୍ଥତ୍କ ବର୍ଷରେ ଭାରତୀୟ ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରିବା ନେଇ ଆକଳନ କରାଯାଇଛି। ଏହି ସମୟରେ ଭାରତର ମୁଣ୍ଡ ପିଛା ଜିଡିପିରେ ଉନ୍ନତି ଆସିବା ସହ ବାଲାଂଦେଶଠାରୁ ସାମାନ୍ୟ ବଢିବା ନେଇ ପୂର୍ବାନୁମାନ କରାଯାଇଛି। ୨୦୨୧ରେ ଭାରତର ମୁଣ୍ଡ ପିଛା ଜିଡିପି ୮.୨% ବଢିବ ବୋଲି କୁହାଯାଇଛି। ଏହି ସମୟରେ ବାଂଲାଦେଶର ମୁଣ୍ଡ ପିଛା ଜିଡିପି ୫.୪% ବଢିବ। ଫଳରେ ଭାରତର ମୁଣ୍ଡ ପିଛା ଜିଡିପି ୨୦୩୦ ଡଲାରକୁ ବଢିବାକୁ ଥିବା ବେଳେ ବାଂଲାଦେଶର ମୁଣ୍ଡ ପିଛା ଜିଡିପି ୧୯୯୦ ଡଲାର ରହିବା ନେଇ ଆକଳନରେ କୁହାଯାଇଛି।
ଗତ ୫ ବର୍ଷ ତଳେ ଭାରତର ମୁଣ୍ଡ ପିଛା ଜିଡିପି ବାଂଲାଦେଶଠାରୁ ପ୍ରାୟ ୪୦% ଊର୍ଦ୍ଧ୍ୱରେ ରହିଥିଲା। ଏହା ପରଠାରୁ ବାଂଲାଦେଶର ମୁଣ୍ଡ ପିଛା ଜିଡିପି ଚକ୍ରବୃଦ୍ଧି ହାର ୯.୧%ରେ ବଢ଼ିଥିଲା। ଏହି ସମୟରେ ଭାରତ ୩.୨% ହାରରେ ଅଭିବୃଦ୍ଧି କରିଛି। ବାଂଲାଦେଶରେ ରପ୍ତାନି ତ୍ୱରାନ୍ବିତ ହୋଇଥିବା ବେଳେ ଲୋକଙ୍କର ନିବେଶ ଏବଂ ଜମା ହାରରେ ଉନ୍ନତି ପରିଲକ୍ଷିତ ହୋଇଛି। ମାତ୍ର ଭାରତ ରପ୍ତାନି କ୍ଷେତ୍ରରେ ଏତେଟା ଉନ୍ନତି କରିପାରିନାହିଁ। ସେହିଭଳି ଭାରତରେ ଜମା ଏବଂ ନିବେଶ ହାର ମଧ୍ୟ ଲଗାତର ଖସୁଛି। ଆଇଏମ୍‌ଏଫ୍‌ ଡାଟା ମୁତାବକ, ୧୯୯୧ ପରଠାରୁ ଭାରତୀୟ ଅର୍ଥ ବ୍ୟବସ୍ଥା ସବୁଠାରୁ ଖରାପ ସ୍ଥିତି ଦେଇ ଗତି କରୁଛି। ଗତ ୪୦ ବର୍ଷ ମଧ୍ୟରେ ଭାରତରେ ମୁଣ୍ଡ ପିଛା ଆୟ ୮ ଥର ଖସିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri