ସ୍କୁଲ୍ ଖୋଲିବା ପରେ ପିଲାଙ୍କ ମଧ୍ୟରେ ବଢ଼ିଲା କରୋନା ସଂକ୍ରମଣ…
ନୂଆଦିଲ୍ଲୀ,୧୨।୮: ସ୍କୁଲ୍ ଖୋଲିବା ପରେ ଛୋଟ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କର୍ନାଟକ, ପଞ୍ଜାବ, ହରିୟାଣା,ହିମାଚଳପ୍ରଦେଶରେ ସ୍କୁଲ ପିଲା କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଫଳରେ ଦେଶରେ କରୋନାର ଦ୍ୱିତୀୟ ଲହର ଶେଷ ହୋଇ ନ ଥିବାବେଳେ ତୃତୀୟ…
୭ ଦିନରେ ୩୦୦ ଛୋଟ ପିଲା କରୋନାରେ ଆକ୍ରାନ୍ତ, ଚିନ୍ତାରେ ସରକାର…
ବେଙ୍ଗାଲୁରୁ,୧୨।୮: ଆମେରିକା ସମେତ ପୃଥିବୀର ବହୁ ଦେଶରେ କରୋନା ସଂକ୍ରମଣ ପୁଣିଥରେ ବିପଦ ସୃଷ୍ଟି କରିଛି। ବିଶେଷଜ୍ଞମାନେ ଏହାକୁ ତୃତୀୟ ଲହର ଭାବରେ ବିଚାର କରୁଛନ୍ତି। ଏପରିସ୍ଥଳେ ଭାରତର କର୍ନାଟକରେ ଛୋଟ ପିଲାମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ…
ସୋନିଆଙ୍କ ଡିନର କୂଟନୀତି, ବିରୋଧୀ ନେତାଙ୍କୁ କରିବେ ନିମନ୍ତ୍ରଣ…
ନୂଆଦିଲ୍ଲୀ,୧୨।୮: ସଂସଦର ମୌସୁମୀ ଅଧିବେଶନ ହଟ୍ଟଗୋଳ ମଧ୍ୟରେ ଶେଷ ହେବା ପରେ ସୋନିଆ ଗାନ୍ଧୀ ବିରୋଧୀଙ୍କୁ ଏକଜୁଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ସୋନିଆ ବିରୋଧୀ ଦଳର ବହୁ ବଡ ନେତାଙ୍କ ସହ ଏକ ବୈଠକ କରିବାକୁ ଯୋଜନା କରିଛନ୍ତି।…
୪୦ ହଜାର ଟପିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୧୨।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ହଜାର ୧୯୫ ରେ ପହଞ୍ଚିଛି। ଏହି…
ଇସ୍ରୋର ଜିସାଟ୍-୧ ସାଟେଲାଇଟ୍ ମିଶନ ଅସଫଳ,କକ୍ଷ ପଥରେ ହୋଇ ପାରିଲାନି ଅବସ୍ଥାପିତ…
ଶ୍ରୀହରିକୋଟା,୧୨।୮: ସ୍ବାଧୀନତା ଦିବସର ତିନି ଦିନ ପୂର୍ବରୁ ଭାରତ ଅତ୍ୟାଧୁନିକ ଉପଗ୍ରହ ଜିସାଟ୍-୧ର ଉତକ୍ଷେପଣ କରିବା ନେଇ ଉତ୍ସାହ ଦେଖାଦେଇଥିଲା। ଏହି ଉପଗ୍ରହ ଦେଶର ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାନ୍ତା। ଏହା ମାଧ୍ୟମରେ ସୀମାରେ ଆକାଶରୁ କଡ଼ା ନଜର ରଖାଯାଇ…
ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୧,୧୦୭ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୨।୮(ବ୍ୟୁରୋ): ଗତ କିଛି ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍ ସ୍ଥିର ରହୁଛି। ଦୈନିକ ସଂକ୍ରମଣ କେବେ ବଢ଼ୁଛି ତ କେବେ କମୁଛି। ଇତିମଧ୍ୟରେ ବୁଧବାର ରାଜ୍ୟରେ ୧,୦୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହି ସଂଖ୍ୟାରେ ବୃଦ୍ଧି ଘଟିଛି।…
ଲଗାଣ ବର୍ଷା: ବାଲେଶ୍ୱର ସହର ସ୍ଥିତି ଅସମ୍ଭାଳ
ବାଲେଶ୍ୱର ଅଫିସ,୧୨।୮-ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ସହରରେ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲାରେ ବୁଧବାର ଅପରାହ୍ନ ୩ଟାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ପରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ଲାଗି…
ଟିକା ନେବା ପରେ ୪୦ ହଜାର ସଂକ୍ରମିତ
ନୂଆଦିଲ୍ଲୀ,୧୧।୮: କେରଳରେ କୋଭିଡ୍ ଟିକାର ୨ଟି ଡୋଜ୍ ନେଇଥିବା ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପୁଣିଥରେ କରୋନାରେ ସଂକ୍ରମିତ ହୋଇଛନ୍ତି। ସମସ୍ତ ମାମଲାର ନମୁନା ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଇବାକୁ କେନ୍ଦ୍ର ସରକାର କେରଳକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଭୂତାଣୁ ଅଧିକ…
୧୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ଫସିଛନ୍ତି ୨୫ରୁ ଊର୍ଦ୍ଧ୍ୱ
ଶିମଲା,୧୧।୮ : ହିମାଚଳ ପ୍ରଦେଶର କିନୋରଠାରେ ବୁଧବାର ଭୂଶ୍ଖଳନ ଘଟିବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଆହୁରି ୩୦ ଜଣ ନିଖୋଜ ଅଛନ୍ତି। ମାଟି ଅତଡ଼ା ତଳେ ବହୁ ଗାଡ଼ି, ବସ୍ ଚାପି ହୋଇ ରହିଛି। ରେକଙ୍ଗ୍ ପେଓ-ଶିମଲା ହାଇଓ୍ବେରେ ଚଳାଚଳ…
ଭୂସ୍ଖଳନ ଯୋଗୁ ମାଟି ତଳେ ଦବିଗଲା ଯାତ୍ରୀବାହୀ ବସ୍-କାର୍, ଉଦ୍ଧାର କାର୍ଯ୍ୟରେ ସେନା…
ଚାମୋଲି,୧୧।୮: ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁ ବସ ଏବଂ କାର ମାଟି ତଳେ ଦବି ଯାଇଛି। ୪୦ରୁ ଅଧିକ ଲୋକଙ୍କ ସହିତ ସ୍ଥଳଭାବରେ ଯୋଗାଯୋଗା ବିଚ୍ଛିନ୍ନ ହୋଇ ଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ସେନାର ସହାୟତା ଲୋଡା ଯାଇଛି। ବୁଧବାର…
ଅଲିମ୍ପିକ୍ସରେ ଚମକିଥିବା ଓଡ଼ିଶାର ହକି ଖେଳାଳିଙ୍କୁ ୨.୫ କୋଟି ପୁରସ୍କାର ସହ ଡିଏସ୍ପି ଚାକିରି
ଭୁବନେଶ୍ୱର,୧୧।୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଥିଲା ଭାରତୀୟ ହକି ଦଳ। ଏଥିରେ ସାମିଲ ଥିବା ଓଡ଼ିଶାର ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୁରୁଷ ଦଳରେ ସାମିଲ ଥିବା ବୀରେନ୍ଦ୍ର…
ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହେଲା ଏସ୍ଓପି: ୧୬ରୁ ଜଗା ଦର୍ଶନ
ପୁରୀ ଅଫିସ,୧୧ା୮: ଶ୍ରୀମନ୍ଦିର ଖୋଲିବା ନେଇ ଏସ୍ଓପି ଜାରି ହୋଇଛି। ଗୁରୁବାରଠୁ ଦୁଇଦିନ ସେବାୟତମାନଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ରହିଛି। ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କୁ ଦର୍ଶନ ପାଇଁ ଅନୁମତି ରହିଛି। ଆସନ୍ତା ୨୩ ତାରିଖରୁ ସର୍ବସାଧାରଣଙ୍କୁ…
Archives


