ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହେଲା ଏସ୍‌ଓପି: ୧୬ରୁ ଜଗା ଦର୍ଶନ

ପୁରୀ ଅଫିସ,୧୧ା୮: ଶ୍ରୀମନ୍ଦିର ଖୋଲିବା ନେଇ ଏସ୍‌ଓପି ଜାରି ହୋଇଛି। ଗୁରୁବାରଠୁ ଦୁଇଦିନ ସେବାୟତମାନଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ରହିଛି। ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କୁ ଦର୍ଶନ ପାଇଁ ଅନୁମତି ରହିଛି। ଆସନ୍ତା ୨୩ ତାରିଖରୁ ସର୍ବସାଧାରଣଙ୍କୁ ଦର୍ଶନ ଅନୁମତି ଦିଆଯାଇଛି। ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। କୋଭିଡ୍‌ ଗାଇଡ୍‌ଲାଇନ ଅନୁସାରେ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ।

ସୂଚନାଯୋଗ୍ୟ, ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା। ଆସନ୍ତା ୧୬ ତାରିଖ ଅର୍ଥାତ୍‌ ସୋମବାରଠାରୁ ଭକ୍ତମାନଙ୍କ ପାଇଁ ବଡ଼ଦେଉଳ ଖୋଲିବ। ୧୬ ତାରିଖରେ ଶ୍ରୀମନ୍ଦିର ଖୋଲୁଥିଲେ ହେଁ ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ହେବ। ଏହାସହିତ ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରଖିବାକୁ କୁହାଯାଇଛି

ପ୍ରଥମ ୫ ଦିନ ପୁରୀ ସହରବାସୀ ବଡ଼ଠାକୁରଙ୍କୁ ଦର୍ଶନ କରିବେ। ଦର୍ଶନ ସମୟରେ କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ କରାଯିବ । ଶ୍ରୀମନ୍ଦିର ପ୍ରବେଶ ପାଇଁ ଭକ୍ତମାନଙ୍କୁ ଆର୍‌ଟିପିସିଆର ନେଗେଟିଭ୍‌ ରିପୋର୍ଟ କିମ୍ବା ଡବଲ ଡୋଜ୍‌ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ଜରୁରୀ। କରୋନା ସଂକ୍ରମଣ ଯୋଗୁ ଗତ ଏପ୍ରିଲ ୨୩ରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri