୭ ଦିନରେ ୩୦୦ ଛୋଟ ପିଲା କରୋନାରେ ଆକ୍ରାନ୍ତ, ଚିନ୍ତାରେ ସରକାର…

ବେଙ୍ଗାଲୁରୁ,୧୨।୮: ଆମେରିକା ସମେତ ପୃଥିବୀର ବହୁ ଦେଶରେ କରୋନା ସଂକ୍ରମଣ ପୁଣିଥରେ ବିପଦ ସୃଷ୍ଟି କରିଛି। ବିଶେଷଜ୍ଞମାନେ ଏହାକୁ ତୃତୀୟ ଲହର ଭାବରେ ବିଚାର କରୁଛନ୍ତି। ଏପରିସ୍ଥଳେ ଭାରତର କର୍ନାଟକରେ ଛୋଟ ପିଲାମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୭ ଦିନ ମଧ୍ୟରେ କେବଳ ୩୦୦ ଛୋଟ ପିଲାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ ଆସିିଛି। ଆଗାମୀ ସମୟରେ ଏହି ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସ୍ବାସ୍ଥ୍ୟ ଅଧିକାରୀ ଚେତାବନୀ ଦେଇଛନ୍ତି। ବିଶେଷଜ୍ଞମାନେ ପୂର୍ବରୁ ସତର୍କ କରିଥିଲେ ଯେ କରୋନାର ତୃତୀୟ ଲହର ଛୋଟ ପିଲାମାନଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇବ। ଏଭଳି ପରିସ୍ଥିତିରେ ପିଲାମାନଙ୍କଠାରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।
ବେଙ୍ଗାଲୁରୁ ମହାନଗର ପାଳିକା କହିଛି ଯେ କରୋନାରେ ଆକ୍ରାନ୍ତ ହୋଇଥିବା ପିଲାଙ୍କ ବୟସ ୧୯ ବର୍ଷରୁ କମ୍‌। ସେମାନଙ୍କ ମଧ୍ୟରେ ୯ ବର୍ଷରୁ କମ୍‌ ୧୨୭ ପିଲା ରହିଥିବାବେଳେ ଏବଂ ୯ ରୁ ୧୯ ବର୍ଷ ମଧ୍ୟରେ ୧୭୪ ପିଲା କରୋନା ପଜିଟିଭ ଥିବା ଜଣାପଡିଛି। ଆଗାମୀ ଦିନରେ ପିଲାମାନଙ୍କ ସଂକ୍ରମଣ ମାମଲା ବଢ଼ିପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ କିଛି ଦିନ ମଧ୍ୟରେ ଏହି ସଂଖ୍ୟା ତିନିଗୁଣ ହେବାର ଆଶଙ୍କା ରହିଛି। ଏହା ଏକ ବଡ ବିପଦ ସୃଷ୍ଟି କରିପାରେ। ଅଧିକାରୀ କହିଛନ୍ତି, ପିଲାମାନଙ୍କୁ କେବଳ ଘର ଭିତରେ ରଖି ସଂକ୍ରମଣରୁ ଦୂରେଇ ରଖି ହେବ। କର୍ନାଟକ ସରକାର ସମସ୍ତ ଜିଲାରେ ରାତି ଓ ସପ୍ତାହ ଶେଷରେ କର୍ଫ୍ୟୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ କେରଳ-କର୍ଣ୍ଣାଟକ, ମହାରାଷ୍ଟ୍ର-କର୍ନାଟକ ସୀମାରେ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସୁରକ୍ଷା ଦୃଷ୍ଟିରୁ ସରକାର ଅଗଷ୍ଟ ୧୬ରୁ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ ଘୋଷଣା କରିବାକୁ ଯୋଜନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?